ଧର୍ମଗଡ ସ୍ନାତକ ମହିଳା ମହାବିଦ୍ୟାଳୟରେ ଦୁଇଦିନ ଧରି ପାଳିତ ହେଲା ଏଡସ ଦିବସ

ଓଡ଼ିଆ ବାର୍ତ୍ତା/ ଧର୍ମଗଡ (ଲବଣୀ ରାଉତ): ସ୍ଥାନୀୟ ସ୍ନାତକ ମହିଳା ମହାବିଦ୍ୟାଳୟ ପରିସରରେ ରେଡକ୍ରସ୍ ତରଫରୁ ବିଶ୍ଵ ଏଡ଼ସ ଦିବସ ପାଳିତ ହୋଇଯାଇଛି। ଏହି ମର୍ମରେ ଛାତ୍ରୀ ମାନଙ୍କ ଏକ ବିଶାଳ ରେଲି ଅନୁଷ୍ଟିତ ହୋଇଥିଲା। ଏଡ଼ସକୁ କିପରି ରୋକା ଯାଇ ପାରିବ ସେ ନେଇ ଛାତ୍ରୀମାନେ ବିଭିନ୍ନ ପ୍ରକାର ସ୍ଲୋଗାନ ସହ ସହର ପରିକ୍ରମା କରିଥିଲେ। ପରେ  ଅଧ୍ୟକ୍ଷା ମୂର୍ତ୍ତି ମଞ୍ଜୁରୀ ପଣ୍ଡାଙ୍କ ତତ୍ବାବଧାନରେ ବିଭିନ୍ନ ପ୍ରକାର ପ୍ରତିଯୋଗିତା ଅନୁଷ୍ଟିତ ହେଇଥିଲା । ୧/୧୨/୨୫ ଦିନ ଓଡ଼ିଆ ବକୃତା, ପ୍ରବନ୍ଧ ,ଏବଂ ୨/୧୨/୨୫ ଦିନ ଚିତ୍ରାଙ୍କନ ପ୍ରତିଯୋଗିତା ଅନୁଷ୍ଠିତ ହେଇ କୃତିତ୍ଵ ଛାତ୍ରୀମାନଙ୍କୁ ମାନପତ୍ର ସହ ଟ୍ରଫି ପ୍ରଦାନ କରାଯାଇଥିଲା। ରେଡକ୍ରସ ଦାୟିତ୍ଵରେ ଥିବା ଅଧ୍ୟାପିକା  ପଦ୍ମାଳୟା ଦଣ୍ଡସେନା ଛାତ୍ରୀମାନଙ୍କୁ ଏକ ଯୁଟହେଇ ସାହସିକତା ସହ ବଞ୍ଚିବା ଦରକାର ବୋଲି ଉତ୍ସାହିତ କରିଥିଲେ। ଅଧ୍ୟାପିକା  ଜୟନ୍ତୀ କୁମାରୀ ମୁଦୁଲି, ସରୋଜ କୁମାର ମେହେର, ସୁଜାତା ମହାନ୍ତି, ଝରଣା ପ୍ରଧନୀ, ସନ୍ଧ୍ୟା ବାରିକ, କୁମୁଦିନୀ ନାଏକ, ରୋଜଲିନ ଚିହ୍ନାରା ସହଯୋଗ କରିଥିଲେ। ମହାବିଦ୍ୟାଳୟର ଶତାଧିକ ଛାତ୍ରୀ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ।  କାର୍ଯ୍ୟକ୍ରମଟିକୁ ସଂଯୋଜନା କରିଥିଲେ ଓଡିଆ ଅଧ୍ୟାପକ  ଜୟଦ୍ରଥ ସୁନା।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.