ଲଖିରାମ ଅଗ୍ରୱାଲ ଉଚ୍ଚମାଧ୍ୟମିକ ବିଦ୍ୟାଳୟରେ ବିଶ୍ବ ଏଡସ୍ ଦିବସ ପାଳିତ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ରଜତ ବଂଶଲ): ଲଖିରାମ ଅଗ୍ରୱାଲ ଉଚ୍ଚମାଧ୍ୟମିକ ବିଦ୍ୟାଳୟ ବେହେରା ଯୁବ ରେଡକ୍ରସ୍ ଓ ରେଡ ରିବନ କ୍ଲବ ଆନୁକୂଲ୍ୟରେ ବିଶ୍ବ ଏଡସ୍ ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ଏକ ସଚେତନତା ଶୋଭାଯାତ୍ରା ବାହାରି ଗ୍ରାମ୍ୟ ପରିକ୍ରମା କରି ଏଡ଼ସ ବିଷୟରେ ସଚେତନ ସୃଷ୍ଟି କରାଯାଇଥିଲା। ଅଧ୍ୟକ୍ଷ ନିର୍ମଳ ଚନ୍ଦ୍ର ନାଏକଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସଭାରେ ଅଧ୍ୟାପକ ରଂଜନ କୁମାର ପଣ୍ଡା, ଅକ୍ଷୟ କୁମାର ପଟ୍ଟନାୟ, ନିକୁଞ୍ଜ ବିହାରୀ ସାହୁ, ସୁରେନ୍ଦ୍ର କୁମାର ସାହୁ, ଫକିର ଚଣ୍ଡି ମଞ୍ଚାସୀନ ଥିଲେ। ଯୁବ ରେଡକ୍ରସ୍ ତଥା ରେଡ ରିବନ କ୍ଲବ ପରାମର୍ଶଦାତା ମୋହନ ଚରଣ ବିଷିଙ୍କ ତତ୍ୱାବଧାନରେ ଟୁଲେନ୍ଦ୍ରି ବାରିକ, ଲବନୀ ଖମାରୀ, ଲିନା ଝାଙ୍କର, ସୀମା ନାଏକ,ଦୁବିତା ଗୋପାଳ, ଦୌପଦୀ ଗୋପାଳ, ତରୁଣୀ ଛତ୍ରିଆ, ତପସ୍ଵିନୀ ଜାଲ ଏଡସ୍ ସଂପର୍କିତ ବିଭିନ୍ନ ବିଷୟରେ ନିବନ୍ଧ ଉପସ୍ଥାପନା କରିଥିଲେ । ଲବଣୀ ଖମାରୀ, ଜୁହିତା ବିଷି, ସୀମା ନାଏକ, ତରୁଣୀ ଛତ୍ରିଆ, ତପସ୍ଵିନୀ ଜାଲ ଏଡସ୍ ସଚେତନତା ଉପରେ ଏକ ନାଟକ ପ୍ରଦର୍ଶନ କରିଥିଲେ।ଆୟୋଜିତ ଚିତ୍ରାଙ୍କନ, ପ୍ରବନ୍ଧ ଓ ସାଧାରଣ ଜ୍ଞାନ ପ୍ରତିଯୋଗିତାର କୃତି ଛାତ୍ରଛାତ୍ରୀମାନଙ୍କୁ ପୁରସ୍କାର ବିତରଣ କରାଯାଇଥିଲା। ଟୁଲେଦ୍ରି ବାରିକ ଓ ତରୁଣୀ ଛତ୍ରିଆ ମଞ୍ଚ ପରିଚାଳନା କରିଥିବାବେଳେ କାର୍ଯ୍ୟକ୍ରମ ପରିଚାଳନାରେ ଅଶୋକ ଚଣ୍ଡି ଓ ସାନୁର୍ଯ୍ୟ ଗୋପାଳ ସହଯୋଗ କରିଥିଲେ। ଏକାଦଶ ଓ ଦ୍ବାଦଶ ଶ୍ରେଣୀର ଛାତ୍ର ଛାତ୍ରୀ କାର୍ଯ୍ୟକ୍ରମରେ ଉପସ୍ଥିତ ରହିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.