ଓଡ଼ିଆ ବାର୍ତ୍ତା/ ନିଶ୍ଚିନ୍ତକୋଇଲି (ଜଗନ୍ନାଥ ଆଚାର୍ଯ୍ୟ): ଭୁବନେଶ୍ୱରର ବୁଦ୍ଧମନ୍ଦିର ସମ୍ମିଳନୀ କକ୍ଷରେ ଦୁଇଦିନ ଧରି ଚାଲିଥିବା ୨ୟ ମହର୍ଷି ପରାଶର ଜ୍ୟୋତିଷ, ବାସ୍ତୁ ଓ କର୍ମକାଣ୍ଡ ସମ୍ମିଳନୀ-୨୦୨୬ ସମାପନ ହୋଇଯାଇଛି ଳ। ଏହି କାର୍ଯ୍ୟକ୍ରମ ରେ ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବ୍ୟକ୍ତିଗତ ଜ୍ୟୋତିଷ ଡଃ. ଶିବ ପି. ଆନନ୍ଦ୍ ମୁଖ୍ୟ ଅଥିତି ଭାବେ ଯୋଗଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ପୁରୀ ସଦାଶିବ ସଂସ୍କୃତ ମହାବିଦ୍ୟାଳୟ ର କୁଳପତି ପ୍ରଫେସର ପ୍ରଭାତ କୁମାର ମହାପାତ୍ର, ଗୋଲଖ ମହାପାତ୍ର, ଜ୍ୟୋର୍ତିବିଦ୍ ନିରଞ୍ଜନ ମହାପାତ୍ର ସମ୍ମାନିତ ଅତିଥି ଭାବେ ଯୋଗଦାନ କରିଥିଲେ। ଏହି ସମ୍ମିଳନୀ ରେ ସାରା ଦେଶରୁ ଆସିଥିବା ୨୦୦ ଶହରୁ ଉର୍ଦ୍ଧ ଜ୍ୟୋତିଷ, ବାସ୍ତୁବିଦ୍ ଓ କର୍ମକାଣ୍ଡବିଦ୍ ଯୋଗଦାନ କରି ସଭାକୁ ସାଫଲ୍ୟ ମଣ୍ଡିତ କରିଥିଲେ। ଏଥିରେ କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ବ୍ଲକ ବାବୁଜାଙ୍ଗ ପଞ୍ଚାୟତ ଦୁଲୁପୁର ଗ୍ରାମର ପଣ୍ଡିତ ଗୋପାଳକୃଷ୍ଣ ନନ୍ଦଙ୍କୁ ମିଳେନିୟମ ବାସ୍ତୁ ଶାସ୍ତ୍ରୀ ସମ୍ମାନରେ ସମ୍ମାନିତ କରାଯାଇଥିଲା। ଆୟୋଜକ ଜ୍ୟୋତିର୍ବିଦ ଦୀପକ ଆଚାର୍ଯ୍ୟ ଓ ଅନ୍ୟ ଅତିଥିମାନେ ତାଙ୍କୁ ବାସ୍ତୁ ଶାସ୍ତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ବାସ୍ତୁ ଶାସ୍ତ୍ରୀ ସମ୍ମାନ ପ୍ରଦାନ କରିବା ସହିତ ଉପଢ଼ୋକନ, ସ୍ୱର୍ଣ୍ଣପଦକ ଓ ମାନପତ୍ର ଓ ଟ୍ରଫି ଆଦି ଦେଇ ସମ୍ବର୍ଦ୍ଧିତ କରିଛନ୍ତି। ସମ୍ମାନିତ ହୋଇଥିବା ଶ୍ରୀ ନନ୍ଦ ଏକା ଧାରାରେ ଜଣେ କର୍ମକାଣ୍ଡବିଦ, ଜ୍ୟୋତିର୍ବିଦ ଓ ବାସ୍ତୁବିଦ ଅଟନ୍ତି। ଦୀର୍ଘ ୧୦ ବର୍ଷ ହେବ ସେ ଜ୍ୟୋତିଷ ବାସ୍ତୁ ଗବେଷଣା କରୁଛନ୍ତି। ସେ ଏହି ସମ୍ମାନ ପାଇବା ପରେ ଅଞ୍ଚଳରେ ଖୁସିର ଲହରୀ ଖେଳିଯାଇଛି।




