ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ଥୁଆମୂଳ ରାମପୁର ସ୍ଥିତ ମା ମାଣିକେଶ୍ୱରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଠାରେ ବିଶ୍ୱ ଏଡ୍ସ ଦିବସ ବିଭିନ୍ନ କାର୍ଯ୍ୟକ୍ରମ ମଧ୍ୟରେ ପାଳିତ ହୋଇ ଯାଇଛି । ଅନୁଷ୍ଠାନର ଅଧ୍ୟକ୍ଷ ସତ୍ୟନାରାୟଣ ମୁଣ୍ଡଛିନାଙ୍କ ସଭାପତିତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ ସ୍ଥାନୀୟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଚିକିତ୍ସା ଅଧିକାରୀ ଡାକ୍ତର ପ୍ରଦୋଷ କୁମାର ପଣ୍ଡା, ମୁଖ୍ୟ ଅତିଥି ତଥା ସାଧନ କର୍ମୀ ଭାବରେ ଯୋଗଦେଇଥିବା ବେଳେ ସମ୍ମାନୀତ ଅତିଥି ଭାବେ ଡାକ୍ତର କିଷାନ ନାଏକ ଯୋଗଦେଇ କ୍ରମଶଃ ବୃଦ୍ଧି ପାଉଥିବା ଏଡ୍ସ ରୋଗର ଭୟବହତା ଓ ତା’ର ନିରାକରଣ ସମ୍ପର୍କରେ ଆଲୋକପାତ କରି ଛାତ୍ରଛାତ୍ରୀଙ୍କୁ ବୁଝାଇଥିଲେ। ଏହି ଅବସରରେ ଏକ ସଚେତନ ଶୋଭାଯାତ୍ରା ନଗର ପରିକ୍ରମା କରିଥିଲା ଓ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ବତ୍କୃତା,ଚିତ୍ରାଙ୍କନ ଓ ପ୍ରବନ୍ଧ ପ୍ରତିଯୋଗିତା ଆୟୋଜନ କରି ବିଜୟୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା। ସମସ୍ତ କାର୍ଯ୍ୟକ୍ରମକୁ ଯୁବ ରେଡ୍କ୍ରସ ପରାମର୍ଶଦାତା ଅଧ୍ୟାପକ ସରୋଜ କୁମାର ପତ୍ତଯୋଶୀ ପରିଚାଳନା କରିଥିବାବେଳେ ସଚେତନ ସଭାକୁ ଅଧ୍ୟାପକ ବବୃ ବାହାନ ବୁଦ୍ଧିଆ ସଂଯୋଜନା କରିଥିଲେ। ଶେଷରେ ଅଧ୍ୟାପକ ଉଦ୍ଧବ ବାରିକ ଧନ୍ୟବାଦ ଅର୍ପଣ କରିଥିଲେ।





