ଓଡ଼ିଆ ବାର୍ତ୍ତା/ ଚନ୍ଦ୍ରପୁର (ପଦ୍ମନ ଭତ୍ରା): ରାୟଗଡ଼ ଜିଲ୍ଲା ଚନ୍ଦ୍ରପୁର ବ୍ଲକର ସଦର ମହକୁମା ପଞ୍ଚାୟତ କାର୍ଯ୍ୟାଳୟ ଅନ୍ତର୍ଗତ ବନ୍ଦ୍ରୀ ଗ୍ରାମ ପରିଦର୍ଶନ କରିଛନ୍ତି ରାୟଗଡା ଜିଲ୍ଲା ଲୋକପାଳ ଅକ୍ଷୟ କୁମାର ଦାସ। ବିଗତ ଦିନରେ ମନରେଗା ଦୁର୍ନୀତି ନେଇ ଖବର ପ୍ରକାଶ ପାଇଥିଲା। ସେହି ବିଷୟ ଉପରେ ତଦାରଖ କରିବା ପାଇଁ ଜିଲ୍ଲାପାଳଙ୍କ ନିର୍ଦେଶ କ୍ରମେ ମନରେଗା ଯୋଜନାର ଲୋକପାଳ ଚନ୍ଦ୍ରପୁର ଗ୍ରାମର ବଡସାହି, ତଳସାହି ଓ ବାନ୍ଦ୍ରୀ କଲାମ ସାହି ପରିଦର୍ଶନ କରି ସ୍ଥିତି ଅନୁଧ୍ୟାନ କରିଥିଲେ। ତାଙ୍କ ସହ ବ୍ଲକ ଅଧକ୍ଷ କାଇନ କିମ୍ବାକା, ଗୋଷ୍ଟି ଉନ୍ନୟନ ଅଧିକାରୀ ସୋମ୍ୟକାନ୍ତ ବେଙ୍ଗୋଳ, ଜିଲ୍ଲା ପରିଷଦ ସଦସ୍ୟ ସୁଜିତ ବେଦ୍ରାକା, ସହକାରୀ ଯନ୍ତ୍ରୀ ବିଶ୍ୱଜିତ୍ ମିଶ୍ର, ନିର୍ବାହୀ ଅଧିକାରୀ ଆସୁତସ ପାଣିଗ୍ରାହୀ, ଗ୍ରାମ ସଂଯୋଜକ ପ୍ରବୀର ପାତ୍ର ଓ କନିଷ୍ଠ ଯନ୍ତ୍ରୀ ଦେବାଶିଷ ଗୌଡ଼ ଓ ସରପଞ୍ଚ ପ୍ରତିନିଧି ହାଡ଼ିବନ୍ଧୁ ୱାଡ଼େକା ଉପସ୍ଥିତ ଥିଲେ। ଏହି କାର୍ଯ୍ୟକ୍ରମ ପାଇଁ ୩୦/୦୧/ ୨୩ରେ ଅନୁଦାନ ରାଶି ୮୩୭୨୧୬ ଟଙ୍କା ଆସିଥିଲା ସେଥି ମଧ୍ୟରୁ ୪୪୦୦୦୦ ଟଙ୍କା ଖର୍ଚ୍ଚ କରାଯାଉଛି, ବଳକା ଟଙ୍କା ରହିଛି ଯାହାକି ଆଗାମୀ ଦିନରେ ଖର୍ଚ୍ଚ ବନ୍ଦ୍ରି ଗ୍ରାମ ଓ ଅନ୍ୟ ଗ୍ରାମରେ ବିନିଯୋଗ କରାଯିବ ବୋଲି ଗୋଷ୍ଠୀ ଉନ୍ନୟନ ଅଧିକାରୀ କହିଛନ୍ତି। ଉକ୍ତ ଗ୍ରାମରେ କୌଣସି କାର୍ଯ୍ୟକ୍ରମ ହୋଇନାହିଁ ବୋଲି ମତ ପ୍ରକାଶ କରି ଗ୍ରାମବାସୀମାନେ ନିଜେ ସେହି ଶୁଷ୍କ ଗାତ ଓ ଖତ କୁଣ୍ଡ କାର୍ଯ୍ୟ କରିବୁ ବୋଲି ମତ ପ୍ରକାଶ କରିଛନ୍ତି। ଚନ୍ଦ୍ରପୁର ଗ୍ରାମର ଝାନସିରାଣୀ ଲକ୍ଷ୍ମୀବାଇ ମହିଳା ସଙ୍ଘ ୧୨୦ଟି କାର୍ଯ୍ୟ କରି ୧୮୦୦୦୦ ଟଙ୍କା ପାଇଛୁ ବୋଲି ମତ ପ୍ରକାଶ କରିଛନ୍ତି। ଅନ୍ୟପକ୍ଷରେ ପୂର୍ବ ପ୍ରକାଶିତ ଖବର ମିଛ ବୋଲି ବ୍ଲକ ଅଧ୍ୟକ୍ଷ ଓ ଗ୍ରାମବାସୀ କହିଛନ୍ତି।




