ଓଡ଼ିଆ ବାର୍ତ୍ତା/ ବାଲେଶ୍ୱର (କୃଷ୍ଣ କୁମାର ମହାନ୍ତି): ଗ୍ରାମବାସୀଙ୍କ ମିଳିତ ସହଯୋଗରେ କଟକର କୋରକୋରା ଗ୍ରାମରେ ତିନି ଦିନିଆ ଭବ୍ୟ ଅଷ୍ଟପ୍ରହରୀ ନାମ ସଂକୀର୍ତ୍ତନ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ଗତ ୭, ୮ ଓ ୯ ତାରିଖ ପର୍ଯ୍ୟନ୍ତ ଚାଲିଥିବା ଏହି ଆଧ୍ୟାତ୍ମିକ କାର୍ଯ୍ୟକ୍ରମରେ ରାଜ୍ୟର ବିଭିନ୍ନ ପ୍ରାନ୍ତରରୁ ପ୍ରାୟ ୧୫ଟି ସଂକୀର୍ତ୍ତନ ମଣ୍ଡଳୀ ଯୋଗ ଦେଇ ନାମ ପ୍ରଚାର କରିଥିଲେ। ସମଗ୍ର ଅଞ୍ଚଳ ହରିନାମ ସଂକୀର୍ତ୍ତନରେ ପ୍ରକମ୍ପିତ ହୋଇ ଉଠିଥିଲା। ଏହି ସମସ୍ତ କାର୍ଯ୍ୟକ୍ରମକୁ ସନ୍ତୋଷ ମଲ୍ଲିକ, କଣ୍ଡୁରୀ ଓଝା, ଦୀପକ ଓଝା, ଅନିରୁଦ୍ଧ ସ୍ଵାଇଁ, ବିଶ୍ଵନାଥ ମଲ୍ଲିକ, ନୀଳମଣି ନାୟକ, ଧରଣୀଧର ସ୍ଵାଇଁ, ଟାକୁଆ ଦଳାଇ ଓ ଅକ୍ଷୟ ଦଳାଇ ପରିଚାଳନା କରିଥିବା ବେଳେ ଅତିଥି ରଞ୍ଜନ ସ୍ଵାଇଁ, ଜୟନ୍ତ ସ୍ଵାଇଁ, ଚନ୍ଦନ ସ୍ଵାଇଁ ଓ ପ୍ରକାଶ ସ୍ଵାଇଁ ସହଯୋଗ କରିଥିଲେ। ଶେଷ ଦିନରେ ପ୍ରାୟ ୫ ହଜାରରୁ ଉର୍ଦ୍ଧ୍ୱ ଶ୍ରଦ୍ଧାଳୁ ଶାନ୍ତିଶୃଙ୍ଖଳାର ସହ ମହାପ୍ରସାଦ ସେବନ କରିଥିଲେ। ଶ୍ରୀଜଗନ୍ନାଥଙ୍କ ଆଶୀର୍ବାଦରୁ ଆୟୋଜିତ ଏହି କାର୍ଯ୍ୟକ୍ରମ ଗ୍ରାମବାସୀଙ୍କ ମଧ୍ୟରେ ଏକତା, ଶାନ୍ତି ଓ ଭାଇଚାରାର ଏକ ସୁନ୍ଦର ସନ୍ଦେଶ ପ୍ରଦାନ କରିଛି।





