ମୁନଗା ପଦର ସାର୍ବଜନୀନ ଲକ୍ଷ୍ମୀପୂଜା ଉପଲକ୍ଷେ କଳସ ଯାତ୍ରା

ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): କୋକସରା ବ୍ଲକ ଡୁଡୁକାଠେଙ୍ଗା ପଞ୍ଚାୟତ ମୁନୁଗାପଦର ଗ୍ରାମ ମାଁ କପାଟ ଦରେନ ପୂଜା କମିଟି ଓ ଗ୍ରାମବାସୀ ଙ୍କ ମିଳିତ ସହଯୋଗରେ ମାଣବସା ମାଁ ମହାଲକ୍ଷ୍ମୀଙ୍କ ପୂଜନୋତ୍ସଵ ଉପଲକ୍ଷେ ସୋମବାର କଳସ ଯାତ୍ରା ଅନୁଷ୍ଠିତ ହୋଇଯାଇଛି। ପୂଜାକର୍ତ୍ତା ଭାବେ ଶ୍ରୀ ଦିରନ ଜୁଏଡ଼ ଶ୍ରୀମତୀ ନିଲା ଜୁଏଡ଼ ସପତ୍ନୀକ ପୂଜାକାର୍ଯ୍ୟ ନିର୍ବାହ କରିବେ। ଆଜି ଭକ୍ତିମୟ ପରିବେଶରେ ସଂକୀର୍ତ୍ତନ ଦଳର ତାଳେ ତାଳେ ଶତାଧିକ ଗ୍ରାମବାସୀଙ୍କ ଗହଣରେ କର୍ତ୍ତା ବରଣ ପରେ କଳସ ଯାତ୍ରା ଅନୁଷ୍ଠିତ ହୋଇଥିଲା। ପୂଜକଙ୍କ ପୂଜାର୍ଚ୍ଚନା ପରେ ନିକଟସ୍ଥ ନଦୀରୁ ପବିତ୍ର ଜଳ କଳସରେ ଧାରଣ କରି ପୂଜା ମଣ୍ଡପରେ ସ୍ଥାପନ କରାଯାଇଛି। ୬ ଦିନ ବ୍ୟାପି ଏହି କାର୍ଯ୍ୟକ୍ରମରେ ଲକ୍ଷ୍ମୀ ପୂଜା ପୁରାଣ ପଠନ, ଶୁକ୍ରବାର ଅଷ୍ଟ ପ୍ରହର ନାମଯଜ୍ଞ, ଶନିବାର ପୂର୍ଣ୍ଣାହୁତି ଓ ଆନନ୍ଦ ବଜାରରେ ପ୍ରସାଦ ସେବନ କାର୍ଯ୍ୟକ୍ରମ ରହିଛି। ପୂଜା କମିଟି ପକ୍ଷରୁ ସଭାପତି ବାସୁଦେବ ନାଗ, ଉପ ସଭାପତି ରୂପେ କଟା, ସମ୍ପାଦକ ପ୍ରେମଲାଲ ନାଗ, ସହ ସମ୍ପାଦକ ସୁବାସ ନାଗ, କୋଷାଧ୍ୟକ୍ଷ ଶୁକ୍ରୁ ନାଗ ଓ ଗ୍ରାମବାସୀ ପ୍ରମୁଖ ପରିଚାଳନାରେ ସହଯୋଗ କରୁଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.