ଅଖିଳ ଭାରତୀୟ ସାହିତ୍ୟ ପରିଷଦ ଓଡ଼ିଶା – ମା ମାଣିକେଶ୍ଵରୀ କଳାହାଣ୍ଡି ଶାଖା ପକ୍ଷରୁ ସାମ୍ୱାଦିକ ସମ୍ମିଳନୀ

ଓଡିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ଅଖିଳ ଭାରତୀୟ ସାହିତ୍ୟ ପରିଷଦ, ଓଡ଼ିଶା, ମା ମାଣିକେଶ୍ଵରୀ, କଳାହାଣ୍ଡି ଶାଖା ପକ୍ଷରୁ ଓ ଟି ଟି ପ୍ଲାଟ୍ ଫର୍ମ ନଭେମ୍ବର ୭, ୮ ଓ ୯ ର ମଧ୍ୟପ୍ରଦେଶ ରାଜ୍ୟର ରେବା ଠାରେ ଅନୁଷ୍ଠିତ ରାଷ୍ଟ୍ରୀୟ ଅଧିବେଶନରେ ପାରିତ ଓ ଟି ଟି ପ୍ଲାଟ୍ ଫର୍ମ ର ସାମଗ୍ରୀ ଉପରେ ଆଇନ ପ୍ରଣୟନ ପାଇଁ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି।

ଜିଲ୍ଲା ଅଧ୍ୟକ୍ଷ ଜଗଦୀଶ୍ୱର ମୁଣ୍ଡଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଉପାଧ୍ୟକ୍ଷ ଧବଳେଶ୍ୱର ପାତ୍ର, ସଂଯୋଜକ ମନୋଜ କୁମାର ନାୟକ ଓ କାର୍ଯ୍ୟକାରିଣୀ ସଦସ୍ୟା ଦୀପ୍ତି ମୁଣ୍ଡ ଉପସ୍ଥିତ ଥିଲେ। ସମ୍ପାଦିକା ସୁଦେଷ୍ଣା ପଣ୍ଡାଙ୍କ ସଂଯୋଜନାରେ ଆୟୋଜିତ ଏହି ସମ୍ମିଳନୀରେ ପ୍ରମେୟ ଜିଲ୍ଲା ପ୍ରତିନିଧି ସନ୍ତୋଷ କୁମାର ସିଂହଦେଓ, ସକାଳ ଜିଲ୍ଲା ପ୍ରତିତିଧି ସ୍ଵାଧୀନ ପାତ୍ର, ସମ୍ବାଦ ପ୍ରତିନିଧି ଦେବେନ୍ଦ୍ର ବିଶି, ପଶ୍ଚିମାଞ୍ଚଳ ପ୍ରତିନିଧି ସୁଜିତ କୁମାର ବେହେରା, ନବୀନ ର ଜିଲ୍ଲା ପ୍ରତିନିଧି କାର୍ତ୍ତିକେଶ୍ୱର ନନ୍ଦ ପ୍ରମୁଖ ଯୋଗ ଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ।

ଓ ଟି ଟି ସାମଗ୍ରୀ ଉପରେ କଟକଣା ନିମନ୍ତେ ଆଇନ ପ୍ରଣୟନ କରିବା ପାଇଁ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ନିକଟରେ ଦାବି ଉପସ୍ଥାପନ କରି ପ୍ରସ୍ତାବ ପାରିତ କରାଯାଇଥିଲା। ଉପସ୍ଥିତ ସମସ୍ତ ସାମ୍ବାଦିକଙ୍କୁ ଏ ଦିଗରେ ଜନଜାଗରଣ ନିମନ୍ତେ ସହଯୋଗ କରିବା ପାଇଁ ଅନୁରୋଧ କରାଯାଇଥିଲା।

ପାରିତ ହୋଇଥିବା ୫ ଗୋଟି ଦାବି ଗୁଡ଼ିକ ହେଲା
୧. ଓ ଟି ଟି ପ୍ଲାଟ୍ ଫର୍ମ ଏବଂ ଗେମିଂ ଆପରେ ପ୍ରସାରିତ ହେଉଥିବା ପ୍ରତ୍ୟେକ ସାମଗ୍ରୀ ଉପରେ ପରୀକ୍ଷା ନିରୀକ୍ଷା, ଆଇନ ପ୍ରଣୟନ ଓ ବର୍ଗୀକରଣ ପାଇଁ ଶାସନ ଦ୍ଵାରା ଏକ ସଶକ୍ତ୍ତ , ସ୍ୱାୟତ୍ତ ବିଧେୟକ ନିୟାମକ ସଂସ୍ଥାର ଗଠନ କରାଯାଉ।
୨. ଡିଜିଟାଲ ମାଧ୍ୟମରେ ପ୍ରସ୍ତୁତ ଯେକୌଣସି ଦୃଶ୍ୟ, ସମ୍ବାଦ, ଅଥବା ବିଚାର ଯାହା ଭାରତର ସାମ୍ବିଧାନିକ ଗରିମା, ଧାର୍ମିକ ଆସ୍ଥା, ସାଂସ୍କୃତିକ ମୂଲ୍ୟବୋଧ ଅଥବା ସାମାଜିକ ମର୍ଯ୍ୟାଦା ଏବଂ ସନାତନ ପରମ୍ପରାକୁ ଆହତ କରୁଛି ଏହା ଉପରେ ତୀକ୍ଷ୍ଣ ଦୃଷ୍ଟି ରଖାଯାଉ। ୩. କିଶୋର ଓ ଯୁବ ବର୍ଗ ଙ୍କ ପାଇଁ ଉପଯୁକ୍ତ ସାମଗ୍ରୀର ବୟସ ଆଧାରରେ ନିୟନ୍ତ୍ରଣ ଆଇନ କୁ ଅନିବାର୍ଯ୍ୟ କରାଯାଉ।

୪. ଯାହା ମଞ୍ଚ ବା ଅଶ୍ଲିଳତା, ହିଂସା, ନିଶା କାରବାର, ବିକୃତ ଜୀବନ ମୂଲ୍ୟର ପ୍ରଚାର କରୁଛନ୍ତି ସେମାନଙ୍କ ବିରୋଧରେ ବିରୋଧରେ କଠୋର ଦଣ୍ଡାତ୍ମକ ଆଇନ ପ୍ରଣୟନ ହେଉ। ୫. ଭାରତୀୟ ଭାଷାଗୁଡିକର ଓ ସଂସ୍କୃତି ର ସମ୍ବର୍ଦ୍ଧନ ପାଇଁ ଭାରତୀୟ ଜୀବନ ମୂଲ୍ୟ ଉପରେ ଆଧାରିତ ଵୈପ୍ଲବିକ ମନୋରଞ୍ଜନ ମାଧ୍ୟମକୁ ପ୍ରୋତ୍ସାହିତ କରାଯାଉ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.