ପୂର୍ବତନ ସରପଞ୍ଚଙ୍କ ପରଲୋକ

ଓଡ଼ିଆ ବାର୍ତ୍ତା/ ଧର୍ମଗଡ଼ (ଲବଣୀ ରାଉତ): ଛିଲିପା ପଞ୍ଚାୟତର ପୂର୍ବତନ ସରପଞ୍ଚ ଗଣପତି ପ୍ରଧାନିଙ୍କ ଧର୍ମଗଡ଼ ସ୍ଥିତ ରେଭ୍ନେନିୟୁ କଲୋନୀ ପଡ଼ା ବାସଭବନରେ ପରଲୋକ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୬ବୟସ ହୋଇଥିଲା। ଗତ କିଛିଦିନ ଧରି ସେ ଅସୁସ୍ଥ ରହି ଚିକିତ୍ସିତ ହେଉଥିଲେ। ମୃତ୍ୟୁ ଶଯ୍ୟା ନିକଟରେ ଦୁଇପୁଅ ରୋମାଞ୍ଚଲ ପ୍ରଧାନୀ (ମଙ୍ଗଳୁ) ଓ ନବୀନ ପ୍ରାଧାନିଙ୍କ ସମେତ ତିନିଝିଅ ଜ୍ୟାଇଁ ନାତି ନାତୁଣୀ ପରିବାର ବର୍ଗ ଉପସ୍ଥିତ ଥିଲେ। ସ୍ଥାନୀୟ ଶ୍ମଶାନରେ ତାଙ୍କର ଅନ୍ତିମ ସଂସ୍କାର ହୋଇଥିଲା। ତାଙ୍କ ପରଲୋକରେ ଅଞ୍ଚଳରେ ଶୋକରଛାୟା ଖେଳିଯାଇଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.