ମାଝୀଗୁଡ଼ା ବିଦ୍ୟାଳୟରେ ବାର୍ଷିକ କ୍ରୀଡ଼ା ଓ ନାରାୟଣପୁର ବିଦ୍ୟାଳୟର ବାର୍ଷିକ ଉତ୍ସବ

ଓଡ଼ିଆ ବାର୍ତ୍ତା/ ରାୟଗଡ଼ା (ପଦ୍ମନ ଭତ୍ରା): କଲ୍ୟାଣସିଂହପୁର ବ୍ଲକ ମାଝିଗୁଡ଼ା ଉନ୍ନୀତ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ କାମଳେନ୍ଦୁ ଜୈନଙ୍କ ନେତୃତ୍ୱ ରେ ବିଦ୍ୟାଳୟ ର ବାର୍ଷିକ କ୍ରୀଡ଼ା ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ଏଥିରେ କଲ୍ୟାଣସିଂହପୁର ଅତିରିକ୍ତ ଶିକ୍ଷା ଅଧିକାରୀ ମୋହନ ରାଓ କଣ୍ଡାଗାରୀ ଉପସ୍ଥିତ ରହି ସ୍ଥାନୀୟ ହନୁମାନ ମନ୍ଦିର ଠାରୁ ଶୋଭାଯାତ୍ରା ସହ ମଶାଲ ଆଣି ପତାକା ଉତ୍ତଳନ କରି ଶୁଭାରମ୍ଭ କରିଥିଲେ। ଏହି ପରିପେକ୍ଷୀରେ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କ ସହଯୋଗ ଦ୍ୱାରା ବିଭିନ୍ନ ପ୍ରକାର କ୍ରୀଡ଼ା ଅନୁଷ୍ଠିତ ହୋଇଥିଲା। ସେହି ଭଳି ନାରାୟଣପୁର ଉନ୍ନୀତ ଉଚ୍ଚ ବିଦ୍ୟାଳୟରେ ପ୍ରଧାନ ଶିକ୍ଷୟତ୍ରୀ ଚୁମକି ପାଣି ଙ୍କ ନେତୃତ୍ୱରେ ବିଦ୍ୟାଳୟର ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଶିକ୍ଷା ଅଧିକାରୀ କଲ୍ୟାଣସିଂହପୁର, ମୁଖ୍ୟ ବକ୍ତା ଭାବେ ଅଧକ୍ଷ ଦେବଗିରୀ ମହାବିଦ୍ୟାଳୟ ଯୋଗେଶ ଗରଡ଼ା, ସମ୍ମାନିତ ଅତିଥି ଭାବେ ବିଦ୍ୟାଳୟ ପରିଚାଳନା କମିଟି ଅଧକ୍ଷ ରାଉତ କୌଶଲ୍ୟା ଓ ସରପଞ୍ଚ ସୀତାରାମ କାଡ୍ରାକା ଉପସ୍ଥିତ ରହି ନିଜ ନିଜର ଅଭିବ୍ୟକ୍ତି ପ୍ରଦାନ କରି ବିଗତ ବର୍ଷରେ ବିଦ୍ୟାଳୟ ସାଉଁଟି ଥିବା ଅନେକ କୃତଜ୍ଞତା ବିଷୟକୁ ସାର୍ବଜନୀନ କରିବା ସହ କୃତି ଛାତ୍ର ଛାତ୍ରୀଙ୍କୁ ପୁରସ୍କୃତ କରିଥିଲେ। ଏହି ଉତ୍ସବରେ ମଧ୍ୟ ବିଦ୍ୟାଳୟର ସମସ୍ତ ଛାତ୍ର ଛାତ୍ରୀ ଉପସ୍ଥିତ ରହିଥିବା ବେଳେ ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ସହଯୋଗ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.