ବାଲେଶ୍ୱର ଲୋକ ମହୋତ୍ସବର ଷଷ୍ଠ ସନ୍ଧ୍ୟା : ମୁଖ୍ୟ ଆକର୍ଷଣ ଦେବଶ ପତି

ଓଡ଼ିଆ ବାର୍ତ୍ତା/ ବାଲେଶ୍ୱର (କୃଷ୍ଣ କୁମାର ମହାନ୍ତି): ବାଲେଶ୍ୱର ଆଇଟିଆଇ ପଡିଆରେ ଆୟୋଜିତ ଲୋକ ମହୋତ୍ସବର ସୋମବାର ଷଷ୍ଠ ସନ୍ଧ୍ୟାର ମୁଖ୍ୟ ଆକର୍ଷଣ ସାଜିଥିଲେ ଦେବେଶ ପତି। ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ସାଙ୍ଗକୁ ଓଲିଉଡ କଣ୍ଠଶିଳ୍ପୀଙ୍କ ଗୀତ ଶୀତୁଆ ସଂଜର ମଜାକୁ ଦୁଇଗୁଣ କରିଦେଇଥିଲା।

ଏହି ଅବସରରେ ଆୟୋଜିତ ସଭାରେ କାର୍ଯ୍ୟକାରୀ ସଭାପତି ଶ୍ରୀମାନ ଶ୍ରୀଚନ୍ଦନ ସଭାପତିତ୍ବ କରିଥିବା ବେଳେ ମୁଖ୍ୟ ଅତିଥି ଭାବେ ବାଲେଶ୍ୱର ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ଯୋଗ ଦେଇଥିଲେ। ଅନ୍ୟତମ ଅତିଥି ଭାବେ ‘ହରି ଉଦ୍ୟୋଗ’ର ଅଧ୍ୟକ୍ଷ ସଂଗ୍ରାମ ଦାସ, ‘ଓମଫେଡ୍’ର ମାର୍କେଟିଂ ମୁଖ୍ୟ ଜ୍ୟୋତି ରଂଜନ ସ୍ବାଇଁ, ‘ସମ୍ବାଦ’ ଉତ୍ତର ଓଡ଼ିଆ ବ୍ୟୁରୋ ମୁଖ୍ୟ ଚିତ୍ତରଞ୍ଜନ ଚିରଞ୍ଜିତ ଉପସ୍ଥିତ ଥିଲେ।

ସାଂସ୍କୃତିକ ସମ୍ପାଦକ ସୌମ୍ୟ ରଞ୍ଜନ ପାଣିଗ୍ରାହୀ ମଞ୍ଚ ଆହ୍ବାନ କରିଥିବା ବେଳେ ଅନ୍ୟ ମାନଙ୍କ ମଧ୍ୟରେ ଉପଦେଷ୍ଟା ବିଭୂପଦ ଦାସ,ଉପାଧ୍ୟକ୍ଷ ବିକାଶ ପାଢ଼ୀ,ଉପାଧ୍ୟକ୍ଷ ଶ୍ରୀମନ୍ତ ମାଝୀ, ସହ ସମ୍ପାଦକ ଦେବଜ୍ୟୋତି ଦାସ ମହାପାତ୍ର, କାର୍ଯ୍ୟକାରୀ ସଦସ୍ୟ ନିତ୍ୟାନନ୍ଦ ସେଠୀ, ଗୌରହରି ମଲ୍ଲିକ, ସିଦ୍ଧାର୍ଥ ଶଙ୍କର ପଣ୍ଡା, ସୌମ୍ୟ ରଞ୍ଜନ ଯାଦବ, ଅନୁପମ ମିଶ୍ର, ଅବିନାଶ ନାୟକ ପ୍ରମୁଖ ମଞ୍ଚରେ ଉପସ୍ଥିତ ଥିଲେ।

ଶିକ୍ଷାବିତ୍ ଘନଶ୍ୟାମ ବିଶ୍ୱାଳ, ଦିବ୍ୟାଂଶୀ ଆଚାର୍ଯ୍ୟଙ୍କୁ ମଞ୍ଚରେ ସମ୍ବର୍ଦ୍ଧିତ କରାଯାଇଥିଲା। ଶେଷରେ କୋଷାଧ୍ୟକ୍ଷ ନିଶୀଥ କୁମାର ବାରିକ ଧନ୍ୟବାଦ ଅର୍ପଣ କରିଥିଲେ।

ସଭାପତି ଅସିତ କୁମାର ଦାସ, ଉପ ସଭାପତି ସୀମନ ଦାସ ମହାପାତ୍ର, ସଧାରଣ ସମ୍ପାଦକ ସଞ୍ଜୟ ସାମନ୍ତ, ସୌଭାଗ୍ୟ ମାନସ ନାୟକ, ତାପସ ପାଣିଗ୍ରାହୀ, ସତ୍ୟପ୍ରକାଶ ପତି, ହ୍ରିତିକ୍ ନାୟକ, ସିଲାବ ସତ୍ୟକାମ, ରାଜେଶ ମହାକୁଡ଼, ଜିତେନ୍ଦ୍ର ମହାଳିକ, ଅନୁପମ ମିଶ୍ର, ସୁଶୀଲ ପଣ୍ଡା ପ୍ରମୁଖ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.