ଓଡ଼ିଆ ବାର୍ତ୍ତା/ ରାୟଗଡ଼ା (ପଦ୍ମନ ଭତ୍ରା): କୋଲନରା ବ୍ଲକ୍ ବଡ଼ ଚମ୍ପିଆ ଗ୍ରାମ ଠାରେ ରାୟଗଡ଼ା ଜିଲ୍ଲା କଳାକାର ମହାସଂଘ ପକ୍ଷରୁ କଳାକାର ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ସଭାପତି ସନ୍ତୋଷ କୁମାର ବଛାଙ୍କ ଅଧ୍ୟକ୍ଷତାରେ ଏନେଇ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ମୁକୁନ୍ଦପୁର ବିଜେପି ମଣ୍ଡଳ ସଭାପତି ମନୋଜ କୁମାର ନାଲା, ସମ୍ମାନୀତ ଅତିଥି ଭାବେ ସରପଞ୍ଚ କୁନି ମାଣ୍ଡାଙ୍ଗି, ସମିତି ସଭ୍ୟା ସୁଜାତା ତୁଳ, ନାଟ ଗୁରୁ ରାଜାରାଓ ମୁଟିକା, ଦାଶରଥି ଶବର, କଳାକାର ନାଗେଶ୍ଵର ହାରାକା, ରାମଚନ୍ଦ୍ର ତାଡ଼ିଙ୍ଗି ମଞ୍ଚାସିନ ରହିଥିଲେ। ଏଥିରେ ମୂଖ୍ୟତଃ କଳାକାର ମହାସଂଘ ମାଧ୍ୟମରେ ସ୍ଥାନୀୟ କଳାକାର ସଂଗଠିତ ହୋଇ ଆଞ୍ଚଳିକ ଭାଷା, କଳା ସଂସ୍କୃତିର ପ୍ରଚାର ପ୍ରସାର କରିବା ସହ କଳାକାରଙ୍କ ଜୀବନ ଜୀବିକା ସୁଦୃଢ଼ ହୋଇ କେମିତି ସେମାନଙ୍କର ଆର୍ଥିକ ଅଭିବୃଦ୍ଧି ହେବ ସେ ନେଇ ବିସ୍ତୃତ ଆଲୋଚନା ହୋଇଥିଲା। ପ୍ରଶାସନ ଓ ସରକାରଙ୍କ ନିର୍ଦ୍ଦେଶକୁ ପାଳନ କରି ସମାଜରେ ଜନ ସଚେତନ ଆଣିବା ସହ ଅଧିକରୁ ଅଧିକ ଲୁକ୍କାୟିତ କଳାକାରଙ୍କୁ ଚିହ୍ନଟ କରି ଲୋକଲୋଚନ ଆଣିବା ପାଇଁ ଜିଲ୍ଲା ସଭାପତି ଆହ୍ବାନ ଦେଇଥିଲେ। ଏହିଭଳି ଆୟୋଜନ ନିମନ୍ତେ ମୁଖ୍ୟ ଅତିଥି ଓ ସମ୍ମାନିତ ଅତିଥି ମାନେ କଳାକାର ମାନଙ୍କୁ ଉଚ୍ଚ ପ୍ରଶଂସା କରିଥିଲେ।





