ଓଡ଼ିଆ ବାର୍ତ୍ତା/ ବିଷମ କଟକ (ପଦ୍ମନ ଭତ୍ରା): ରାୟଗଡ଼ା ଜିଲ୍ଲା ବିଷମକଟକରେ ଦୌନିକ ବଜାର ଶୁଭ ଉଦଘାଟନ ସମାରହ ଅନୁଷ୍ଟିତ ହୋଇ ଯାଇଅଛି । ସ୍ଥାନୀୟ ବିଧାୟକ ନୀଳମାଧବ ହିକକା, କୋରାପୁଟ ଲୋକସଭା ସାଂସଦଙ୍କ ବିଷମକଟକ ବ୍ଲକ ପ୍ରତିନିଧି ଶ୍ରୀ ଦିଲ୍ଲୀପ ପଟ୍ଟନାୟକ, ବିଷମକଟକ ଥାନା ଅଧିକାରୀ ଶ୍ରୀ ସୂର୍ଯ୍ୟ ଚନ୍ଦ୍ର ପାଢ଼ୀ, ସରପଞ୍ଚ ନମିତା କୁଲିସିକା, ନାୟକ ସରପଞ୍ଚ ଶ୍ରୀ ପ୍ରଦୀପ ଗୁଡ଼ୁଲା ଓ ବ୍ଲକ୍ ଉପାଧକ୍ଷ ଶ୍ରୀ ଦେବି ପ୍ରସାଦ ପଟ୍ଟନାୟକ, ସମସ୍ତ ଗ୍ରାମ ୱାଡ ସଦସ୍ୟ ସଦସ୍ୟା, ସମସ୍ତ ଗ୍ରାମବାସୀ ବୃନ୍ଦ ଉପସ୍ଥିତ ରହିଥିଲେ | ଏହି କାର୍ଯ୍ୟ ଦଳବଳ ନିର୍ବିଶେଷରେ ୧୫ ବର୍ଷ ର ସ୍ବପ୍ନ ଆଜି ସମ୍ପୂର୍ଣ ହୋଇ ପାରିଛି ବୋଲି ସାଂସଦ ପ୍ରତିନିଧି ଦିଲପ ପଟ୍ଟନାୟକ ମତ ପ୍ରକାଶ କରିଛନ୍ତି।





