ଅନୁଷ୍ଠିତ ହେଲା ବାଲେଶ୍ବର ଲୋକ ମହୋତ୍ସବର ପଞ୍ଚମ ସନ୍ଧ୍ୟା: ଦର୍ଶକଙ୍କୁ ଝୁମେଇଲେ ଅସୀମା ପଣ୍ଡା

ଓଡ଼ିଆ ବାର୍ତ୍ତା/ ବାଲେଶ୍ୱର (କୃଷ୍ଣ କୁମାର ମହାନ୍ତି): ଆଇଟିଆଇ ପଡ଼ିଆରେ ଅନୁଷ୍ଠିତ ବାଲେଶ୍ୱର ଲୋକ ମହୋତ୍ସବର ପଞ୍ଚମ ସନ୍ଧ୍ୟାରେ ଆୟୋଜିତ ସଭାରେ ମହୋତ୍ସବ କମିଟିର ଉପସଭାପତି ସିମନ ଦାସ ମହାପାତ୍ର ସଭାପତିତ୍ୱ କରିଥିଲେ। ଏଥିରେ ସ୍ୱତନ୍ତ୍ର ଅତିଥି ଭାବେ ପୂର୍ବତନ ସାଂସଦ ରବିନ୍ଦ୍ର କୁମାର ଜେନା ଉପସ୍ଥିତ ରହି ସହର ଏବଂ ବ୍ୟବସାୟିକ ବିକାଶ ପାଇଁ ଯୁବପିଢିଙ୍କ ଏଭଳି ପ୍ରାୟାସକୁ ସାଧୁବାଦ୍ ଜଣାଇଥିଲେ। ଅନ୍ୟତମ ଅତିଥି ଭାବେ ବାଲେଶ୍ୱର ଜିଲ୍ଲାପାଳ ସୂର୍ଯ୍ୟବଂଶୀ ମୟୂର ବିକାଶ ଉପସ୍ଥିତ ଥିଲେ। କମିଟିର ସମ୍ପାଦକ ତାପସ ପାଣିଗ୍ରାହୀ ମଞ୍ଚ ଆହ୍ୱାନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ମଞ୍ଚରେ ଉପଦେଷ୍ଟା ଯୁବନେତା ବିକ୍ରମ ପଣ୍ଡା, ଭାଗବତ ସାହୁ, ଚେୟାରମେନ ବିଶ୍ୱଜିତ୍ ପରମାଣିକ, ସଭାପତି ଅସିତ୍ କୁମାର ଦାସ, ସଧାରଣ ସମ୍ପାଦକ ସଂଜୟ ସାମନ୍ତ, ସଂପାଦକ ସତ୍ୟ ପ୍ରକାଶ ପତି, ହେମନ୍ତ ମହାନ୍ତି, ଉପସଭାପତି ସୌଭାଗ୍ୟ ମାନସ ନାୟକ, କାର୍ଯ୍ୟକାରୀ ସଦସ୍ୟ ଅଞ୍ଜନ ପରିଡା, ଜିତେନ୍ଦ୍ର ମହାଳିକ ପ୍ରମୁଖ ମଞ୍ଚରେ ଉପସ୍ଥିତ ଥିଲେ। ଶେଷରେ ସଂପାଦକ ରାଜେଶ ମହାକୁଡ଼ ଧନ୍ୟବାଦ ଅର୍ପଣ କରିଥିଲେ। କାର୍ଯ୍ୟକାରୀ ସଭାପତି ଶ୍ରୀମାନ ଶ୍ରୀଚନ୍ଦନ,ଉପାଧ୍ୟକ୍ଷ ଶ୍ରୀମନ୍ତ ମାଝୀ, ବିକାଶ କୁମାର ପାଢ଼ୀ, ରାଜେନ୍ଦ୍ର ପଟ୍ଟନାୟକ,ସମ୍ବିତ ବିଶ୍ୱାଳ, ଜିତେନ୍ଦ୍ର ମହାଳିକ, ହ୍ରିତିକ ନାୟକ,ସୌମ୍ୟ ଯାଦବ, ଜଗନ୍ନାଥ ପାଣିଗ୍ରାହୀ, ଅନୁପମ ମିଶ୍ର, ସୌମ୍ୟ ପାଣିଗ୍ରାହୀ, ଝଡେଶ୍ୱେର ଜେନା, ଜୀବନ ସଂଗ୍ରାମ ମିଶ୍ର ପ୍ରମୁଖ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ। ଜଣାଶୁଣା ସମଜସେବୀ ସୁମନ୍ତ କୁମାର ଜେନା, ସୁରଜ ଵିଶାଲ, ସହଦେଵଖୁଣ୍ଟା ଥାନା ଅଧିକାରୀ ବିରଞ୍ଚି ସାହୁଙ୍କ ସହ ପ୍ରସିଦ୍ଧ ମୂର୍ତ୍ତି କାରିଗର ବିଶ୍ୱନାଥ ରଣାଙ୍କୁ କମିଟି ତରଫରୁ ସମ୍ବର୍ଦ୍ଧିତ କରାଯାଇଥିଲା। ଏହା ପରେ ଲୋକପ୍ରିୟ ଗାୟିକା ଅସୀମା ପଣ୍ଡା ସଂଗୀତ ପରିବେଷଣ କରିଥିଲେ। ମହୋତ୍ସବରେ ରାଜ୍ୟ ଏବଂ ରାଜ୍ୟ ବାହାରୁ ବିଭିନ୍ନ ଅଞ୍ଚଳରୁ ବ୍ୟବସାୟୀମାନେ ଆସି ପାଖାପାଖି ୩୦୦ରୁ ଅଧିକ ଷ୍ଟଲ ଖୋଲିଥିବା ବେଳେ ଗରମାଗରମ ଖାଦ୍ୟ, ମେଳାରେ ବିଭିନ୍ନ ସାମଗ୍ରୀ କିଣିବା ପାଇଁ ଲୋକଙ୍କ ସମାଗମ ଧୀରେ ଧୀରେ ବଢୁଥିବା ଲକ୍ଷ୍ୟ କରାଯାଉଛି। ଏହ ଲୋକ ଉତ୍ସବରେ ମୀନାବଜାର, ରାମଦୋଳି, ଜଳପରୀ ଆଦି ବିଶେଷ ଆକର୍ଷଣର କେନ୍ଦ୍ରବିନ୍ଦୁ ସାଜିଛି। ଲୋକ ମହୋତ୍ସବ ଆସନ୍ତା ନଭେମ୍ବର ୨୮ ତାରିଖ ପର୍ଯ୍ୟନ୍ତ ଚାଲିବ ବୋଲି କମିଟି ପକ୍ଷରୁ ସୁଚନା ମିଳିଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.