ଓଡ଼ିଆ ବାର୍ତ୍ତା/ ଟିକ୍ରାପଡ଼ା (ରମାକାନ୍ତ ରାଜପଲିଆ): ସଇଁନ୍ତଳା ବ୍ଲକ ଟିକ୍ରାପଡ଼ାର ରଣା ପଡ଼ା ସ୍ଥିତ ଭାଗବତ ମନ୍ଦିର ପରିସରରେ ସୁନ୍ଦର କାଣ୍ଡ ପାରାୟଣ ଅନୁଷ୍ଠିତ ହୋଇଯାଇଛି | ଏଥିରେ ଦାଶରଥୀ ରଣା, କୁନ୍ତଳୀ ରଣା କର୍ତ୍ତା ଦାୟିତ୍ୱ ନିର୍ବାହ କରିଥିଲେ | ସୁନୀଲ ମିଶ୍ର ବ୍ୟାସ ତଥା ପ୍ରକାଶଚନ୍ଦ୍ର ମିଶ୍ର ପୂଜକ ରହିଥିଲେ | ଟିକ୍ରାପଡ଼ା ତଥା ଆଖପାଖ ଗ୍ରାମରୁ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁ ସାମିଲ ହୋଇଥିଲେ | ଗ୍ରାମବାସୀ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ |





