ଅନୁମୋଦିତ ୬ଟି ପଡ଼ା ଗାଁକୁ ଶୀଘ୍ର ରାଜସ୍ୱ ଗ୍ରାମ ଘୋଷଣା କରିବାକୁ ଦାବି: ଜିଲ୍ଲାପାଳଙ୍କୁ ଭେଟିଲେ ଗ୍ରାମବାସୀ 

ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ବଡ଼ ପୋଡ଼ାଗୁଡା ପଞ୍ଚାୟତର ୬ ଗୋଟି ପଡ଼ା ଗ୍ରାମ ତାଲାଗାଁ, ଦାବ୍ରିଗୁଡା, ବାବେକୋହରା, ଭାଳିଆଯୋର, ସର୍ଗିଗୁଡା, ରଏନଗୁଡାକୁ ରାଜସ୍ବ ବିଭାଗ ପକ୍ଷରୁ ରାଜସ୍ବ ଗ୍ରାମ ଭାବେ ଅନୁମୋଦନ ମିଳି ସାରିଛି, ତେବେ ଆଜି ପର୍ଯ୍ୟନ୍ତ ଜିଲ୍ଲା ପ୍ରଶାସନ କିମ୍ବା ରାଜସ୍ବ ବିଭାଗ ର ଅବହେଳା କାରଣରୁ ରାଜସ୍ବ ଗ୍ରାମ ଘୋଷଣା କରାଯାଇନାହିଁ। ଏନେଇ ଏହି ୬ ଗ୍ରାମ ର ଲୋକେ ଅନେକ ସମୟରେ କୋକସରା ତହସିଲଦାରଙ୍କୁ ଲିଖିତ ଅଭିଯୋଗ କରିଥିବା ସତ୍ତ୍ୱେ ଆଜି ପର୍ଯ୍ୟନ୍ତ କୌଣସି ପଦକ୍ଷେପ ଗ୍ରହଣ କରାଯାଇନାହିଁ। ରାଜସ୍ବ ଗ୍ରାମ ଘୋଷଣା ନ ହେବା କାରଣରୁ ଏହି ୬ ପଡା ଗ୍ରାମ ଲୋକେ ବିଭିନ୍ନ ସରକାରୀ ଯୋଜନାରେ ନିଜକୁ ଅନ୍ତର୍ଭୁକ୍ତ କରି ପାରୁନାହାନ୍ତି। ଏନେଇ ସୋମବାର ୬ ଖଣ୍ଡ ଗାଁର ଏକ ପ୍ରତିନିଧି ଦଳ କଳାହାଣ୍ଡି ଜିଲ୍ଲାପାଳଙ୍କ ନିକଟରେ ଫେରାଦ ହୋଇ ଶୀଘ୍ର ରାଜସ୍ବ ବିଭାଗ ଦ୍ୱାରା ଅନୁମୋଦନ ହୋଇଥିବା ୬ ଗ୍ରାମ କୁ ରାଜସ୍ବ ଗ୍ରାମ ଘୋଷଣା କରିବା ପାଇଁ ଲିଖିତ ଦାବିପତ୍ର ପ୍ରଦାନ କରିଛନ୍ତି। ଏହି ପ୍ରତିନିଧି ଦଳ ରେ ଭଜମାନ ନାଏକ, ପରକ୍ଷୀତ ବେଶ୍ରା, କୃଷ୍ଣ ନାଏକ, ଉଦ୍ଧବ ନାଏକ, ଡମ୍ବରୁ ଧଙ୍ଗଡା ମାଝୀ, ପ୍ରକାଶ ସାହୁ ପ୍ରମୁଖ ଉପସ୍ଥିତ ଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.