ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଦ୍ୱାରା ମିଳିତ ଜନ ଶୁଣାଣୀ ଓ କୃଷି ସମାଧାନ ଶିବିର

ଦାଖଲ ହେଲା ୪୪ ଟି ଅଭିଯୋଗ, ୩୭ଟି ବ୍ୟକ୍ତିଗତ ଏବଂ ୭ଟି ଗୋଷ୍ଠୀଭିତ୍ତିକ ଅଭିଯୋଗ

Omkar Vasthu
Omkar Vasthu

ସୋନପୁର,୨୦/୮ : ସୁବଣ୍ଣର୍ପୁର ଜିଲ୍ଲା ସୋନପୁର ସଦର ବ୍ଲକରେ ପ୍ରଥମ ଥର ପାଇଁ ଜିଲାପାଳଓ ଆରକ୍ଷୀ ଅଧିକ୍ଷକଙ୍କ ଦ୍ୱାରା ମିଳିତ ଜନ ଶୁଣାଣୀ ଓ କୃଷି ସମାଧାନ ଶିବିର ଅନୁଷ୍ଠିତ ହୋଇଯାଇଛି । ବ୍ଲକ ସମ୍ମିଳନୀ କକ୍ଷରେ ଆୟୋଜିତ ଏହି ଶିବିରରେ ଜିଲାପାଳ ମୋନିଷା ବାନାର୍ଜୀ ଯୋଗ ଦେଇ ମୋଟ ୪୪ ଟି ଅଭିଯୋଗର ଶୁଣାଣି କରିଥିଲେ । ଏଥିରେ ୩୭ଟି ବ୍ୟକ୍ତିଗତ ଅଭିଯୋଗ ରହିଥିବା ବେଳେ ୭ଟି ଗୋଷ୍ଠୀଭିତ୍ତିକ ଅଭିଯୋଗ ରହିଥିଲା । ତେବେ ଏଥି ମଧ୍ୟରୁ ୪ଟି ଅଭିଯୋଗ ସେଠାରେ ହିଁ ସମାଧାନ ହୋଇଥିବା ବେଳେ ୨ ଜଣଙ୍କୁ ମଧୂବାବୁ ପେନସନ ଯୋଜନାରେ ସାମିଲ କରାଯାଇଥିଲା । ଏହା ବ୍ୟତିତ ଭଣ୍ଡାର ଗ୍ରାମର ଦୟାନିଧି ଶାଣ୍ଢଙ୍କ ସ୍ୱାସ୍ଥ୍ୟଗତ ସମସ୍ୟା ଥିବାରୁ ତାଙ୍କୁ ତୁରନ୍ତ ରେଡକ୍ରସ ପାଣ୍ଠିରୁ ୫ ହଜାର ଟଙ୍କାର ସହାୟତା ମଞ୍ଜରୁ କରାଯାଇଥିଲା । ଠିକ ସେହିପରି ବରୁଣ ସୁନା ହରଡଖୋଲ ଛେପାପାଲି ବନ୍ଦ କାମ ର୍ଦୁନିତିର ଅଭିଯୋଗ କରିଥିଲେ । ସ୍ୱାସ୍ଥ୍ୟଗତ ସମସ୍ୟା ଥିବା ଉଲୁଣ୍ଡା ବ୍ଲକ ବେଜାପାଲି ଗ୍ରାମର କୃାସିନ୍ଧୁ ଲୁହାଙ୍କୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ୨୫ ହଜର ଟଙ୍କାର ସହାୟତା ପ୍ରଦାନ କରାଯାଇଥିଲା । ଏହି ଜନ ଶୁଣାଣୀ ଶିବିରରେ ଆରକ୍ଷୀ ଅଧିକ୍ଷକ ଦେବୀ ପ୍ରସାଦ ଦାଶ, ଉପ ଜିଲାପାଳ ବଳରାମ ମଲ୍ଲିକ, ସୋନପୁର ବ୍ଲକ ବିଡିଓ ରବିନ୍ଦ୍ର କୁମାର ପଟେଲ, ଜିଲା ସୂଚନା ଓ ଲୋକ ସମ୍ପକୟ ଅଧିକାରୀ ହରିଚରଣ ମିଶ୍ର ପ୍ରମୁଖଙ୍କ ସହ ବିଭିନ୍ନ ବିଭାଗର ଜିଲା ସ୍ତରୀୟ ଅଧିକାରୀ ମାନେ ଉପସ୍ଥିତ ଥିଲେ । ତେବେ ପ୍ରଥମ ଥର ପାଇଁ ସଦର ବ୍ଲକରେ ଜିଲାପାଳଙ୍କ ଏଭଳି ଜନ ଶୁଣାଣୀ କାର୍ଯ୍ୟକ୍ରମକୁ ଜିଲାର ବିଭିନ୍ନ ମହଲରେ ସ୍ୱାଗତ କରାଯାଇଥିବା ଦେଖାଯାଇଛି ।

Pearl dental clinic
Near Ashish Medical Store, Bhawanipatna
ସୋନପୁର ଜିଲ୍ଲା ପ୍ରତିନିଧି ସୁଶାନ୍ତ ସାହୁଙ୍କ ରିପୋର୍ଟ odiabarta.in

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.