ଅଲ୍ ଓଡ଼ିଶା ଇପିଏଫ୍ ପେନସନର୍ସ୍ ସଂଘର ଧାରଣା ସହ ଦାବିପତ୍ର ପ୍ରଦାନ

ଓଡ଼ିଆ ବାର୍ତ୍ତା/ ସୁବର୍ଣ୍ଣପୁର (ରାଜ କିଶୋର ତ୍ରିପାଠୀ): ଅଲ୍ ଓଡ଼ିଶା ଇପିଏଫ୍ ପେନସନର୍ସ୍ ଆସୋସିଏସନ୍ ସୁବର୍ଣ୍ଣପୁର ଜିଲ୍ଲା ଶାଖା ତରଫରୁ ବିଭିନ୍ନ ଦାବୀ ନେଇ ସୁବର୍ଣ୍ଣପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଧାରଣା ଦିଆଯିବା ସହ ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ସୁବର୍ଣ୍ଣପୁର ଡେପୁଟି କଲେକ୍ଟରଙ୍କୁ ପ୍ରଦାନ କରାଯାଇଛି। ମାନ୍ୟବର ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ସର୍ବନିମ୍ନ ମାସିକ ପେନସନ ୯୦୦୦ ଟଙ୍କା ସହ ସମସ୍ତ ପେନସନରଙ୍କୁ ଚିକିତ୍ସା ଭତ୍ତା କିମ୍ବା ଆୟୁଷ୍ମାନ ଭାରତ ଯୋଜନାରେ ସାମିଲ କରିବା ସହ ବିଭିନ୍ନ ଦାବି ରହିଥିବା ବେଳେ ଆଗାମୀ ଦିନରେ ସରକାର ତାଙ୍କ ଦାବୀ ପ୍ରତି ଦୃଷ୍ଟି ନ ଦେଲେ ଅହିଂସା ଆନ୍ଦୋଳନ ଜାରି ରହିବା ନେଇ ଗଣମାଧ୍ୟମ ଆଗରେ ଆଜି ସଙ୍ଘର କର୍ମକର୍ତ୍ତା ପ୍ରକାଶ କରିଛନ୍ତି। ଏଥିରେ ସଙ୍ଘର ଭବାନୀ ଶଙ୍କର ପଣ୍ଡା, ବୃନ୍ଦାବନ ରଥ, ବିଜୟ କୁମାର ସାହୁ, ଯଜ୍ଞେଶ୍ଵର ମିଶ୍ର, ଶିବଦତ୍ତ ବେଦବାକ, ସତ୍ୟନାରାୟଣ ପ୍ରଧାନ, ଗୋପାଳ ପଣ୍ଡା, ମୁରଲୀ ମିଶ୍ର, ଶ୍ୟାମ କୁମ୍ଭାର, ମକରଧ୍ବଜ ସେଠୀ, କରୁଣାକର ମେହେର, ସର୍ବେଶ୍ଵର ସେଠୀ, କାହ୍ନୁ ହାତୀ, ସର୍ବେଶ୍ଵର ସାମନ୍ତରାୟ ଙ୍କ ସହ ଅନେକ ସିନିଅର ସିଟିଜେନ ପ୍ରମୁଖ ଉପସ୍ଥିତ ଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.