ରୁପ୍ରାରୋଡ ମହାଲକ୍ଷ୍ମୀ ପୂଜା: ମନମୋହୁଛି ସାଂସ୍କୃତିକ କାର୍ଯ୍ୟକ୍ରମ

ଓଡିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ବ୍ଲକ ଅଧିନସ୍ଥ ରୁପ୍ରାରୋଡରେ ଗୁରୁବାର ଦିନଠୁ ଚାଲିଛି ମହାଲକ୍ଷ୍ମୀ ପୂଜା। ମହାଲକ୍ଷ୍ମୀ ପୂଜା କମିଟିର ସଭାପତି ତଥା ନର୍ଲା ବ୍ଲକ ଅଧ୍ୟକ୍ଷ ଦୁର୍ଗା ପ୍ରସାଦ ମହାନ୍ତିଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ପୂଜା ଅନୁଷ୍ଠିତ ହୋଇଥିବା ବେଳେ ବରିଷ୍ଠ ସଦସ୍ୟ ଦିନେଶ ଅଗ୍ରୱାଲା, ସୁଦୀପ୍ତ ସେଠୀ, ବାବୁଲା ସାହୁ, ଦେବରାଜ ମାଝୀ, ରୋମାଞ୍ଚଳ ଡାକୁଆ, କିସନଲାଲ ଭୋଇ, ରୁପ୍ରାରୋଡ ସରପଞ୍ଚ ହେମନ୍ତ ଭୋଇ, ଲାଲ ଦଦା ପ୍ରମୁଖ ବିଭିନ୍ନ ଦାୟୀତ୍ୱରେ ରହି ପୂଜା ପରିଚାଳନା କରୁଥିବା ଜଣାପଡ଼ିଛି। ନରେଶ ଅଗ୍ରୱାଲା (ବବ୍ଲୁ)ଦମ୍ପତି ପୂଜା କର୍ତ୍ତା ଦାୟୀତ୍ୱ ନିର୍ବାହନ କରୁଥିବା ବେଳେ ତିତକେଲାର ବିଷ୍ଣୁ ପଣ୍ଡା ପୂଜକ ପଣ୍ଡିତ ଭାବରେ ଓ କିଶୋର ନନ୍ଦ ସହଯୋଗୀ ଭାବରେ ପୂଜାକାର୍ଯ୍ୟ ସମ୍ପାଦନ କରୁଛନ୍ତି। ଏନେଇ ଗତ ବୁଧବାର ଅପରାହ୍ନ ୪ ବେଳେ ସାନ୍ଦୁଲ ନଦୀରୁ ଭବ୍ୟ କଳସ ଯାତ୍ରା ଅନୁଷ୍ଠିତ ହୋଇଥିଲା। ସନ୍ଧ୍ୟାରେ ଅଧିବାସ କର୍ମ ଅନୁଷ୍ଠିତ ହୋଇଥିଲା। ଗୁରୁବାର ସକାଳୁ ପୂଜା ଆରମ୍ଭ ହୋଇଥିଲା। ମନୋରଞ୍ଜନ କାର୍ଯ୍ୟକ୍ରମରେ ଆରମ୍ଭ ଦିନ ଗୁରୁବାର ସନ୍ଧ୍ୟାରୁ ନୟାଗଡ଼ର ଯାତ୍ରାପାର୍ଟି ଅପେରା ମଞ୍ଚସ୍ଥ କରୁଥିବା ବେଳେ ସୋମବାର ଉମାକାନ୍ତ ବାରିକଙ୍କ ଅର୍କେଷ୍ଟ୍ରା ମଞ୍ଚସ୍ଥ କରିବ। ସେହିଭଳି ୪/୧୨ ରାତିରେ ଅସୀମା ପଣ୍ଡାଙ୍କ ମେଲୋଡି କାର୍ଯ୍ୟକ୍ରମ ରହିଥିବା କମିଟି ସୁତ୍ରରୁ ଜଣାପଡିଛି। ରୁପ୍ରାରୋଡର ବହୁ ପ୍ରସିଦ୍ଧ ଏହି ମହାଲକ୍ଷ୍ମୀ ପୂଜାରେ ପ୍ରତ୍ୟହ ପ୍ରବଳ ଜନସମାଗମ ଦେଖିବାକୁ ମିଳୁଛି। ଆସନ୍ତା ଶୁକ୍ରବାର ସକାଳେ ପୂଜା ବିସର୍ଜନ ଓ ସନ୍ଧ୍ୟାରେ ଭଷାଣୀ ଉତ୍ସବ ଅନୁଷ୍ଠିତ ହେବ ବୋଲି ସୂଚନା ମିଳିଛି। ପବିତ୍ର ଲକ୍ଷ୍ମୀପୂଜା ଅବସରରେ ନର୍ଲା ବିଧାୟିକା ମନୋରମା ମହାନ୍ତି ପରିଚାଳନା କମିଟି ଓ ଅଞ୍ଚଳ ବାସୀ ଙ୍କୁ ଶୁଭେଚ୍ଛା ଜ୍ଞାପନ କରିବା ସହ ସମସ୍ତଙ୍କ ସୁଖ ସମୃଦ୍ଧି କାମନା କରିଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.