ନୂତନ ବର୍ଷର ବନ୍ଧୁ ମିଳନ ସହ “କରେନ୍ଦ୍ର ମାଝୀ ସ୍ମୃତି କମିଟି” ଗଠନ

ଓଡ଼ିଆ ବାର୍ତ୍ତା/ କନ୍ଧମାଳ (ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲାର ଆଦିବାସୀ ନେତା ତଥା ବାଲିଗୁଡ଼ା ନିର୍ବାଚନ ମଣ୍ଡଳୀ ର ଦୁଇ ଦୁଇ ଥର ବିଧାୟକ କରେନ୍ଦ୍ର ମାଝୀ ଙ୍କ ଦେହାନ୍ତ ପରେ ତାଙ୍କ ସହଯୋଗୀ ମାନଙ୍କୁ ନେଇ ଇଂରାଜୀ ନୂତନ ବର୍ଷ ଅବସରରେ ଗୁମା ପଞ୍ଚାୟତ ଉଷାବାଲି ଠାରେ ଏକ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ବନ୍ଧୁ ମିଳନ କାର୍ଯ୍ୟକ୍ରମରେ ବାଲିଗୁଡ଼ା ନିର୍ବାଚନ ମଣ୍ଡଳୀର ବାଲିଗୁଡ଼ା, ତୁମୁଡ଼ିବନ୍ଧ ,କୋଟଗଡ ଓ କ. ନୂଆଗାଁ ବ୍ଲକ ର ଶହେରୁ ଉର୍ଦ୍ଧ ସହଯୋଗୀ ମାନେ ଏକାଠି ହୋଇଥିଲେ। ପୂର୍ବତନ ବିଧାୟକ କରେନ୍ଦ୍ର ଜଣେ ସ୍ପଷ୍ଟବାଦୀ ଜନନେତା ଥିଲେ। ନିଜ ନିର୍ବାଚନ ମଣ୍ଡଳୀ ସମେତ ଜିଲ୍ଲା ର ବିକାଶ କ୍ଷେତ୍ର ରେ ତାଙ୍କର ଅବଦାନ ରହିଛି। ଏଣୁ ତାଙ୍କର ଅଧୁରା ସ୍ବପ୍ନ ପୂରଣ କରିବା ପାଇଁ ଏକ “କରେନ୍ଦ୍ର ମାଝୀ ସ୍ମୃତି କମିଟି” ଗଠନ କରାଯିବା ପାଇଁ ପ୍ରସ୍ତାବ ଗ୍ରହଣ କରାଯାଇଥିଲା। ପ୍ରଥମେ ବାଲିଗୁଡ଼ା ନିର୍ବାଚନ ମଣ୍ଡଳୀର ବାଲିଗୁଡ଼ା, ତୁମୁଡ଼ିବନ୍ଧ କୋଟଗଡ ଓ କ. ନୂଆଗାଁ ବ୍ଲକ ସ୍ତର ରେ ଏକ ବ୍ଲକ ସ୍ତରୀୟ କମିଟି ଗଠନ କରାଯିବ। ଅଞ୍ଚଳ ର ବିକାଶ ପାଇଁ କାର୍ଯ୍ୟ କରିବା ସହ ଜିଲ୍ଲା ପ୍ରଶାସନ ଓ ରାଜ୍ୟ ସରକାର ଙ୍କ ଦୃଷ୍ଟି ଆକର୍ଷଣ କରାଯିବ ବୋଲି ମତପ୍ରକାଶ ପାଇଛି। ସ୍ବର୍ଗତ କରେନ୍ଦ୍ର ମାଝୀ ଙ୍କ ପ୍ରତିମୂର୍ତ୍ତି ବାଲିଗୁଡ଼ା ଓ ତୁମୁଡ଼ିବନ୍ଧ ଠାରେ ନିର୍ମାଣ କରିବା ପାଇଁ ପ୍ରସ୍ତାବ ଆଗତ ହୋଇଥିଲା । ଏହି ବନ୍ଧୁ ମିଳନ ରେ ପୂର୍ବତନ ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ନେତ୍ର ମାନସେଠ୍, ସାମ୍ବାଦିକ ସନ୍ତୋଷ ଦାସ, ବେଲଘର ସରପଞ୍ଚ ଗୋବିନ୍ଦ ମାଝୀ, ବିରେନ୍ଦ୍ର ଜାନୀ, ସମିତି ସଭ୍ୟ ଟଙ୍କଧର ମାଝୀ, ପୂର୍ବତନ ସରପଂଚ ସୁଜିତ ଦଳେଇମାଝୀ, ପ୍ରମୋଦ ମାଝୀ, ମୋହନ ବଳିଆରସିଂ, ଚିହ୍ନିବର ବଳିଆରସିଂ, ପବିତ୍ର ମୋହନ ବେହେରା, ସ୍ୱର୍ଯ୍ୟକାନ୍ତ ନାୟକ,ଅନ୍ତର୍ଯ୍ୟାମୀ ବେହେରା, ରଞ୍ଜିତ ପାତ୍ର, ବିରେନ୍ଦ୍ର ସାହୁ, ଯଶୋବନ୍ତ ମାଝୀ ପ୍ରମୁଖ ନିଜ ନିଜର ମତ ରଖିଥିଲେ। ସ୍ବର୍ଗତ କରେନ୍ଦ୍ର ମାଝୀ ଙ୍କ ପୁତ୍ର ଚିରଞ୍ଜିବି ମାଝୀ ମଧ୍ୟ ଉପସ୍ଥିତ ରହି ବାପାଙ୍କ ଅଧୁରା ସ୍ବପ୍ନ ପୂରଣ କରିବା ପାଇଁ ସମସ୍ତଙ୍କ ସହଯୋଗ କାମନା କରିଥିଲେ। ଯାହାକୁ ନେଇ ନୂତନ ବର୍ଷ ରେ ରାଜନୀତିକ ପାଣିପାଗ ସରଗରମ ହୋଇଛି l

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.