ନର୍ଲାର ସମାଜସେବୀ ଅଭୟ ନାଏକଙ୍କ ନିଆରା ପ୍ରୟାସ

ନିଜସ୍ୱ ପ୍ରୟାସରେ କଲେ ରାସ୍ତା ନିର୍ମାଣ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ପଞ୍ଚାୟତ ସମିତି କାର୍ଯ୍ୟାଳୟ ନିକଟରେ ଥିବା ଜୟନ୍ତୀ ନଗର ପଡ଼ାର ରାସ୍ତା ମରାମତି ଅଭାବରୁ ଶୋଚନୀୟ ହୋଇ ପଡ଼ିଥିଲା। ଏହି ରାସ୍ତାକୁ ପୁନଃ ନିର୍ମାଣ କରିବା ପାଇଁ ପଡାବାସୀ ବାରମ୍ବାର ଦାବି କରି ଆସୁଥିଲେ ମଧ୍ୟ କୌଣସି ସୁଫଳ ମିଳିନଥିଲା। ଏହାକୁ ଦୃଷ୍ଟିରେ ରଖି ବିଶିଷ୍ଟ ସମାଜସେବୀ ଅଭୟ ନାଏକ ବର୍ଷ ତମାମ ନିଃସ୍ଵାର୍ଥପର ଭାବେ ଶ୍ରମଦାନ କରି ଏହି ରାସ୍ତା ନିର୍ମାଣ କରି ଅଞ୍ଚଳ ପାଇଁ ଅନନ୍ୟ ଉଦାହରଣ ସୃଷ୍ଟି କରିଛନ୍ତି। ଏସବୁ ଜନହିତକର କାର୍ଯ୍ୟ କରିବା ପାଇଁ ସେ ସ୍ବର୍ଗତ ଦଶରଥ ମାଝୀଙ୍କ ଠାରୁ ପ୍ରେରଣା କରିଥିବା ପ୍ରକାଶ କରିଛନ୍ତି। ତେବେ ନର୍ଲା ବ୍ଳକ ଛକରୁ ଜୟନ୍ତୀ ନଗର ପଡ଼ା ପର୍ଯ୍ୟନ୍ତ ରାସ୍ତା ମରାମତି ହୋଇଯାଇଥିବାରୁ ପଡାବାସୀ ଅଭୟ ନାଏକଙ୍କୁ ଭୁୟସୀ ପ୍ରଶଂସା କରିଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.