ରାସ୍ତା କାମ ନିମ୍ନମାନର ଅଭିଯୋଗ: ଏକାଧିକ ସ୍ଥାନରେ ହାତରେ ଛୁଇଁଲେ ପିଚୁ ବାହାରି ଯାଉଛି, ତଦନ୍ତ ଦାବୀ

ଓଡ଼ିଆ ବାର୍ତ୍ତା/ ଦାରିଙ୍ଗବାଡି (ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡି ବ୍ଲକ କିରିକୁଟି ପଞ୍ଚାୟତ ଦୁର୍ଗମ ବୁରାଙ୍ଗିଆ ଗ୍ରାମଠାରୁ ଡାବରବାନ୍ଦା ଗ୍ରାମକୁ ପ୍ରାୟ ୪ କିମି ଖରାପ ରାସ୍ତା୍‌କୁ ପୁନଃମରାମତି କରାଯାଉଛି। ମେଟେଲ ପକାଯିବା ସହ ଗୋଡି ସହ ପିଚୁ ମଧ୍ୟ ଦିଆଯାଇଛି। କିନ୍ତୁ ଅଞ୍ଚକବାସୀଙ୍କ ଅଭିଯୋଗ ପିଚୁ ପକାଯିବାର ଏକ ସପ୍ତାହ ହୋଇଗଲାଣି କିନ୍ତୁ ଏକାଧିକ ସ୍ଥାନରେ ପିଚୁ ଉଠିଯାଉଛି। ଏମିତି କି ହାତରେ ଛୁଇଁଲେ ମଧ୍ୟ ପିଚୁ ଉଠିଯାଉଛି ଟ୍ରାକ୍ଟର, ଅଟୋ ଏମିତି ଚାଲିକି ଯିବା ସମୟରେ ମଧ୍ୟ ମରାମତି ରାସ୍ତାରୁ ପିଚୁ ଉଠିଯାଉଥିବା ଗ୍ରାମର ପୂର୍ବତନ ସରପଞ୍ଚ ବାଳକୃଷ୍ଣ ମଲିକ, ସାଗର ପ୍ରଧାନ, ଅର୍ଜୁନ ପ୍ରଧାନ ପ୍ରମୁଖ କହିଛନ୍ତି। ଏନେଇ ଜନ ଅସନ୍ତୋଷ ବୃଦ୍ଧି ପାଉଥିବାବେଳେ ଗ୍ରାମବାସୀ, ବିଭାଗ ଏବଂ ଠିକା ସଂସ୍ଥା ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ହୋଇଛି। ଗ୍ରାମ୍ୟ ଉନ୍ନୟନ ବିଭାଗର କନିଷ୍ଠ ଯନ୍ତ୍ରୀ ସଞ୍ଜୟ କୁମାର ବେହେରା କହିଛନ୍ତି ଯେ, ପିଚୁ ପଡିବାର ୧ ମାସ ପର୍ଯ୍ୟନ୍ତ ଉକ୍ତ ପିଚୁରେ ହାତରେ ଉଠାଇବା ଅନୁଚିତ କିନ୍ତୁ ଉକ୍ତ ଅଞ୍ଚଳରେ ଏହା ନିମ୍ନମାନର କାର୍ଯ୍ୟ କହିକି କିଛି ଲୋକ ପିଚୁ ଉଠାଇ ଦେଖୁଥିବା ସେ କହିଛନ୍ତି। ଗୋଟିଏ ମାସ ପରେ ଆଉ ପିଚୁ ଉଠିବନି ସେ ଷ୍ଟ୍ରଙ୍ଗ ହେବାକୁ ସମୟ ଲାଗିବ ବୋଲି କହିଛନ୍ତି। ସେପଟେ ବୁରାଙ୍ଗିଆ,ଡାବରବାନ୍ଦା ଏବଂ ଝାରୁମୁଣ୍ଡା ଗ୍ରାମବାସୀ ଅଭିଯୋଗ କରି କହିଛନ୍ତି ଯେ, ଗତ ୫ ବର୍ଷ ପୂର୍ବରୁ ଉକ୍ତ ରାସ୍ତା ପ୍ରଥମେ ଗ୍ରାମ୍ୟ ଉନ୍ନୟନ ବିଭାଗ ଦ୍ୱାରା ପ୍ରଧାନ ମନ୍ତ୍ରୀ ସଡ଼କ ଯୋଜନାରେ ରାସ୍ତା ସମ୍ପ୍ରସାରଣ କରାଯାଇଥିଲା, ମାତ୍ର ୬ ମାସ ମଧ୍ୟରେ ରାସ୍ତାରୁ ପିଚୁ ଉଠି ରାସ୍ତା ସମ୍ପୂର୍ଣ୍ଣ ମରଣଯନ୍ତା ପାଲଟିଥିଲା। ପୁଣି ବିଭାଗ ପଦକ୍ଷେପ ନେଇ ଦୀର୍ଘ ୫ ବର୍ଷ ପରେ ପ୍ରାୟ ୪୦ଲକ୍ଷ ଟଙ୍କା ବିନିମୟରେ ମରାମତି କାର୍ଯ୍ୟ ଚାଲିଛି। କିନ୍ତୁ ଅତି ନିମ୍ନମାନର କରାଯାଉଥିବା ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି । ଆମେ କ’ଣ ଆଉ ଭଲ ରାସ୍ତାରେ ଯାତାୟାତ କରିପାରିବୁନି କି ବୋଲି ଅଞ୍ଚଳବାସୀ ପ୍ରଶ୍ନ କରିଛନ୍ତି। ରାସ୍ତା ମରାମତି କାର୍ଯ୍ୟ ଏବେ ଚାଲିଛି କୌଣସି ନିମ୍ନମାନର ହୋଇ ନ ଥିବା କନିଷ୍ଠ ଯନ୍ତ୍ରୀ ସଞ୍ଜୟ କୁମାର ବେହେରା କହିଛନ୍ତି । ଏନେଇ ବିଭାଗର ସହକାରୀ ନିର୍ବାହୀ ଯନ୍ତ୍ରୀ ଶ୍ୟାମସୁନ୍ଦର ସିଂ କହିଛନ୍ତି ଯେ, ସେ ଏବେ ଶୁଣିଲେ ଘଟଣାର ତଦନ୍ତ କରିବେ ଓ ଲୋକ କେଉଁ ପରିସ୍ଥିତିରେ ରାସ୍ତାରୁ ପିଚୁ ଉଠାଉଛନ୍ତି ତାଙ୍କୁ ସଚେତନ କରାଯିବ ବୋଲି ସେ କହିଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.