କୋକସରା ଡିଗ୍ରୀ କଲେଜ ଓ ଲଡ଼ୁଗାଁ ଉଚ୍ଚମାଧ୍ୟମିକ ବିଦ୍ୟାଳୟ ପକ୍ଷରୁ ବିଶ୍ବ ଏଡସ୍ ଦିବସ ପାଳିତ

ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): ଡିସେମ୍ବର ୧ବିଶ୍ୱ ଏଡ଼ସ ଦିବସ ଭାବେ ପାଳିତ ହେଉଥିବା ବେଳେ କୋକସରା ବ୍ଳକ ପଞ୍ଚାୟତ ସମିତି ଡିଗ୍ରୀ ମହାବିଦ୍ୟାଳୟ ୟୁଥ ରେଡକ୍ରସ୍ ଓ ରେଡ୍ ରିବନ କ୍ଳବ୍ ଆନୁକୁଲ୍ୟରେ ବିଶ୍ବ ଏଡସ୍ ଦିବସ ପାଳନ କରାଯାଇଛି। ଏହି ଅବସରରେ ଡିଗ୍ରୀ କଲେଜ ର ଛାତ୍ରଛାତ୍ରୀ ମାନେ କଲେଜ ପରିସରରୁ ଏକ ଶୋଭାଯାତ୍ରାରେ ବାହାରି ମେଡିକାଲ ଛକ ପର୍ଯ୍ୟନ୍ତ ଯାଇଥିଲେ ଓ ରାସ୍ତାରେ ଏଡ଼ସ୍ ରୋଗର ନିରାକରଣ ଉପରେ ସଚେତନତା ବାର୍ତ୍ତା ଦେଇଥିଲେ। ପରେ ଡିଗ୍ରୀ କଲେଜ ଠାରେ ଅଧ୍ୟକ୍ଷ ପୁଷ୍ପରାଜ ମେହେରଙ୍କ ସଭାପତିତ୍ବ ରେ ଏଡ଼ସ୍ ସଚେତନତା ବିଷୟରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା। ଏଥିରେ ମୁଖ୍ୟ ଅତିଥି ଭାବେ ଡାକ୍ତର ମୋନାଲିସା ପଟ୍ଟଯୋଶୀ, ମୁଖ୍ୟ ବକ୍ତା ପିଏଚଇଓ ଶର୍ମିଲା ଛତ୍ରିଆ, ସମ୍ମାନିତ ଅତିଥି ଅଧ୍ୟାପକ ଅଶ୍ୱିନୀ କୁମାର ପଟ୍ଟନାୟକ, କାଜଲ ପଟ୍ଟନାୟକ ପ୍ରମୁଖ ମଞ୍ଚାସିନ ହୋଇ ଏଡସ୍ ସଂକ୍ରମଣ ଓ ନିରାକରଣ ଉପରେ ଆଲୋକପାତ କରିଥିଲେ l କାର୍ଯ୍ୟକ୍ରମରେ ଅଧ୍ୟାପକ ଜଗନ ଚନ୍ଦାନି, ଅଧ୍ୟାପିକା କନକ ମଞ୍ଜୁରୀ ବେହେରା, ଶୁଭଶ୍ରୀ ସାହୁ, ବେଦମତି ବାରିକ ଉପସ୍ଥିତ ଥିଲେ l ଏହି କ୍ରମରେ କଲେଜ ଛାତ୍ର, ଛାତ୍ରୀ, ପୂର୍ବରୁ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗିତାରେ କୃତି ଅତିଥି ମାନଙ୍କ ଦ୍ଵାରା ପୁରସ୍କାର ପ୍ରଦାନ କରାଯାଇଥିଲା l ଯୁବ ରେଡକ୍ରସ୍ ପରାମର୍ଶ ଦାତା ତଥା ସଂଯୋଜକ ଅଧ୍ୟାପକ ସୁବ୍ରତ କୁମାରବେହେରା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ସେହିପରି ଲଡୁଗାଁ ହାଇୟର ସେକେଣ୍ଡେରି ରେ ମଧ୍ୟ ୟୁଥ ରେଡ଼ କ୍ରସ ଆନୁକୂଲ୍ୟରେ ଏଡ଼ସ ଦିବସ ଅଧ୍ୟାପକ ତଥା ୟୁଥ ରେଡ଼ କ୍ରସ ପରାମର୍ଶ ଦାତା ସଞ୍ଜୟ କୁମାର ପୁରୋହିତ ଙ୍କ ପରିଚାଳନା ରେ ଏକ ସଚେତନତା ଶୋଭାଯାତ୍ରାରେ ଛାତ୍ରଛାତ୍ରୀ ମାନେ ଲଡୁଗାଁ ସହର ପରିକ୍ରମା କରି ସଚେତନ କରିଥିଲେ। କଲେଜ ର ଅଧ୍ୟକ୍ଷ ଡ଼. ନିହାରକାନ୍ତ ପଣ୍ଡା ଙ୍କ ଅଧ୍ୟକ୍ଷତାରେ ଆଲୋଚନା ଚକ୍ର ରେ ମୁଖ୍ୟ ବକ୍ତା ଭାବେ ଅଧ୍ୟାପକ ଶଙ୍କର ସତନାମୀ, ସମ୍ମାନିତ ଅତିଥି ଭାବେ ଅଙ୍କିତା ଖୁରା, ପ୍ରଶାନ୍ତ ଯୋଶୀ, ସରୋଜ ପ୍ରଧାନ, ଭାରତ ଭୂଷଣ ଠାକୁର, ଭାଗବତ କଟା, ବିରେନ୍ଦ୍ର ନାରାୟଣ ଦାସ ଉପସ୍ଥିତ ରହି ଛାତ୍ରଛାତ୍ରୀ ଙ୍କୁ ମାର୍ଗଦର୍ଶନ ଦେଇଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.