ବେଦାନ୍ତ ଟ୍ରେନ ଧକ୍କାରେ କଟିଲା ନାବାଳକର ଗୋଡ଼ 

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ ଚମ୍ପାଦେଇପୁର ପଞ୍ଚାୟତ ହରେକୃଷ୍ଣପୁର ନିକଟସ୍ଥ ଆମ୍ବାଦଳା-ଲାଞ୍ଜିଗଡ ବେଦାନ୍ତ କାରଖାନାକୁ ଯାଉଥିବା ମାଲବାହୀ ରେଳଗାଡ଼ି ଧକ୍କାରେ ଜଣେ ନାବାଳକର ଗୋଡ଼ କଟିଯାଇଛି। ସୂଚନାନୁସାରେ ରେଳ ଧାରଣା ପାର ହୋଇ ଯାଇଥିବା ହରେକୃଷ୍ଣପୁର ଗ୍ରାମର କାନ୍ତ ମାଝୀର ନାବାଳକ ପୁଅ ଥବିର ମାଝୀ (୧୧) ନାମକ ଜଣେ ନାବାଳକଙ୍କ ବାମ ଗୋଡ଼ ସଂପୂର୍ଣ୍ଣ ଭାବେ କଟିଯାଇଛି। ଆଜି ଅପରାହ୍ନ ସାଢେ ୪ ଘଣ୍ଟା ସମୟରେ ସେ ରେଳ ଧାରଣା ପାର ହେଉଥିବାବେଳେ ବେଦାନ୍ତ ପ୍ରକଳ୍ପକୁ ଯାଉଥିବା ଏକ ଟ୍ରେନ ବଗିରେ ଓହଳିଥିବା ଦଉଡି ଥବିର ଗୋଡ଼ରେ ଲାଗିଯାଇଥିଲା ଏବଂ ତାକୁ ଟାଣି ନେଇଥିଲା। ତାକୁ ଟାଣି ଦେଇ ଘୋଷାଡ଼ି ନେବାରୁ ଡାହାଣ ଗୋଡ଼ର ପାଦ ସଂପୂର୍ଣ୍ଣ ଭାବେ ଛିଣ୍ଡି ଅଲଗା ହୋଇଯାଇଛି। ଦୁର୍ଘଟଣା ପରେ ପ୍ରଚୁର ରକ୍ତସ୍ରାବ ଯୋଗୁଁ ସେ ଗୁରୁତର ହୋଇପଡିଥିବା ବେଳେ ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ଲାଞ୍ଜିଗଡ଼ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠାଇଥିଲେ। ଲାଞ୍ଜିଗଡ଼ ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା କଲାପରେ ଅତ୍ୟଧିକ ଗୁରୁତର ହେବା ଏବଂ ପାଦ ଛିଣ୍ଡି ଯାଇଥିବା ହେତୁ ତାଙ୍କୁ ଭବାନୀପାଟଣା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଥିଲା କିନ୍ତୁ ପରିବାର ଲୋକେ ଭୁବନେଶ୍ୱର ଚିକତ୍ସା ପାଇଁ ନେଇଥିବା ଲାଞ୍ଜିଗଡ଼ ମେଡିକାଲ ଅଫିସର ଭବାନୀ ଶଙ୍କର ଲେଙ୍କା ପ୍ରକାଶ କରିଛନ୍ତି। ଏହାକୁ ନେଇ ହରେକୃଷ୍ଣପୁର ଗାଁରେ ପ୍ରବଳ ଜନ ଅସନ୍ତୋଷ ଦେଖିବାକୁ ମିଳିଥିବାବେଳେ ଉତ୍ୟକ୍ତ ଲୋକେ ରେଳରୋକ କରିଥିଲେ। ଏପରିକି ଦୁର୍ଘଟଣାର ଶିକାର ହୋଇଥିବା ଥବିରଙ୍କ ଚିକିତ୍ସା ଖର୍ଚ୍ଚ ବହନ କରିବା ସହିତ ତାଙ୍କ ପରିବାରକୁ କ୍ଷତିପୂରଣ ଯୋଗାଇଦେବାକୁ ଅଡ଼ି ବସିଥିଲେ। ଘଟଣା ସମ୍ପର୍କରେ ଖବର ପାଇ ଲାଞ୍ଜିଗଡ଼ ଥାନାଧିକାରୀ ଯଶବନ୍ତ ହିଆଲଙ୍କ ନେତୃତ୍ୱରେ ଏଏସଆଇ ବଳଭଦ୍ର ଗୌଡ଼ ଓ ଏଏସଆଇ ସଞ୍ଜୟ କୁମାର ବୈଠାରୁ ପୋଲିସ ଦଳ ସହିତ ଘଟଣା ସ୍ଥଳରେ ପହଞ୍ଚି ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା ପରେ ଧାରଣ ପ୍ରତ୍ୟାହୃତ ହୋଇଥିବା ଲାଞ୍ଜିଗଡ଼ ଏଏସଆଇ ବଳଭଦ୍ର ଗୌଡ଼ ପ୍ରକାଶ କରିଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.