ଓଡ଼ିଆ ବାର୍ତ୍ତା/ କଲ୍ୟାଣସିଂହପୁର (ପଦ୍ମନ ଭତ୍ରା): କଲ୍ୟାଣସିଂହପୁର ବ୍ଲକ ମାଝିଗୁଡ଼ା ପଞ୍ଚାୟତ କାର୍ଯ୍ୟାଳରେ ପଞ୍ଚାୟତ ସ୍ତରୀୟ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି | ସରପଞ୍ଚ ଶାନ୍ତି କୋଣ୍ଡାଗରୀ ଙ୍କ ଅଧକ୍ଷତାରେ ଅନୁଷ୍ଠିତ ଶିବିରରେ ଗ୍ରାମ ପଞ୍ଚାୟତ ସମ୍ପ୍ରସାରଣ ଅଧିକାରୀ ସ୍ଵିତମ ପ୍ରଧାନ, ମାଝିଗୁଡ଼ା କ୍ଷେତ୍ର ଅଙ୍ଗନୱାଡ଼ି ଅଧୀଦର୍ଶିକା ବି.ଜୟାଲକ୍ଷ୍ମୀ, ବ୍ଲକ ଖାଦ୍ୟ ଯୋଗାଣ ଅଧିକାରୀ ଅନିଲ ଗମାଙ୍ଗ, ମାଝିଗୁଡ଼ା ସମିତି ସଭ୍ୟା, ଅତିରିକ୍ତ ରାଜସ୍ବ ନିରୀକ୍ଷକ,ପ୍ରାଣୀଧନ ନିରୀକ୍ଷୀକା, ସ୍ଥାନୀୟ ସମିତି ସଭ୍ୟା,ଓଡ଼ିଶା ଜୀବିକା ମିଶନ ସଭ୍ୟା, ପଞ୍ଚାୟତ କାର୍ଯ୍ୟ ନିର୍ଭାହୀ ଅଧିକାରୀ ରାଜେଶ କୁମାର ପଟ୍ଟନାୟକ ମଞ୍ଚାସିନ ରହିଥିଲେ | ଏହି ଶିବିରରେ ପଞ୍ଚାୟତ ଅଞ୍ଚଳରୁ ସମସ୍ତ ୱାର୍ଡ ସଭ୍ୟ, ସଭ୍ୟା ଉପସ୍ଥିତ ରହିଥିବା ହେତୁ ସମୁଦାୟ ୧୧ ଗୋଟି ଅଭିଯୋଗ ପଞ୍ଜିକରଣ ହୋଇଛି | ଏଥି ମଧ୍ୟରୁ ସାମୁହିକ ଅଭିଯୋଗ ୪ ଗୋଟି ଥିବା ବେଳେ ବ୍ୟକ୍ତିଗତ ଅଭିଯୋଗ ୭ ଗୋଟି ରହିଥିବା ସୂଚନା ମିଳିଛି |





