ଦିବ୍ୟାଙ୍ଗ ସୁଲୋଚନାଙ୍କୁ ଟ୍ରାଇ ସାଇକେଲ ପ୍ରଦାନ

ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ସାନପୋଡାଗୁଡା ଗ୍ରାମ ପଞ୍ଚାୟତ କୁଲେରଗୁଡା ଗ୍ରାମର ଦିବ୍ୟାଙ୍ଗ ସୁଲୋଚନା ନାଏକଙ୍କୁ ଟ୍ରାଇ ସାଇକେଲ ପ୍ରଦାନ କରାଯାଇଛି। ଟ୍ରାଇ ସାଇକେଲ ପାଇବା ପରେ ସୁଲୋଚନା ଖୁସି ବ୍ୟକ୍ତ କରିବା ସହିତ ବ୍ଳକ ପ୍ରଶାସନକୁ ଧନ୍ୟବାଦ ଜଣାଇଛନ୍ତି। ଏଠାରେ ସୂଚନା ଯୋଗ୍ୟ ଯେ, ଦିବ୍ୟାଙ୍ଗ ସୁଲୋଚନା ନାଏକଙ୍କ ସ୍ବାମୀ କୁମ୍ଭ ନାଏକ ମଧ୍ୟ ଦିବ୍ୟାଙ୍ଗ ଅଟନ୍ତି। ସୁଲୋଚନା ସୁସ୍ଥ ଥିବା ସମୟରେ ସ୍ବାମୀଙ୍କୁ ବିଭିନ୍ନ ସ୍ଥାନକୁ ନେବା ଆଣିବା କରୁଥିଲେ। ବର୍ତ୍ତମାନ ସେ ମଧ୍ୟ ଦିବ୍ୟାଙ୍ଗ ହେତୁ ଠିକ୍ ରେ ଚଲାବୁଲା କରି ପାରୁ ନାହାନ୍ତି। ତେଣୁ ତାଙ୍କୁ ଅନେକ ଦିନ ହେଲା ଟ୍ରାଇ ସାଇକେଲ କିମ୍ବା ହୁଇଲ ଚେୟାର ମିଲି ନଥିବାରୁ ଅନେକ ଅସୁବିଧା ହେଉଥିଲେ। ଗୁରୁବାର କୋକସରା ଗୋଷ୍ଠୀ ଉନ୍ନୟନ ଅଧିକାରୀ ଡ଼ଃ ହିମାଞ୍ଚଳ ମାଝୀଙ୍କୁ ଲିଖିତ ଜଣାଇବା ପରେ ସୁଲୋଚନାଙ୍କୁ ଏକ ଟ୍ରାଇ ସାଇକେଲ ପ୍ରଦାନ କରାଯାଇଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.