କର୍ଲାପଡା ସ୍ନାତକ ମହାବିଦ୍ୟାଳୟରେ ଇତିହାସ ବିଭାଗର ନୂତନ ଛାତ୍ରଛାତ୍ରୀଙ୍କୁ ସ୍ବାଗତ ସମ୍ବର୍ଦ୍ଧନା

ଓଡ଼ିଆ ବାର୍ତ୍ତା/ ଭବାନୀପାଟଣା (ଅଲତାଫ ଅଲ୍ଲୀ ଖାଁ): କର୍ଲାପଡା ସ୍ନାତକ ମହାବିଦ୍ୟାଳୟର ଶେଷ ବର୍ଷ ଓ ଦ୍ଵିତୀୟ ବର୍ଷ ଇତିହାସ ବିଭାଗର ଛାତ୍ରଛାତ୍ରୀ ମାନଙ୍କ ତରଫରୁ ନୂତନ ଭାବରେ ଆସିଥିବା ପ୍ରଥମ ବର୍ଷ ଇତିହାସ ବିଭାଗର ଛାତ୍ରଛାତ୍ରୀ ମାନଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଛି। ମହାବିଦ୍ୟାଳୟର ପ୍ରମୁଖ ତଥା ବିଭାଗୀୟ ମୁଖ୍ୟ ରଞ୍ଜିତ ମେହେରଙ୍କ ଅଧ୍ୟକ୍ଷତାରେ ଏନେଇ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ  ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଶାନ୍ତ କୁମାର ଷଡ଼ଙ୍ଗୀ ଭାବେ ଯୋଗ ଦେଇଥିବାବେଳେ ଓଡ଼ିଆ ଅଧ୍ୟାପକ ମୋହନ ପୁଟେଲ, ଇଂରାଜୀ ଅଧ୍ୟାପକ ନବ କିଶୋର ପ୍ରଧାନ, ସଂସ୍କୃତ ଅଧ୍ୟାପିକା ଡ଼. ମଧୁମିତା ଧଙ୍ଗଡ଼ାମାଝି, ଲଳିତ କୁମାର ପଣ୍ଡା, କିରାଣୀ ଦର୍ପକ ବାଗ, ସମସ୍ତ କର୍ମଚାରୀ ଓ ସମସ୍ତ ଛାତ୍ରଛାତ୍ରୀ ମାନଙ୍କର ପୂର୍ଣ୍ଣସହଯୋଗୀତା ଓ ସହଭାଗିତାରେ କାର୍ଯ୍ୟକ୍ରମଟି ସଫଳତାର ଶୀର୍ଷ ଦେଶରେ ପହଂଚି ଥିଲା। ଏଥିରେ ସଂଯୋଜନା କରିଥିଲେ ଅଧ୍ୟାପିକା ଶୁଭଶ୍ରୀ ପଣ୍ଡା ଏବଂ ନବ କିଶୋର ପଧାନ ସମସ୍ତଙ୍କୁ ଧନ୍ୟବାଦ ଜ୍ଞାପନ କରିଥିଲେ। ପୂର୍ବ ବର୍ଷ ୬ଷ୍ଠ ସେମିଷ୍ଟାରରେ ଉତୀର୍ଣ୍ଣ ହୋଇଥିବା ଛାତ୍ରୀମାନଙ୍କୁ ଇତିହାସ ବିଭାଗ ତରଫରୁ ସମ୍ବର୍ଦ୍ଧିତ କରାଯାଇଥିଲା। ଏହି ଅବସରରେ ଏକ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଇଥିଲା। ଏଥିରେ ଚନ୍ଦ୍ରକାନ୍ତି ପାରି, ରୁଚିସ୍ମିତା ନାଏକ, ଡଲି ବାଗ, ଦିୟା ନାଏକ, ପପିତା ସାହୁ, ନମିତା ମାଝୀ, ଜ୍ୟୋସ୍ନା ମାଝୀ ଆଦି ପ୍ରମୁଖ ଭାଗ ନେଇଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.