ଓଡ଼ିଆ ବାର୍ତ୍ତା/ ଟିକ୍ରାପଡ଼ା (ରମାକାନ୍ତ ରାଜପଲିଆ): ସଇଁନ୍ତଳା ବ୍ଲକ ଟିକ୍ରାପଡ଼ା ପଞ୍ଚାୟତ ଦେଓଗାଁ ନିକଟସ୍ଥ ପ୍ରସିଦ୍ଧ ସପ୍ତର୍ଷି ମଠ, ଖପ୍ରାଡୁଙ୍ଗୁରିର ସ୍ବର୍ଗତ ମହନ୍ତ ମହାରାଜ ଶ୍ରୀ ଶ୍ରୀ ପ୍ରଣବାନନ୍ଦ ଦାସଙ୍କ ସ୍ମୃତିରେ ବିଶେଷ ହୋମଯଜ୍ଞ ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି | ଏଥିରେ ଟିକେଶ୍ୱର ପୁଟେଲ, ଗୁରୁବାରୀ ପୁଟେଲ ଯଜ୍ଞକର୍ତ୍ତା ରହିଥିଲେ | ସୁଧୀର ପୁରୋହିତ, ସତ୍ୟବ୍ରତ ହୋତା, ଫକୀରମୋହନ ଠାକୁର ଯଜ୍ଞ ସଞ୍ଚାଳନ କରିଥିଲେ | ବୁଦେଲଡୁଙ୍ଗୁରିର ସନ୍ଥ ସଦାନନ୍ଦ ବାବା, କଣ୍ଟାବାଞ୍ଜିର ସନ୍ଥ ବ୍ରଜମୋହନ ବାବାଙ୍କ ପୌରହିତ୍ୟରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ସାମାଜିକ କର୍ମୀ ସବ୍ୟସାଚୀ ମାଝୀ, ମଠ ସୁରକ୍ଷା ସମିତି ସଭାପତି ଗୌରଚନ୍ଦ୍ର ରାଜପଲିଆ, ସଦସ୍ୟ ଧନିରାମ ଭୋଇ, ନାରାୟଣ ଭୋଇ, କୀର୍ତ୍ତିଚନ୍ଦ୍ର ଭୋଇ, ପ୍ରମୋଦ ବରିହା, ମନୋଜ ପୁଟେଲ, ମନ୍ଦିର ପୂଜକ ସାଧୁ ମଲ୍ଲିକ, ଖଗେଶ୍ୱର ଦାସଙ୍କ ସମେତ ଆଖପାଖ ଗ୍ରାମରୁ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁ ଉପସ୍ଥିତ ରହିଥିଲେ | ଏଠାରେ ଉଲ୍ଲେଖଯୋଗ୍ୟ ମହନ୍ତ ପ୍ରଣବାନନ୍ଦ ଦାସ ୧୨ ବର୍ଷରୁ ଉର୍ଦ୍ଧ୍ୱ ହେବ ଖପ୍ରାଡୁଙ୍ଗୁରି ସପ୍ତର୍ଷି ମଠର ମହନ୍ତ ରୂପେ ଆସୀନ ରହିଥିବା ବେଳେ ଏଇ ମାସ ୧୬ ତାରିଖରେ ତାଙ୍କର ଦେହାବସନ ଘଟିଥିଲା |




