ହରଗୌରୀ ଯୁବକ ସଂଘ ପକ୍ଷରୁ ବ୍ଲକ ସ୍ତରୀୟ ଖେଳ ପ୍ରତିଯୋଗିତା

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ଭାରତ ସରକାରଙ୍କ ଯୁବ ବ୍ୟାପାର ଓ କ୍ରୀଡା ମନ୍ତ୍ରାଳୟ ଅଧିନସ୍ଥ ମୋ ଭାରତ କଳାହାଣ୍ଡି ଶାଖା ନେତୃତ୍ୱରେ ଆଜି କର୍ଲାମୁଣ୍ଡା ବ୍ଲକ କୁଶୁର୍ଲା ହରଗୌରୀ ଯୁବକ ସଂଘ ପକ୍ଷରୁ ବ୍ଲକ ସ୍ତରୀୟ ଖେଳ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ଆଜି ପ୍ରଥମ ଦିନରେ ମୁଡିଙ୍ଗ ସହ ରଜାପଡା ମଧ୍ୟରେ ଖେଳ ଆରମ୍ଭ ହୋଇଥିବାବେଳେ ରଜାପଡା ଦଳ ଦୁଇଟି ଗୋଳରେ ମୁଡିଙ୍ଗ ଦଳକୁ ପରାସ୍ତ କରିଥିଲା। ଏଥିରେ ଅତିଥି ଭାବେ ମିଳିତ ପଞ୍ଚାୟତ ବିଦ୍ୟାଳୟ ଯୋରାଡବରା ପ୍ରଧାନ ଶିକ୍ଷୟତ୍ରୀ କୋଇନୋର ସାହୁ, ସାମ୍ବାଦିକ ନର୍ଲା ଭିକାରି ଗୌଡ଼, ସ୍ବେଛାସେବୀ ତଥା ପ୍ରକୃତି ବନ୍ଧୁ ସନତ କୁମାର ସାହୁ, ସମାଜସେବୀ ଜନ୍ମେଜୟ ସାହୁ, ସମାଜସେବୀ ଶୋବାକର ଜାନୀ, କିଶୋର ନାଗ, ଲବ ସାହୁ, ହରଗୌରୀ ଯୁବକ ସଂଘ ସଭାପତି ଯୋଗେଶ ଚନ୍ଦ୍ର ଜାନୀ, ସମ୍ପାଦକ ସନ୍ତୋଷ ରଣା, ସମେତ ଅନୁଷ୍ଠାନର ସମସ୍ତ କର୍ମକର୍ତ୍ତା ଉପସ୍ଥିତ ରହି ସହଯୋଗ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.