ଅନାଥ ତିନି ଭାଇ ଭଉଣୀଙ୍କୁ ସାକ୍ଷାତ କଲେ ଖୁସି ଚାରିଟେବୁଲ ଟ୍ରଷ୍ଟର କର୍ମକର୍ତ୍ତା

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ସୁଶାନ୍ତ କୁମାର ଦଳେଇ): କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ଅନ୍ତର୍ଗତ ଧାମନପୁର ପଞ୍ଚାୟତ ଅଧିନରେ ଥିବା ମହୁଲ ମୁଣ୍ଡା ଗ୍ରାମରେ ସ୍ବର୍ଗତ ବିରଞ୍ଚି ମାଝୀ ଓ ପୂର୍ଣ୍ଣମୀ ମାଝୀ ନିଜର ତିନି ସନ୍ତାନ ମଝିଆ ପୁଅ ତୁଲେଶ୍ୱର୍ ମାଝୀ (୧୦), ବଡ଼ ଝିଅ ସୁଭାଷିନୀ ମାଝୀ (୧୪) ସବା ସାନ ଝିଅ ଲତା ମାଝି (୭) ଙ୍କୁ ନେଇ ବେଶ ହସ ଖୁସିରେ ପରିବାର ଚଲୁଥିଲା । ଦୁହେଁ ପିଲା ମାନଙ୍କୁ ନେଇ ଖୁସି ଥିବା ବେଳେ ସେମାନଙ୍କ ଭବିଷ୍ୟତ ପାଇଁ ଆର୍ଥିକ ସଂଚୟ ପାଇଁ ବିରଞ୍ଚି ବାହାର ରାଜ୍ୟକୁ ଦାଦନ ଯାଇ ଅର୍ଥ ଉପାର୍ଜନ କରୁଥିଲେ l ହେଲେ ସ୍ତ୍ରୀ ପୂର୍ଣମୀ ମାଝୀ ଚଳିତବର୍ଷ ଏପ୍ରିଲ ମାସ ରେ କୌଣସି କାରଣ ରୁ କୁଆଡେ ଚାଲିଗଲେ ପତା ମିଳୁନାହିଁ l ସ୍ୱାମୀ ବିରଞ୍ଚି ମାଝୀ ଓ ଗାଁ ଲୋକେ ବହୁତ ଖୋଜିଲା ପରେ ମଧ୍ୟ ସେ ମିଳିଲେ ନାହିଁ l ମାଁ କୁଆଡେ ଚାଲିଯିବାରୁ ବାପା ପୁଅ ଝିଅ ର ପାଳନ ପୋଷଣ କରିବା ସକାଶେ ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯାଇ ସେଠାରେ ଗତ ସେପ୍ଟେମ୍ବର ମାସ ୩୦ ତାରିଖ ଦିନ ମୃତ୍ୟୁ ବରଣ କରିଥିଲେ । ଯାହାଫଳରେ ୬୧ ବର୍ଷୀୟ ବୃଦ୍ଧ ଜେଜେ ବାପାଙ୍କ ଆଶ୍ରୟ ନେଇ ତିନି ଭାଇ ଭଉଣୀ ରହିଥିବା ଖବର ପାଇ ଭବାନୀପାଟଣା ର ସାମାଜିକ ଅନୁଷ୍ଠାନ ଖୁସି ଚାରି ଟେବୁଲ୍ ଟ୍ରଷ୍ଟ ର ସଭାପତି ଶ୍ରୀ ଯଶୋବନ୍ତ ରଣା ଓ କୋଷାଧ୍ୟକ୍ଷ ଧୀରେନ୍ଦ୍ର ସୁନାନି ମହୁଲ ମୁଣ୍ଡା ଗ୍ରାମକୁ ଯାଇ ତିନି ଛୁଆ ଓ ଜେଜେ ବାପାଙ୍କ ସହିତ ତାଙ୍କର ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରିଥିଲେ । ଛୁଆମାନେ ରହୁଥିବା ଘର ମଧ୍ୟ ସମ୍ପୂର୍ଣ୍ଣ ଭାଙ୍ଗି ଯାଇଥିବା ହେତୁ ବହୁତ କଷ୍ଟରେ ସେମାନେ ଜେଜେବାପା ପାଖରେ ରହୁଛନ୍ତି l ସଂଗଠନ ତରଫ ରୁ ଛୁଆ ମାନଙ୍କୁ ସ୍କୁଲ ଯିବା ପାଇଁ ସ୍କୁଲ ବ୍ୟାଗ, ଖାତା, ପେନସିଲ, କଲମ ପ୍ରଭୁତି ଶିକ୍ଷା ସାମଗ୍ରୀ ଦେଇ ସେମାନଙ୍କୁ ଉତ୍ସାହିତ କରିଥିଲେ । ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀଙ୍କ ସହ ଯୋଗାଯୋଗ କରି ଖୁବ ଶୀଘ୍ର ଶିଶୁ ମାନଙ୍କୁ ସରକାରଙ୍କ ସମସ୍ତ ବିଭାଗ ରେ ସହାୟତା କରିବାପାଇଁ ପ୍ରତିସୃତି ଦେଇଛନ୍ତି l ପିଲା ମାନଙ୍କ ଭବିଷ୍ୟତକୁ ଦୃଷ୍ଟିରେ ରଖି ସେମାନଂକୁ ଇନ୍ଦିରା ଆବାସ ଯୋଜନାରେ ସାମିଲ କରି ଘର ଖଣ୍ଡେ ପ୍ରଦାନ ସହ ତାଙ୍କ ଜେଜେବାପା ଘାସିରାମ ମାଝୀଙ୍କୁ ବାର୍ଦ୍ଧକ୍ୟ ଯୋଜନାରେ ସାମିଲ କରିବାପାଇଁ ଖୁସି ଚାରିଟେବୁଲ ଟ୍ରଷ୍ଟର ସଭାପତି ବ୍ଲକ ପ୍ରଶାସନ ଓ ଜିଲ୍ଲା ପ୍ରଶାସନଙ୍କୁ ଅନୁରୋଧ କରିଛନ୍ତି  l

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.