ଓଡିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): କେସିଙ୍ଗା ବ୍ଲକର ଉତ୍କଲା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଠେମରା ଗ୍ରାମଠାରେ ଜିଲ୍ଲା କୃଷି ବିଭାଗ ଏବଂ ଇକାର୍ଡା (ଆନ୍ତର୍ଜାତୀୟ ଶୁଷ୍କ ଅଞ୍ଚଳ କୃଷି ଗବେଷଣା କେନ୍ଦ୍ର) ଖରିଫ ହରଡ ବିହନ ଉତ୍ପାଦନକୁ ନେଇ ଏକ କୃଷକ କ୍ଷେତ୍ର ଦିବସ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ କଳାହାଣ୍ଡି ଜିଲ୍ଲାର ବିଭିନ୍ନ ବ୍ଳକରୁ ଶତାଧିକ ହରଡ ବିହନ ଏବଂ ଡାଲି ଜାତୀୟ ଫସଲ ଉତ୍ପାଦନ କରୁଥିବା ଚାଷିମାନଙ୍କୁ ନେଇ ଅନୁଷ୍ଠିତ ହୋଇଥିବା ଏହି ଉତ୍ସବରେ ମୂଖ୍ୟ ଅତିଥି ଭାବେ ଇକାର୍ତାର (ଆନ୍ତର୍ଜାତୀୟ ଶୁଷ୍କ ଅଞ୍ଚଳ କୃଷି ଗବେଷଣା କେନ୍ଦ୍ର) ଉପମୁଖ୍ୟ ପ୍ରବନ୍ଧକ ଡ. ଅଗଷ୍ଟା ବେସ୍ରା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଚାଷିମାନଙ୍କୁ ଜଳବାୟୁ ଏବଂ ପରିବେଶ ସହନଶୀଳତା ଫସଲ ଉତ୍ପାଦନ ଉପରେ ଗୁରୁତ୍ୱ ଦେଇଥିଲେ। ଯାହାଦ୍ଵାରା କି ଆଗାମୀ ସମୟରେ କୃଷକର ଆର୍ଥକ ଏବଂ ସାମାଜିକ ସ୍ଥିତିରେ ଉନ୍ନତି ଆସିପାରିବ । ଜଳବାୟୁ ପରିବର୍ତନ ଏକ ଜଟିଳ ସମସ୍ୟା। ଏହି ସମସ୍ୟାକୁ ସମାଧାନ ପାଇଁ କୃଷକମାନେ ତୃଣମୂଳ ସ୍ତରରେ କୃଷି କାର୍ଯ୍ୟକ୍ରମକୁ ଗ୍ରହଣ କରିବେ। ଏହି କାର୍ଯ୍ୟକ୍ରମରେ ଅନ୍ୟତମ ସମ୍ମାନିତ ଅତିଥି ଭାବେ ଡ. ଶିବ କୁମାର ଅଗ୍ରୱାଲ ( ଆଞ୍ଚଳିକ ମୁଖ୍ୟ), ଇକାର୍ଡା ଦକ୍ଷିଣ ଏସିଆ/ ଚାଇନା ଭାଗନେଇ ଚାଷିମାନଙ୍କୁ ଆହ୍ୱାନ ଦେଇଥିଲେ ଯେ, ସଠିକ ସମୟରେ କୃଷିକାର୍ଯ୍ୟକ୍ରମକୁ (ଯଥା ଠିକ୍ ସମୟରେ ଜମି ପ୍ରସ୍ତୁତି, ଠିକ ସମୟରେ ଜଳ ସେଚନ ଏବଂ ରୋଗ ପୋକ ଦମନ ଓ ଅମଳ ଇତ୍ୟାଦି।) ତ୍ବରାନ୍ବିତ କରିପାରିଲେ କୃଷି