ବୁଢ଼ାରଜା କ୍ରିକେଟ ପ୍ରତିଯୋଗିତା: ମାଲିଝର ଚାମ୍ପିଅନ 

ଓଡ଼ିଆ ବାର୍ତ୍ତା/ ସଇଁତଳା (ଗୋକୁଳାନନ୍ଦ ବଗର୍ତ୍ତୀ): ଗଣ୍ଡପତ୍ରାପାଲି ଅନ୍ତର୍ଗତ ବଡମାଲ ଖେଳ ପଡିଆ ଠାରେ ବଡମାଲ ଯୁବକ ସଂଘ ଆନୁକୂଲ୍ୟରେ ପ୍ରଥମ ବର୍ଷ ବୁଢ଼ାରଜା କ୍ରିକେଟ ପ୍ରତିଯୋଗିତା ଉଦଯାପିତ ହୋଇଯାଇଛି । ଏଥିରେ ୧୬ ଟି ଦଳ ଅଂଶ ଗ୍ରହଣ କରିଥିଲେ । ଫାଇନାଲ ଉତ୍ସବରେ ମୁଖ୍ୟ ଅତିଥି ଭାବେ ସମିତି ସଭ୍ୟ ଡେଙ୍ଗ ସିମ୍ରନ ସିଂ ଭୋଇ, ସମ୍ମାନିତ ଅତିଥି ଭାବରେ ମନେଶ ସୁନା ସରପଞ୍ଚ ଗଣ୍ଡପତ୍ରାପାଳି, ବେଳଧର ବଗର୍ତ୍ତୀ ଗନ୍ତିଆ ବଡମାଲ, ବଡ଼ମାଳ ବୁଢ଼ାରଜା ପୀଠର ପୂଜକ ଗଣ୍ଡାରାମ ଭୋଇ, ହରେକୃଷ୍ଣ ବଗର୍ତ୍ତୀ ସମାଜସେବୀ, ଗ୍ରାମର ଭଦ୍ର ବ୍ୟକ୍ତି ଶ୍ରିଚନ୍ଦ୍ର ଭୋଇ, ନାରଦ ଭୋଇ, କନ୍ଧ ଭୋଇ, ଦେବେନ୍ଦ୍ର ମାଝୀ, ଧବଳେଶ୍ଵର ଭୋଇ, ସାମ୍ବାଦିକ ଗୋକୁଳାନନ୍ଦ ବଗର୍ତ୍ତୀ ପ୍ରମୁଖ ଅତିଥି ଭାବରେ ଯୋଗ ଦେଇଥିଲେ । ଫାଇନାଲ ମ୍ୟାଚ୍ ବେଲଗାଁ ଏବଂ ମଲିଝର ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ମାଳିଝର ଦଳ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୬ ଅଭରରେ ୧୦୧ ରନ କରିଥିଲେ । ଜବାବ ରେ ବେଲଗାଁ ଦଳ ୬୮ ରନ କରି ପରାସ୍ତ ହୋଇଥିଲେ । ଜନ ଭୋଇ, ଭଗବତ ଠାକୁର, ଅଜୟ ଭୋଇ, ବେଣୁଧର ଭୋଇ, ନୀଳମଣି ଭୋଇ ଖେଳ ପରି ଚାଳନା କରିଥିବା ବେଳେ ବିରେନ୍ଦ୍ର ଓ ମୁନ ଧାରା ବିବରଣୀ ପ୍ରଦାନ କରିଥିଲେ । ଭବାନୀ ଭୋଇ ଓ ହିମାଂଶୁ ରଣା ସ୍କୋରର ଦାୟିତ୍ଵ ତୁଲାଇଥିଲେ । ପରିକ୍ଷିତ ମାଝୀ, ଅଜୟ ଭୋଇ,ଚନ୍ଦ୍ର ଶେଖର ଭୋଇ, ଦେବରାଜ ମାଝି,ସରୋଜ ଭୋଇ, ନିମଞ୍ଚଲ୍ ଭୋଇ, ଚନ୍ଦ୍ର ଶେଖର ଭୋଇ, ସୁଶାନ୍ତ ଭୋଇ, ପ୍ରେମ ପୋଢ଼, ଦୁଲେଶ୍ୱର ଭୋଇ ଏବଂ ବଡ଼ମାଳ ଯୁବକ ସଂଘର ସଦସ୍ୟମାନେ ସହଯୋଗ କରିଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.