ଶୀତବସ୍ତ୍ର ବଣ୍ଟନ

ଓଡ଼ିଆ ବାର୍ତ୍ତା/ କଟକ (ଜଗନ୍ନାଥ ଆଚାର୍ଯ୍ୟ): କଟକ ସଦର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବାବୁଜଙ୍ଗ ପଞ୍ଚାୟତର ଆଦିବାସୀ ସାହି ଓ ମଠସାହି ଠାରେ ୟୁନିଅନ ଫର୍ କଟକ ସଦର ଡେଭଲପମେଣ୍ଟ ର ସଭାପତି ପ୍ରଫେସର୍ ଶ୍ରୀଯୁକ୍ତ ମନୋଜ କୁମାର ନାୟକ (ଟୁଟନ) ଙ୍କ ଉପସ୍ଥିତିରେ ପ୍ରାୟ ୪୦ରୁ ଉର୍ଦ୍ଧ ପରିବାର ବର୍ଗଙ୍କୁ ଶୀତବସ୍ତ୍ର ବଣ୍ଟନ ସହ ମା ମାନଙ୍କୁ ଶାଢ଼ୀ ବଣ୍ଟନ ଏବଂ କୁନି କୁନି ପିଲାଙ୍କୁ ଶୁଖିଲା ଖାଦ୍ୟ ବଣ୍ଟନ କରାଯାଇଥିଲା।
ଏହି ମହତ୍ କାର୍ଯ୍ୟରେ ସହଯୋଗର ହାତ ବଢ଼େଇ ଥିଲେ ଗ୍ରାମର ଯୁବକମାନେ। ସଂଗଠନର ଉପଦେଷ୍ଟା ବିଜୟ ନାୟକ ଏବଂ ସଂଗଠନର ବରିଷ୍ଠ କର୍ମୀ ଉଦୟ ସାସମଲ, ଅଭିମନ୍ୟୁ ସାହୁ ପ୍ରକାଶ ମାଝୀ, ସର୍ବେଶ୍ଵର ସ୍ଵାଇଁ, ପ୍ରତାପ ରାଉତ୍, ମନମୋହନ ଦାସ, ଲାଲାଜି ଭୁଇଁଆ, ଅମିତାଭ ମହାପାତ୍ର, ଇଜାଜ୍ ଖାଁ, କୃପାସିନ୍ଧୁ ସେଠୀ, ନରେଶ ମଲ୍ଲିକ, ସ୍ମୃତି ରଞ୍ଜନ ଦାସ, ସୁଦର୍ଶନ ଜେନା, କରୁଣା ସିଂ, ନୃସିଂହ ଭୋଇ, ବଟକୃଷ ଦାସ, ମିଥୁନ ଖାନ, ଟିକନ ମଲ୍ଲିକ, ରତ୍ନାକର ବାରିକ, ପ୍ରକାଶ ମାଝୀ ପ୍ରମୁଖ ଉପସ୍ଥିତ ରହି ଏହି ମହାନ କାର୍ଯ୍ୟକୁ ସମ୍ପାଦନ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.