ଓଡ଼ିଆ ବାର୍ତ୍ତା/ ପଲମ (ଧବଳେଶ୍ଵର ଦୀପ): ନର୍ଲା ବ୍ଲକର ମୁସ୍କୁଟି ଗ୍ରାମ ପଞ୍ଚାୟତଠାରେ ୨୮ତମ କଳାହାଣ୍ଡି ଉତ୍ସବ ‘ଘୁମୁରା’-୨୦୨୬ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି।ସରପଞ୍ଚ ସଞ୍ଜୁଲତା ଭୋଇଙ୍କ ଅଧ୍ୟକ୍ଷତାରେ ଏବଂ ପିଇଓ କୃଷ୍ଣଚନ୍ଦ୍ର ସାହୁଙ୍କ ପରିଚାଳନାରେ ଆୟୋଜିତ ଉଦ୍ଘାଟନୀ ସମାରୋହରେ ରୁପ୍ରା ମିଳିତ ପଞ୍ଚାୟତ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ଅରୁଣ ନାଏକ ମୁଖ୍ୟ ଅତିଥି, ଶିକ୍ଷକ ବିଷ୍ଣୁ ଚରଣ ସେନାପତି, ରୂପ୍ରା ପାକ୍ସ ସଭାପତି ସରୋଜ ରାଉତ, ମିଳିତ ପଞ୍ଚାୟତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟାପକ ସୁଧିର ପଣ୍ଡା, ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ଲାଲ ସାହେବ ସାହୁ ଓ ପ୍ରଧାନଶିକ୍ଷୟିତ୍ରା ପ୍ରଭାତୀ ସାହୁ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ଛାତ୍ରଛାତ୍ରୀ ଓ ମହିଳାଙ୍କୁ ନେଇ ବିଭିନ୍ନ ପ୍ରତିଯୋଗିତା ହୋଇଥିଲା। ସରପଞ୍ଚ ଶ୍ରୀମତୀ ଭୋଇଙ୍କ ସଭାପତିତ୍ବରେ ଅନୁଷ୍ଠିତ ପୁରସ୍କାର ବିତରଣ ଉତ୍ସବରେ ନର୍ଲା ବ୍ଲକ ସେକ୍ସନ୍ ଅଫିସର୍ ସୁଦର୍ଶନ ରାଉତ ମୁଖ୍ୟ ଅତିଥି, ସାମ୍ବାଦିକ ଅଜୟ ସେନାପତି, ଶ୍ରୀ ଭୂତେଶ୍ବର ଡିଗ୍ରି ମହାବିଦ୍ୟାଳୟର ଅଧ୍ୟାପକ ଟୁନା ଭୋଇ, ମୁସ୍କୁଟି ସମିତି ସଭ୍ୟ ବିରେନ୍ଦ୍ର ପାତ୍ର, ସିଆରସିସି ରୁଦ୍ରଧର ସାହୁ, ପ୍ରଧାନଶିକ୍ଷୟିତ୍ରୀ ଶ୍ରୀମତୀ ସାହୁ ଓ ମୁସ୍କୁଟି ନାଏବ ସରପଞ୍ଚ ପ୍ରେମାନନ୍ଦ ସାହୁ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ପୁରସ୍କାର ବିତରଣ କାର୍ଯ୍ୟକ୍ରମକୁ ଶିକ୍ଷକ ଉଗ୍ରେସନ କରୁଆଁ ପରିଚାଳନା କରିଥିଲେ। ଶେଷରେ ପିଇଓ କୃଷ୍ଣଚନ୍ଦ୍ର ସାହୁ ଧନ୍ୟବାଦ ଦେଇଥିଲେ।




