ଭାରସାମ୍ୟ ହରାଇ ଗଛରେ ପିଟି ହେଲା ଟ୍ରକ: ଡ୍ରାଇଭର ମୃତ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ଭବାନୀପାଟଣା-ରାୟଗଡ଼ାକୁ ସଂଯୋଗ କରୁଥିବା ୬ ନମ୍ବର ରାଜ୍ୟ ରାଜପଥର ଢେପଗୁଡ଼ା ଘଟି କେଶପଦର ଛକ ରାସ୍ତା କଡ଼ରେ ଥିବା ଆମ୍ବ ଗଛରେ ଏକ କୋଇଲା ବୋଝେଇ ଟ୍ରକ (ଓଡି-୦୫-ଏସି-୭୧୬୧) ଭାରସାମ୍ୟ ହରାଇ ପିଟି ହୋଇଯାଇଛି। ଫଳରେ ଘଟଣାସ୍ଥଳରେ ଗାଡ଼ି ଡ୍ରାଇଭରଙ୍କ ମୃତ୍ୟୁ ହୋଇଛି। ମୃତ ଡ୍ରାଇଭର ଗାଡ଼ି ଭିତରେ ଚାପି ହୋଇ ରହିଥିବା ବେଳେ ଘଟଣାସ୍ଥଳରେ ବିଶ୍ଵନାଥପୁର ପୁଲିସ ଓ ଭବାନୀପାଟଣା ଅଗ୍ନିଶମ ବିଭାଗ ପହଞ୍ଚି ଉଦ୍ଧାରକାର୍ଯ୍ୟ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.