ଲାଞ୍ଜିଗଡ଼ ସହରରେ ଭାରୀଯାନ ଯାତାୟତକୁ ନେଇ ରାସ୍ତାରୋକ କଲେ ସରପଞ୍ଚଙ୍କ ସମେତ ଅଞ୍ଚଳବାସୀ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ଲାଞ୍ଜିଗଡ଼ ଏକ ଶିଳ୍ପାଞ୍ଚଳ ଯୋଗୁଁ ସହର ଭିତରେ ଦିନ ତମାମ ଭାରୀଯାନ ଚଳାଚଳ ହେଉଛି। ଗୁରୁବାର ଅପରାହ୍ନ ୧୧ ଘଣ୍ଟା ସମୟରେ ଲାଞ୍ଜିଗଡ଼ ସରପଞ୍ଚ ସରସ୍ବତୀ ମୁଣ୍ଡା ସମେତ ଲାଞ୍ଜିଗଡ଼ବାସୀ ଏହାକୁ ବିରୋଧ କରି ସମସ୍ତ ଭାରିଯାନ ପ୍ରାୟ ୪ ଘଣ୍ଟା ଧରି ଅଟକ ରଖିଥିବା ବେଳେ ଦିନ ୨ ଘଣ୍ଟା ପରେ ସ୍ୱାଭାବିକ ହୋଇଥିଲା। ସୂଚନାନୁସାରେ ଲାଞ୍ଜିଗଡ଼ ଏକ ଶିଳ୍ପାଞ୍ଚଳ ହୋଇଥିବା ବେଳେ କାରଖାନାକୁ ମାଲ ପରିବହନ କିମ୍ବା କାରଖାନାରୁ କୌଣସି ଦ୍ରବ୍ୟ ବାହାରକୁ ପରିବହନ କରିବା ପାଇଁ ଦିନକୁ ଶହ ଶହ ଭାରିଯାନ ଲାଞ୍ଜିଗଡ ସହର ଦେଇ ଯାତାୟାତ କରୁଛି। ଲାଞ୍ଜିଗଡ଼ ସହରର ରାସ୍ତା ଅଣଓସାରିଆ ହୋଇଥିବା ବେଳେ ଦିନବେଳା ଭାରୀଯାନ ଗୁଡିକ ଚଳପ୍ରଚଳ ହେଉଥିବା ବେଳେ ଟ୍ରାଫିକ ସମସ୍ୟା ସୃଷ୍ଟି ହେଉଥିବା ସମେତ ଛୋଟ ବଡ଼ ଦୁର୍ଘଟଣା ମାନ ଘଟୁଛି। ସହର ଭିତର ଦେଇ ଭାରୀଯାନ ଯାଉଥିବା ବେଳେ ସହରରେ ଥିବା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର, ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ୨ଟି ସ୍କୁଲ, କଲେଜ, ଅଙ୍ଗନବାଡି କେନ୍ଦ୍ର ଶିଶୁ ଓ ଛାତ୍ରଛାତ୍ରୀ ଯାତାୟାତ କରୁଥିବା ବେଳେ ରାସ୍ତା ଧୂଳି ଉଡି ଅଞ୍ଚଳବାସୀ ଅଣନିଶ୍ୱାସୀ ହେଉଛନ୍ତି। ଗାଡି ମାଲିକ କିମ୍ବା କାରଖାନା ତରଫରୁ ରାସ୍ତାରେ ପାଣି ସିଞ୍ଚନ ବ୍ୟବସ୍ଥା ମଧ୍ୟ କରାଯାଉନାହିଁ କି ଭାରିଯାନ ଯିବା ପାଇଁ କୌଣସି ବାୟ ପାସ ରାସ୍ତାର ବ୍ୟବସ୍ଥା କରାଯାଉନାହିଁ। ଘଣ୍ଟା ଘଣ୍ଟା ଟ୍ରାଫିକ ସମସ୍ୟା ଲାଗି ରହିଥିବା ବେଳେ ଆମ୍ବୁଲାନ୍ସ ମଧ୍ୟ ଅଟକି ରହୁଛି।ଭାରି ଯାନ ଯିବା ପାଇଁ କୌଣସି ସମୟ ସୀମା ନିର୍ଦ୍ଧାରିତ ନ କରି ଦିନ ତମାମ ସହରରେ ଭାରିଯାନ ପ୍ରବେଶକୁ ଆଜି ବିରୋଧ କରି ସମସ୍ତ ଭାରିଯାନକୁ ପ୍ରାୟ ୪ ଘଣ୍ଟା କାଳ ଅଟକାଇ ରଖିଥିଲେ ସରପଞ୍ଚ ସମେତ ଅଞ୍ଚଳବାସୀ। ଏହା ପରେ କମ୍ପାନୀ କର୍ତ୍ତୃପକ୍ଷ ଘଟଣା ସ୍ଥଳରେ ପହଞ୍ଚି ଆଲୋଚନା କରିବା ପରେ ଅପରାହ୍ଣ ୨ ଘଣ୍ଟା ସମୟରେ ଗାଡ଼ି ଚଳାଚଳ ସ୍ୱାଭାବିକ ହୋଇଥିଲା। ଏ ନେଇ ଲାଞ୍ଜିଗଡ ସରପଞ୍ଚ ସରସ୍ବତୀ ମୁଣ୍ଡାଙ୍କୁ ପଚାରିବାରୁ କମ୍ପାନୀ କତୃପକ୍ଷଙ୍କ ସହିତ ଆଲୋଚନା ହୋଇଥିଲା ସେମାନେ ଲାଞ୍ଜିଗଡ଼ର ଉକ୍ତ ରାସ୍ତାରେ ଦିନକୁ ତିନିଥର ପାଣି ସିଞ୍ଚନ କରିବା ସହିତ ଭାରି ଯାନଗୁଡିକୁ ଅନ୍ୟ ରାସ୍ତାରେ ଛଡ଼ାଯିବାକୁ ନେଇ ଆମେ ଉପରିସ୍ଥ ଅଧିକାରୀଙ୍କୁ ଏ ବିଷୟରେ ଜଣାଇବୁ ବୋଲି ପ୍ରକାଶ କରିଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.