ବାଗପୁରରେ ପଞ୍ଚାୟତ ସ୍ତରୀୟ ୨୮ତମ କଳାହାଣ୍ଡି ଉତ୍ସବ ଘୁମୁରା 

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ବ୍ଲକର ବାଗପୁର ଗ୍ରାମ ପଞ୍ଚାୟତ ପରିସରରେ ୨୮ତମ କଳାହାଣ୍ଡି ଉତ୍ସବ ଘୁମୁରା-୨୦୨୬ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ବାଗପୁର ସରପଞ୍ଚ ଗୋପାଳ ହାତୀଙ୍କ ଅଧ୍ୟକ୍ଷତାରେ ଏନେଇ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ନର୍ଲା ବ୍ଲକ ଅଧ୍ୟକ୍ଷ ଦୁର୍ଗା ପ୍ରସାଦ ମହାନ୍ତି, ମୁଖ୍ୟ ବକ୍ତା ଭାବେ ବାଗପୁର ଉଚ୍ଚ ବିଦ୍ୟାପୀଠର ଶିକ୍ଷକ ଧର୍ମରାଜ ବାଗ, ସମ୍ମାନୀତ ଅତିଥି ଭାବରେ ବାଲସିଙ୍ଗା ସରପଞ୍ଚ ପୂଜା ସାରିନୋଭା ସ୍ୱାଇଁ, ସିଆରସି ଭାନପୁର କ୍ଲଷ୍ଟର ଦୁର୍ଗା ମାଧବ କୁମାର, ନାଏବ ସରପଞ୍ଚ ଅମୁଲ୍ୟ ସାହୁ ପ୍ରମୁଖ ମଞ୍ଚାସୀନ ଥିଲେ। ଆରମ୍ଭରେ ମଶାଲ ଯାତ୍ରା ଗ୍ରାମ ପରିକ୍ରମା କରି ମଞ୍ଚରେ ମଶାଲ ସ୍ଥାପନ ଓ ମାଣିକେଶ୍ବରୀଙ୍କ ପୂଜନ ପରେ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା। ଗ୍ରାମ ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ମୁକେଶ୍ୱର ରଣା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଏଡିଇଓ ବୈବସୁତ ସାହୁ ଓ ସମସ୍ତ ୱାର୍ଡ ସଭ୍ୟ/ ସଭ୍ୟା ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ। ଇତ୍ୟବସରରେ ଗ୍ରାମ ପଞ୍ଚାୟତ ଅଧିନସ୍ଥ ବିଦ୍ୟାଳୟ ଗୁଡ଼ିକର କୃତୀ ପ୍ରତିଯୋଗୀ ଓ ପ୍ରତିଭାଙ୍କୁ ପୁରସ୍କାର ପ୍ରଦାନ କରଯାଇଥିଲା। ଜଗଦୀଶ ସାହୁ ମଞ୍ଚ ପରିଚାଳନା କରିଥିଲେ। ଛାତ୍ରଛାତ୍ରୀମାନେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ। କାର୍ଯ୍ୟକ୍ରମ ଶେଷରେ ପିଇଓ ଶ୍ରୀ ରଣା ଧନ୍ୟବାଦ ଅର୍ପଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ପଞ୍ଚାୟତ ଅନ୍ତର୍ଗତ ସମସ୍ତ ସ୍କୁଲର ଶିକ୍ଷକ ଶିକ୍ଷୟିତ୍ରୀ, ଏମବିକେ, ସିଆରପି ଏବଂ ଅଞ୍ଚଳର ଜନସାଧାରଣ ସାମିଲ ହୋଇଥିଲେ।

 

 

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.