ଉତ୍ପାଦନରେ ବୃଦ୍ଧିପାଇପାରିବ। ଏହି କାର୍ଯ୍ୟକ୍ରମରେ ଅନ୍ୟତମ ସମ୍ମାନିତ ଅତିଥୁ ଜିଲ୍ଲା କୃଷି ଅଧିକାରୀ ପ୍ରମୋଦ କୁମାର ବେହେରା ଉଦ୍ବୋଧନ ଦେଇ କହିଥିଲେ ଯେ, କଳାହାଣ୍ଡି ଜିଲ୍ଲା ଏକ ଶୁଷ୍କ ଜଳବାୟୁ ଅଞ୍ଚଳ। ଏହି ଜିଲ୍ଲାରେ ହରଡ ଏବଂ ଡାଲି ଜାତିୟ ଫସଲ କରିବା ପାଇଁ ଅନୁକୂଳ ଅଟେ ଏବଂ ଡାଲି ଜାତୀୟ ଫସଲ ଦ୍ବାରା ମାଟିର ଯତ୍ନ ପରିବେଶ ଏବଂ ପ୍ରକୃତିର ଯତ୍ନ ନେଇପାରିବେ। ଜାତୀୟ ଓ ଆନ୍ତର୍ଜାତୀୟ ସ୍ତରରେ ଡାଲିର ଚାହିଦା ସର୍ବଦା ରହିଛି ଏବଂ ରହିବ ଏହାକୁ ଦୃଷ୍ଟିରେ ରଖି ଆମର କୃଷକ ଭାଇମାନେ ଧାନ ସହିତ ଉଚ୍ଚ ବା ଢିପ ଜମି ମାନଙ୍କରେ ଖରିଫ ଓ ରବି ଋତୁରେ ହରଡ ଏବଂ ଡାଲି ଜାତୀୟ ଫସଲ ଉତ୍ପାଦନ କରିବା ଉପରେ ଗୁରୁତ୍ୱ ଦେଇଥିଲେ। ଇକାର୍ଡାର ଓଡିଶା ରାଜ୍ୟ ମୁଖ୍ୟ ଡ.କିଶୋର ଚନ୍ଦ୍ର ବେହେରା ହରଡ ବିହନ ମଞ୍ଜି ଏବଂ ଡାଲି ଜାତୀୟ ଫସଲ ଉତ୍ପାଦନରେ ଇକାର୍ଡାର ପ୍ରଚେଷ୍ଟାକୁ କୃଷକମାନେ ଗ୍ରହଣ କରିଛନ୍ତି। କଳାହାଣ୍ଡି ଜିଲ୍ଲାରେ ଆଗେଇ ନେଇଛନ୍ତି ଏବଂ ନୂତନ କୃଷି ପ୍ରଣାଳୀକୁ ଅବଲମ୍ବନ କରି ଅଧିକ ଅମଳ ପାଉଛନ୍ତି ଏବଂ ନିଜ ନିଜ ଗ୍ରାମରେ ବିହନ ଆତ୍ମନିର୍ଭରଶୀଳ ହୋଇପାରିଛନ୍ତି। ଏହାଛଡା କୃଷକ ଉତ୍ପାଦକ ଗୋଷ୍ଠୀ ଗଠନକରି ନିଜ କୃଷି ଉତ୍ପାଦକୁ ଉଚିତ ମୂଲ୍ୟରେ କଳାହାଣ୍ଡି ପଲ୍ସ ଫାର୍ମସ୍ ପ୍ରାଇଭେଟ ଲି. ଦ୍ୱାରା ବଜାରରେ ବିକ୍ରି କରି ପାରୁଛନ୍ତି, ଯାହା ଦ୍ୱାରା କି ସେମାନେ ଉଚିତ ମୂଲ୍ୟ ପାଇପାରୁଛନ୍ତି। ଏହି କାର୍ଯ୍ୟକ୍ରମରେ ଅନ୍ୟ ଅତିଥିମାନଙ୍କ ମଧ୍ୟରେ ଇକାର୍ଡାର ମାନବ ସମ୍ବଳ ପ୍ରବନ୍ଧକ ପ୍ରିୟଙ୍କା ମାଥୁର ସେନ୍, ଏବଂ ଇକାର୍ଡା ଓଡିଶାର ଏଫ୍ପିଓ ସମନ୍ଵୟକ ଶ୍ରୀଯୁକ୍ତ ମେଘନାଦ ନନ୍ଦ, କୃଷିବିଜ୍ଞାନି ଶ୍ରୀଯୁକ୍ତ ନିରଞ୍ଜନ ସେନାପତି, ସିସିଡବ୍ଲ୍ୟୁଡି ମୁଖ୍ୟ ଶ୍ରୀଯୁକ୍ତ ସଦାଶିବ ସ୍ଵାଇଁ, ବ୍ଲକ କୃଷିଅଧିକାରୀ ଜିତେନ୍ଦ୍ର କୁମାର ସିଂ, ସ୍ଥାନିୟ ସରପଞ୍ଚ ମଞ୍ଚରେ ଉପସ୍ଥିତ ରହି କୃଷକ ମାନଙ୍କୁ ବାର୍ଭା ପ୍ରଦାନ କରିଥିଲେ। ଏହି କାର୍ଯ୍ୟକ୍ରମରେ କଳାହାଣ୍ଡି ଜିଲ୍ଲା ବିଭିନ୍ନ ବ୍ଲକରୁ ୨୩୦ ଜଣ ମହିଳା ଓ ପୁରୁଷ ଚାଷି ଯୋଗଦାନ କରିଥିଲେ ଏବଂ ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ କୃଷକ ଏବଂ ଉତ୍ପାଦକ ଗୋଷ୍ଠୀର ସଦସ୍ୟମାନଙ୍କ ସହଭାଗୀତାରେ କାର୍ଯ୍ୟକ୍ରମଟି ସୂଚାରୁ ରୂପେ କରାଯାଇଥିଲା। ଏହି ଅବସରରେ କଳାହାଣ୍ଡି ପଲ୍ଟ ଫାମର୍ସ ପ୍ରା.ଲି.ର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀଯୁକ୍ତ ପ୍ରଦୀପ କୁମାର ମିଶ୍ରଙ୍କ ଦ୍ବାରା ଉନ୍ନତ ମାନର ଡାଲି ଜାତୀୟ ବିହନ ଏବଂ ଆଧୁନିକ କୃଷି ଯନ୍ତ୍ରପାତି ଯଥା ଡ୍ରୋନ, ସିଡ୍ ଡ୍ରିଲ୍, ପାଓ୍ବାର ସ୍ପ୍ରେ, ପାଓ୍ବାର ୱିଡର ଓ ରୋଟର, ପ୍ୟାକେଜିଂ ଓ ଷ୍ଟ୍ରିଚିଂ ମେସିନ କୃଷକମାନଙ୍କ ଅବଗତି ନିମନ୍ତେ ପ୍ରଦର୍ଶନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ସିସିଡବ୍ଲୁଡିର କ୍ଷେତ୍ର ସମନ୍ଵୟକ ବିରେନ୍ କୁମାର ସାହା ବ୍ଲକ ସମନ୍ଵୟକ ନିଲାଚଳ ପୋଢ (କେସିଙ୍ଗା), ମଧୁସୁଦନ ମଙ୍ଗରାଜ (ଭବାନୀପାଟଣା), ଗୁଣନିଧୂ ଭାଟି (କର୍ଲାମୁଣ୍ଡା), ଥବିର ଗହିର (ନର୍ଲା), ହରିବନ୍ଧୁ ସାହୁ ଏବଂ ଅଜୟ ନନ୍ଦ (ମ.ରାମପୁର) ପ୍ରମୁଖ କାର୍ଯ୍ୟକ୍ରମ ସମ୍ପାଦନରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଇକର୍ତା ଏବଂ ସିସିଡବ୍ଲୁଡିର ନୂଆପଡା ଏବଂ ବରଗଡ ଜିଲ୍ଲାର କର୍ମକର୍ତ୍ତାମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସମ୍ପାଦନ କରିଥିଲେ।





