ଓଡିଆ ବାର୍ତ୍ତା/ ଭୁତିଆରବାହାଲ (ପଞ୍ଚାନନ ଭୋଇ): ସଦର ବ୍ଲକ ଅନ୍ତର୍ଗତ ଭୁତିଆରବାହାଲ ସଚ୍ଚିଦାନନ୍ଦ ହାଇସ୍କୁଲର ବାର୍ଷିକ କ୍ରୀଡା ଅନୁଷ୍ଠିତ ହୋଇଛି। ବିଦ୍ୟାଳୟ ର ପ୍ରଧାନ ଶିକ୍ଷୟିତ୍ରୀ ଶିକତା ପଟେଲ ଙ୍କ ଦ୍ଵାରା କ୍ରୀଡା ଉତ୍ସବ ର ଉଦଘାଟନୀ ସମାବେଶରେ ସ୍କୁଲ ର ଷଷ୍ଠ ରୁ ଦଶମ ଶ୍ରେଣୀର ଛାତ୍ରଛାତ୍ରୀମାନେ ଭାଗନେଇଥିଲେ। ପ୍ରଥମେ ପ୍ରଦୀପ ପ୍ରଜ୍ବଳନ କରାଯାଇ ଖେଳ ଆରମ୍ଭ କରାଯାଇଥିଲା। ଏଥିରେ ଖେଳ ଶିକ୍ଷକ ଶ୍ରୀ ଜନାର୍ଦ୍ଦନ ସାହୁ, ରବିନ୍ଦ୍ର ସାହୁ,ରୋଜି ରଣା, ସେବତୀ ମୁଦୁଲି, ବୀରକିଶୋର ସୁନା, ମମତା ଦାଶ, ପ୍ରିୟଙ୍କା ମହାପାତ୍ର ଖେଳ ପରିଚାଳନା କରିଥିଲେ। ଦୁଇଦିନିଆ ବାର୍ଷିକ କ୍ରୀଡା ରେ ମୋଟ ୫୦ ଟି ଖେଳ ଅନୁଷ୍ଠିତ ହୋଇଥିଲା। ଶେଷରେ ହିନ୍ଦୀ ଶିକ୍ଷକ ସମୀର ମେହେର ଧନ୍ୟବାଦ ଅର୍ପଣ କରିଥିଲେ। ହରିଶଙ୍କର ଭୋଇ ତନଞ୍ଜୟ ମେହେର ସହଯୋଗ କରିଥିଲେ।





