କାଶୀପୁର ବ୍ଲକ ଠାରେ ଚଇତି-୨୦୨୫ର ଶୁଭାରମ୍ଭ

ଓଡ଼ିଆ ବାର୍ତ୍ତା/ କାଶୀପୁର (ପଦ୍ମନ ଭତ୍ରା): ରାୟଗଡ଼ା ଜିଲ୍ଲା କାଶିପୁର ସଦର ବ୍ଲକ ପରିସର ପଡିଆ ଠାରେ ଆଜି “ଚଇତି” ବଡ଼ ଧୂମଧାମରେ ଆରମ୍ଭ ହୋଇଛି l ଜିଲ୍ଲାର କଳା, ସାହିତ୍ୟ, ସଂସ୍କୃତି ଏବଂ ପରମ୍ପରାର ଗଣପର୍ବ ଚଇତି-୨୦୨୫ର ଶୁଭାରମ୍ଭ ସମାରୋହର ଅଧ୍ୟକ୍ଷତା କରିଥିଲେ ଜିଲ୍ଲାପାଳ ଆଶୁତୋଷ କୁଲକର୍ଣ୍ଣୀ। ଏଥିରେ ଜିଲ୍ଲାପରିଷଦ ଅଧ୍ୟକ୍ଷ, କାଶିପୁର ବ୍ଲକ ଅଧ୍ୟକ୍ଷ ଓ ରାୟଗଡା ବିଧାୟକ ଯୋଗଦେଇଥିଲେ l ପ୍ରଥମେ ଗଙ୍ଗା ଆବାହନ ଓ କଳସ ପୂଜା ସ୍ଥାନୀୟ ବୈଦନାଥ ସାଗର ହାଟପଦା ଠାରେ ସମ୍ପନ୍ନ ପରେ ମାଁ ମାଣିକେଶ୍ଵରୀ ମନ୍ଦିରରେ ପୂଜା ଅର୍ଚନା କରାଯାଇଥିଲା l ପରେ ମାଁ ମାଣିକେଶ୍ବରୀ ମନ୍ଦିର ପରିସରରୁ ପାରମ୍ପରିକ ବାଦ୍ୟ ଓ ନୃତ୍ୟ ରେ ଏକ ବିଶାଳ ପଟୁଆର ବାହାରି କଳସ ଓ ମଶାଲ ସହ ସହର ପରିକ୍ରମା କରାଯାଇ ବ୍ଲକ ପଡ଼ିଆ ଚଇତି ମଣ୍ଡପ ପହଞ୍ଚିଥିଲେ l ସେଠାରେ ପ୍ରଥମେ ଅତିଥିଙ୍କ ଦ୍ଵାରା କଳସ ସ୍ଥାପନା ଓ ପ୍ରଦର୍ଶନ ଷ୍ଟଲ ଗୁଡ଼ିକର ଉଦ୍ଘାଟନ କରାଯାଇ ପରବର୍ତୀ ସମୟରେ ଦ୍ଵୀପ ପ୍ରଜ୍ବଳନ ଓ ପୋଷ୍ଟର ଉନ୍ମଚନ ହୋଇଥିଲା l ଏହାପରେ ସଂସୃତିକ କାର୍ଯ୍ୟକ୍ରମ ପାଇଁ ବ୍ଲକ ଅନ୍ତର୍ଗତ ବିଭିନ୍ନ ବିଦ୍ୟାଳୟ ରୁ ଛାତ୍ର ଛାତ୍ରୀ ସମେତ ୨୪ ଗୋଟି ଗ୍ରାମପଞ୍ଚାୟତ ରୁ ଶତାଧିକ କଳା ପ୍ରେମୀ ଯୋଗ ଦେଇ ମଞ୍ଚରେ ନିଜ ନିଜର କଳା ପ୍ରତିଭା ପ୍ରଦର୍ଶନ କରିଥିଲେ l ସେହିପରି ଏହି କାର୍ଯ୍ୟକ୍ରମରେ ଅଞ୍ଚଳର କିଛି ଦକ୍ଷତା ସମ୍ପନ୍ନଙ୍କୁ ମଞ୍ଚରେ ଅତିଥିଙ୍କ ଦ୍ୱାରା ସମ୍ମାନିତ କରିଥିବାବେଳେ ସଂସ୍କୃତିକ କାର୍ଯ୍ୟକ୍ରମ କୁ ଦିନ ତମାମ ଉପସ୍ଥିତ ଜନସାଧାରଣ ଉପଭୋଗ କରିଥିଲେ l ଏଭଳି ଚଇତି ଉତ୍ସବ କୁ ବର୍ତମାନ ଜିଲ୍ଲା ଅନ୍ତର୍ଗତ ୧୧ଟି ବ୍ଲକ ରେ କାର୍ଯ୍ୟକ୍ରମ ଜାରି ରହିଥିବା ବେଳେ ଅନ୍ତିମ ଜିଲ୍ଲାସ୍ତରୀୟ ଚଇତି – ୨୦୨୫ ଉତ୍ସବକୁ ଚଳିତ ମାସ ୨୬-୧୨-୨୦୨୫ ଠାରୁ ୩୦-୧୨-୨୦୨୫ ପର୍ଯ୍ୟନ୍ତ ରାୟଗଡ଼ା ଜି.ସି.ଡ଼ି ହାଇସ୍କୁଲ ପଡ଼ିଆ ଠାରେ ଅନୁଷ୍ଠିତ ହେବାକୁ ସ୍ଥିର ହୋଇଛି। ଆଜିର କାର୍ଯ୍ୟକ୍ରମରେ ଏଡିଏମ ରାଜସ୍ବ ରାୟଗଡ଼ା, ସିଡିଈଓ ତଥା ଈଓ ଜିଲ୍ଲା ପରିଷଦ ରାୟଗଡା, ଉପ ଜିଲ୍ଲାପାଳ ରାୟଗଡ଼ା, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ, ଜିଲ୍ଲା ସାଂସ୍କୃତିକ ଅଧିକାରୀ, ବ୍ଲକ ଅଧିକାରୀ କାଶୀପୁର, ସାଂସଦ ପ୍ରତିନିଧି କାଶୀପୁର ବ୍ଲକ, ବ୍ଲକ ଅଧକ୍ଷ କାଶୀପୁର, ସମସ୍ତ ବ୍ଲକ ର ଅଧକ୍ଷ, ଅଧକ୍ଷା, ଉପାଧ୍ୟକ୍ଷ, ଉପାଧକ୍ଷା ଓ ବ୍ଲକର ସମସ୍ତ ସରପଞ୍ଚ, ସମିତି ସଭ୍ୟ ଉପସ୍ଥିତ ଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.