ଓଡ଼ିଆ ବାର୍ତ୍ତା/ କଲ୍ୟାଣସିଂହପୁର (ପଦ୍ମନ ଭତ୍ରା): ରାୟଗଡା ଜିଲ୍ଲାର ବିଷମକଟକ ନିର୍ବାଚନ ମଣ୍ଡଳି ଅନ୍ତର୍ଗତ କଲ୍ୟାଣସିଂହପୁର ବ୍ଲକ ଅଧିନସ୍ତ କରପା ଗ୍ରାମ ପଞ୍ଚାୟତ ଠାରେ ବହୁଜନ ସମାଜ ପାର୍ଟିର ମିଶ୍ରଣ ପର୍ବ ବ୍ଲକ ସଭାପତି କୃପାସିନ୍ଧୁ ଭତ୍ରାଙ୍କ ପ୍ରୟାସରେ ଆୟୋଜିତ ହୋଇଯାଇଛି I ଆଜି କରପା ପଞ୍ଚାୟତ ସ୍ଥିତ ଖମ୍ବେଶକଣାରେ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା I ଯେଉଁଥିରେ ଲେଲିଂପଦର, ଏଚ୍ କୋନା, ସିଙ୍ଗାମୁହିଁ, ରାଣୀପଦର, ଟିକ୍ରା ଗୁଡା, ସଦଲସ, ଅଜୟ ଗଡ଼ ସମେତ ଖମ୍ବେଶ କଣା ପ୍ରମୁଖ ଗାଁର ଶତାଧିକ ମହିଳା, ପୁରୁଷ, ବୟସ୍କ ଆଜି ବି.ଏସ.ପିରେ ଯୋଗ ଦେଇଥିଲେ I ମିଶ୍ରଣ ପର୍ବରେ ବହୁଜନ ସମାଜ ପାର୍ଟି ରାଜ୍ୟ ସମ୍ପାଦିକା ସୁନିତା ବିଡ଼ିକା ମୂଖ୍ୟ ଅତିଥି ଏବଂ ରାୟଗଡା ଜିଲ୍ଲା ପ୍ରଭାରୀ ରାମଦାସ ଟାକ୍ରୀ ସମ୍ମାନୀୟ ଅତିଥି ଭାବେ ଯୋଗ ଦେଇ ନବାଗତଙ୍କୁ ସ୍ୱାଗତ କରିଛନ୍ତି । ଲୋକେ ଯେଉଁ ବିଶ୍ୱାସ ନେଇ ବହୁଜନ ସମାଜ ପାର୍ଟିରେ ଯୋଗ ଦେଉଛନ୍ତି ସେମାନଙ୍କ ଦ୍ୱାରା ଦଳ ଆହୁରି ସୁଦୃଢ ହେବ ଏବଂ ଆଗାମୀ ଦିନରେ ବହୁଜନ ସମାଜ ପାର୍ଟି ଜିଲ୍ଲାର ରାଜନୈତିକ ସମୀକରଣ ବଦଳାଇବାର କ୍ଷମତା ଅର୍ଜନ କରିପାରିବ ବୋଲି ଜିଲ୍ଲା ପ୍ରଭାରୀ ରାମଦାସ ଟାକ୍ରୀ ପ୍ରକାଶ କରିଛନ୍ତି I




