ପଞ୍ଚୁପଲ୍ଲୀ ସୋମନାଥ ଉଚ୍ଚ ବିଦ୍ୟାଳୟରେ ବ୍ଲକସ୍ତରୀୟ ବିଜ୍ଞାନ ମେଳା ଓ ବାଲ୍ ବୈଜ୍ଞାନିକ ପ୍ରଦର୍ଶନୀ

ଓଡ଼ିଆ ବାର୍ତ୍ତା/ ଚିଲିକା: ଆଜି ଚ଼ିଲିକା ବ୍ଲକ ଅନ୍ତର୍ଗତ ଆଙ୍କୁଲାଚ଼ଟି ସ୍ଥିତ ପିଏମ୍.ଶ୍ରୀ ପଞ୍ଚୁପଲ୍ଲୀ ସୋମନାଥ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ଆୟୋଜିତ ବ୍ଲକ ସ୍ତରୀୟ ବିଜ୍ଞାନ ମେଳା ଓ ବାଲ୍ ବୈଜ୍ଞାନିକ ପ୍ରଦର୍ଶନୀ-୨୦୨୫ରେ ମୁଖ୍ୟଅତିଥି ଭାବେ ଓଡ଼ିଶା ସରକାରଙ୍କ ମାନ୍ୟବର ଆଇନ, ପୂର୍ତ୍ତ‌ ଓ ଅବକାରୀ ମନ୍ତ୍ରୀ ଶ୍ରୀ ପୃଥ୍ୱୀରାଜ ହରିଚ଼ନ୍ଦନ ଯୋଗଦେଇ ଦେଶର ଆଗାମୀ ଭବିଷ୍ୟତମାନଙ୍କୁ ସମ୍ବୋଧିତ କରିଛନ୍ତି‌।

ଦୈନନ୍ଦିନ ଜୀବନର ପ୍ରତିଟି କ୍ଷେତ୍ରରେ ଆମେ ସମସ୍ତେ ବିଜ୍ଞାନକୁ ବ୍ୟବହାର କରୁଛୁ।ଆଜି ମହାକାଶ ବିଜ୍ଞାନରେ ଭାରତ ବିଶ୍ୱର ବିକଶିତ ଦେଶ ଗୁଡିକ ସହିତ ସମକକ୍ଷ ହୋଇପାରିଛି।ଆମେ କେବଳ ‘ଜୟ ବିଜ୍ଞାନ’ରେ ସୀମିତ ନାହୁଁ, ‘ଜୟ ଅନୁସନ୍ଧାନ’ ଦିଗରେ ଆଗକୁ ଅଗ୍ରସର ହେଉଛୁ।

ଆମ ସରକାର ରାଜ୍ୟରେ ଜାତୀୟ ଶିକ୍ଷାନୀତି ଲାଗୁକରି ଶିକ୍ଷା କ୍ଷେତ୍ରରେ ବୈପ୍ଳବିକ ପରିବର୍ତ୍ତନ ଆଣିବା ପାଇଁ ପ୍ରୟାସ କରିବା ସହ ବୈଜ୍ଞାନିକ ଜ୍ଞାନକୌଶଳ, ସୃଜନଶୀଳତା ଏବଂ ଗବେଷଣା ଉପରେ ଦୃଷ୍ଟି ଦେଉଛନ୍ତି।ଆଗାମୀ ଦିନରେ ଆମର ଛାତ୍ରଛାତ୍ରୀ ମାନେ ବିକଶିତ ଓଡିଶାର କର୍ଣ୍ଣଧାର ସାଜିବେ ବୋଲି ମାନ୍ୟବର ମନ୍ତ୍ରୀ ଶ୍ରୀ ହରିଚନ୍ଦନ ଆଶାବ୍ୟକ୍ତ କରିଛନ୍ତି।

ଏହି ଅବସରରେ ବାଲ୍ ବୈଜ୍ଞାନିକ ପ୍ରଦର୍ଶନୀ ପ୍ରତିଯୋଗିତାରେ ବିଜ୍ଞ ବିଚାରକ ମଣ୍ଡଳୀ ମାନଙ୍କୁ ମାନ୍ୟବର ମନ୍ତ୍ରୀ ଶ୍ରୀ ହରିଚ଼ନ୍ଦନ ସମ୍ବର୍ଦ୍ଧିତ କରିଛନ୍ତି।ତତସହିତ ଛାତ୍ରଛାତ୍ରୀ ମାନଙ୍କ ଦ୍ଵାରା ପ୍ରସ୍ତୁତ ପ୍ରକଳ୍ପ ଗୁଡ଼ିକୁ ଓଡ଼ିଶା ସରକାରଙ୍କ ମାନ୍ୟବର ଆଇନ, ପୂର୍ତ୍ତ‌ ଓ ଅବକାରୀ ମନ୍ତ୍ରୀ ଶ୍ରୀ ପୃଥ୍ୱୀରାଜ ହରିଚ଼ନ୍ଦନ ବୁଲି ଦେଖିଛନ୍ତି।

ଏହି ଅବସରରେ ଅନ୍ୟତମ ଅତିଥି ଭାବେ ଚ଼ିଲିକା ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ଜ୍ୟୋସ୍ନା ବେହେରା, ଜିଲ୍ଲା ଶିକ୍ଷାଧିକାରୀ ଶ୍ରୀମତୀ ସୋନାମିକା ରାୟ ,ଚ଼ିଲିକା ବ୍ଲକ ବିଡିଓ ସୁଶ୍ରୀ ପୁନମ ମହାପାତ୍ର , ଚ଼ିଲିକା ବ୍ଲକ ଶିକ୍ଷା ଅଧିକାରୀ ଶ୍ରୀ ଦ୍ବାରିକାନାଥ ବେହେରା,ସ୍ପେସ୍ ବୈଜ୍ଞାନିକ ଶ୍ରୀ ସରୋଜ କୁମାର ମହାନ୍ତି,ଅତିରିକ୍ତ ଶିକ୍ଷା ଅଧିକାରୀ ଶ୍ରୀ ନୀଳାଦ୍ରି ଭୂଷଣ ଦାଶ, ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀ ବିଜୟ କୁମାର ପାତ୍ର ପ୍ରମୁଖ ଯୋଗଦେଇ ନିଜର ବକ୍ତବ୍ୟ ଉପସ୍ଥାପନ କରିଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.