ଓଡ଼ିଆ ବାର୍ତ୍ତା/ ସଇଁତଳା (ଗୋକୁଳାନନ୍ଦ ବଗର୍ତ୍ତୀ): ସଇଁନ୍ତଳା ବ୍ଲକ ଅଞ୍ଚଳର ବିଭିନ୍ନ ରାସ୍ତା ନିର୍ମାଣ ନେଇ ଟେଣ୍ଡର ଆହ୍ୱାନ କରାଯିବା ପରେ ବ୍ଲକ ଅଞ୍ଚଳବାସୀଙ୍କ ପକ୍ଷରୁ ଖୁସି ପ୍ରକଟ କରାଯାଇଛି | ଏନେଇ ଟିଟିଲାଗଡ଼ ବିଧାୟକ ନବୀନ ଜୈନଙ୍କ ନିକଟରେ ଲୋକେ କୃତଜ୍ଞତା ଜଣାଇଛନ୍ତି | ରାସ୍ତା ଦୁରବସ୍ଥା ଯୋଗୁଁ ଜନସାଧାରଣ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ବେଳେ ରାସ୍ତା ଉନ୍ନତିକରଣ ପରେ ସେଥିରୁ ତ୍ରାହି ମିଳିବ ବୋଲି ସେମାନେ କହିଛନ୍ତି | ଟେଣ୍ଡର ଆହ୍ୱାନ ହୋଇଥିବା ରାସ୍ତା ମଧ୍ୟରେ ବରଗାଁଛକ- ଡଙ୍ଗରମୁଣ୍ଡା (୩.୪୫କୋଟି), ଝିଙ୍କିଡୁଙ୍ଗୁରି- ଝରବହାଲି (୩ କୋଟି), ଗଣ୍ଡପତ୍ରାପାଲି- ଛନଛଡ଼ା ଭାୟା ପେଣ୍ଡରାମାଲ (୪.୯୭ କୋଟି), ଧରବଗଡ- ଗୋଏଲଭାଡି (୪.୨୯ କୋଟି) ଏବଂ ଭଦ୍ରା ଆରଡ଼ି ରାସ୍ତା- ଦେଢ଼େଲ (୪.୨୯ କୋଟି) ଅନ୍ତର୍ଭୁକ୍ତ ବୋଲି ଜଣାପଡ଼ିଛି |





