ରାଜ୍ୟ ସ୍ତରୀୟ ଥାଙ୍ଗ ଟା ଚାମ୍ପିୟନସିପରେ ଧରପଗଡ ହାଇସ୍କୁଲ ଛାତ୍ରଛାତ୍ରୀ ପାଇଲେ ୭ ଟି ସ୍ବର୍ଣ୍ଣ, ୧ ରୌପ୍ୟ ଓ ୨ ଟି କାଂସ ପଦକ: ଜନ୍ମମାଟିରେ ଭବ୍ୟ ସ୍ଵାଗତ ସମ୍ବର୍ଦ୍ଧନା ଜ୍ଞାପନ 

ଓଡ଼ିଆ ବାର୍ତ୍ତା/ ସଇଁତଲା (ଗୋକୁଳାନନ୍ଦ ବଗର୍ତ୍ତୀ): ବଲାଙ୍ଗୀର ଜିଲ୍ଲା ଗାନ୍ଧୀ ଷ୍ଟାଡିଅମରେ ଅନୁଷ୍ଠିତ ରାଜ୍ୟସ୍ତରୀୟ ବିଦ୍ୟାଳୟ ସମୂହ ପ୍ରତିଯୋଗିତା ଅନୁଷ୍ଠିତ ହୋଇଛି। ଏଥିରେ ସଇଁତଳା ବ୍ଲକ୍ ଅନ୍ତର୍ଗତ ଧରବଗଡ଼ ସରକାରୀ ଉଚ୍ଚ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନେ ଅଦଭୁତ କ୍ରିଡାଦକ୍ଷତା ପ୍ରଦର୍ଶନ କରି ସମଗ୍ର ଅଞ୍ଚଳର ଗର୍ବ ବଢ଼ାଇଛନ୍ତି। ଏହି ପ୍ରତିଯୋଗିତାରେ ଧରବଗଡ ହାଇସ୍କୁଲ ର ୭ ଟି ସ୍ବର୍ଣ୍ଣ ପଦକ, ୧ଟିରୌପ୍ୟ, ୨ଟି କଂସ୍ୟ ପଦକ ଓ ବେଷ୍ଟ ଚମ୍ପିୟାନ ଆୟାର୍ଡ ପାଇଛନ୍ତି। ରିବିକା ବାରିକ, ସସ୍ମିତା ପାଶୟତ, ଅନନ୍ୟା କୁଅର, ଦୀପିକା ବଗର୍ତ୍ତି, ସତ୍ୟସାଇ ପଧାନ,  ଯୁବରାଜ ଜାଲ ଓ ଅଜୟ ଭୋଇ ସ୍ବର୍ଣ୍ଣ ପଦକ ପାଇଛନ୍ତି।ଏହିମାନେ ଆଗାମୀ ଜାନୁଆରୀ ମାସ ୧୭ ତାରିଖରେ ଦିଲ୍ଲୀ ହେବାକୁ ଥିବା ଜାତୀୟ ସ୍ତରିୟ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବେ। ସେହିପରି ୟଶରାଜ ପଧାନ ରୌପ୍ୟ ପଦକ ଓ ବିଶ୍ୱଜିତ ପଣ୍ଡା (ପୂର୍ବତନ ଛାତ୍ର), ସୁଦେଷ୍ଣା ବାରିକ ଏବଂ ଝରଣା ରାନୀ ମାଝୀ କଂସ୍ୟ ପଦକ ପାଇଛନ୍ତି। ଏହା ବ୍ୟତୀତ ଅଭିନାଶ ସ୍ୱାଇଁ ଉଲ୍ଲେଖନୀୟ ପ୍ରଦର୍ଶନ କରି ବିଦ୍ୟାଳୟର କ୍ରିଡା ଯାତ୍ରାକୁ ଆହୁରି ଉଜ୍ଜ୍ୱଳ କରିଛନ୍ତି। ଏହି ସଫଳତାର ପଛରେ ବିଦ୍ୟାଳୟର କ୍ରିଡା ଶିକ୍ଷକ ଚନ୍ଦ୍ର ଶେଖର ବାହୁକଙ୍କର କଠିଣ ପ୍ରଶିକ୍ଷଣ, ସୁନିୟୋଜିତ ପରିଶ୍ରମ ଏବଂ ନିରନ୍ତର ପ୍ରେରଣା ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଇଛି। ଏହି ପ୍ରତିଭାଶାଳୀ ଛାତ୍ରଛାତ୍ରୀମାନଙ୍କୁ ଜନ୍ମମାଟିରେ ଗ୍ରାମବାସୀମାନେ ଭବ୍ୟ ସ୍ଵାଗତ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.