ସେରଗଡର ଚୋରୀ ଧାନ ଉଦ୍ଧାର, ତିନିଜଣ ଚୋର ଗିରଫ : କେସିଙ୍ଗା ଏସଡିପିଓଙ୍କ ପ୍ରେସମିଟ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): କଳାହାଣ୍ଡି ଜିଲ୍ଲା ଥାନା ଅଧିନସ୍ଥ ସେରଗଡ ଗ୍ରାମ ପଞ୍ଚାୟତର ତପନ ସାହୁଙ୍କ ଖଳାରେ ରହିଥିବା ଗୋଦାମ ଗୃହରୁ ଗତ ୨୨/୧୨ ରାତିରେ ତାଲା ଭାଙ୍ଗି ଦୁର୍ବୁର୍ତ୍ତ ମାନେ ୪୧ ବସ୍ତା ଧାନ ହାରାହାରି ୬୨,୦୦୦ ଟଙ୍କା ମୂଲ୍ୟର ଧାନ ଚୋରୀ କରି ନେଇ ଯାଇଥିଲେ। ୨୩/୧୨ ନର୍ଲା ଥାନାରେ ମାମଲା ରୁଜ୍ଜୁ ହେବାପରେ ନର୍ଲା ଥାନା କେସ ନଂ- ୩୨୨/୨୦୨୫ ୟୁଏସ ୩୩୧(୨)/୩୦୫ ବିଏନଏସ ଧାରା ବଳରେ ପୋଲିସ ତନାଘନା ତଦନ୍ତ ଚଳାଇ ନର୍ଲା ଥାନା ଅଧିନସ୍ଥ କେରାଣ୍ଡିଖୁଣ୍ଟି ଗ୍ରାମର ଆବେଦ ନାଏକ ଓରଫ ରାହୁଲ ସେରଗଡର ରୋଶନ ନାଗ ଓ ଚୋରୀ ଧାନ କିଣିଥିବା ଶ୍ରୀପୁର ଗ୍ରାମର ଦୁର୍ବାଦଳ ବଗର୍ତ୍ତିକୁ ଗିରଫ କରିବା ସହ ଚୋରୀ ହୋଇଥିବା ୪୧ ବସ୍ତା ଧାନ ଜବତ କରି ଥାନାକୁ ନେଇ ଆସିଛି। ଦୀର୍ଘଦିନ ପରେ ଏତେ ଶୀଘ୍ର ଚୋରି ସାମଗ୍ରୀ ଉଦ୍ଧାରରେ ପୋଲିସକୁ ସଫଳତା ମିଳିଛି। କେସିଙ୍ଗା ଏସଡିପିଓ ସନ୍ଦୀପ ମାଝୀଙ୍କ ନିର୍ଦ୍ଦେଶ କ୍ରମେ ନର୍ଲା ଆଇଆଇସି ବିଜୟରାଜ ମାଝୀ ଓ ନର୍ଲା ପୋଲିସ ଟିମ ଧାନ ଚୋରୀ ଘଟଣାର ତନାଘନା ତଦନ୍ତ ଫଳରେ ପୋଲିସକୁ ଏହି ସଫଳତା ମିଳିଥିବା ଜଣାପଡିଛି। ଏନେଇ ନର୍ଲା ଥାନା ପରିସରରେ କେସିଙ୍ଗା ଏସଡିପିଓ ସନ୍ଦୀପ ମାଝୀ ସମ୍ବାଦିକ ସମ୍ମିଳନୀ ଡାକି ପୋଲିସର ସଫଳତା ବଖାଣିବା ସହ ନର୍ଲା ଆଇଆଇସି ବିଜୟରାଜ ମାଝୀ ଓ ତଦନ୍ତ ଅଧିକାରୀ ସବଇନ୍ସପେକ୍ଟର ପ୍ରଦିପ କୁମାର ସେଠୀଙ୍କୁ ଏହାର ଶ୍ରେୟ ଦେଇଛନ୍ତି। ଏବଂ ଏହି ଧାନଚୋରୀ ଘଟଣାରେ ଆଉ କେଇଜଣ ସମ୍ପୃକ୍ତ ରହିଥିବା ବ୍ୟକ୍ତିଙ୍କୁ ମଧ୍ୟ ପୋଲିସ ଅତିଶିଘ୍ର ଗିରଫ କରିବ ବୋଲି ଏସଡିପିଓ ଶ୍ରୀ ମାଝୀ ଗଣମାଧ୍ୟମ ପ୍ରତିନିଧିଙ୍କୁ କରିଛନ୍ତି। ଏଡିପିଓ ଙ୍କ ଏହି ପ୍ରେସମିଟ କାର୍ଯ୍ୟକ୍ରମରେ ନର୍ଲା ଆଇଆଇସି ବିଜୟରାଜ ମାଝୀ, ଏସଆଇ ପ୍ରିୟବ୍ରତ ବେହେରା, ପ୍ରଦୀପ କୁମାର ସେଠୀ, ଏଏସଆଇ ଆର କେ ସେଠୀ, ଏଏସଆଇ ଅବନୀ କୁମାର ଖୁରା, ହାବିଲଦାର ସନ୍ତୋଷ କୁମାର ମହାନ୍ତି, କେତନ କୁମାର କରୁଆଁ ପ୍ରମୁଖ ଉପସ୍ଥିତ ଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.