ବଳାଙ୍ଗୀ ଡିଗ୍ରୀ ମହାବିଦ୍ୟାଳୟର ପୂର୍ବତନ ଅଧ୍ୟକ୍ଷ ମେଜର ଗୌରଶ୍ୟାମ ମିଶ୍ରଙ୍କ ନିଧନରେ ଶୋକ

ଓଡ଼ିଆ ବାର୍ତ୍ତା/ ବାଲେଶ୍ୱର (କୃଷ୍ଣ କୁମାର ମହାନ୍ତି): ବଳାଙ୍ଗୀ ଡିଗ୍ରୀ ମହାବିଦ୍ୟାଳୟର ପୂର୍ବତନ ଅଧ୍ୟକ୍ଷ ମେଜର ଗୌରଶ୍ୟାମ ମିଶ୍ରଙ୍କ ନିଧନରେ ଏକ ଶୋକସଭା କଲେଜର ଅଧ୍ୟକ୍ଷ ଡକ୍ଟର ରତ୍ନାକର ସିଂହଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ହୋଇଯାଇଛି।ମେଜର ଗୌରଶ୍ୟାମ ମିଶ୍ର ୨୦୦୫ ରୁ ୨୦୧୭ ପର୍ଯ୍ୟନ୍ତ କଲେଜର ଅଧ୍ୟକ୍ଷ ଭାର ଗ୍ରହଣ କରି କଲେଜକୁ ଅନୁଦାନ ପରିସରଭୁକ୍ତ କରାଇ ପାରିଥିଲେ। ତାଙ୍କର ବିଦବତ୍ତା, ନିଷ୍ଠା, ଦାୟିତ୍ୱବୋଧ, ମହତ ଗୁଣ ଯୋଗୁଁ ସେ ଛାତ୍ରଛାତ୍ରୀ, ଅଧ୍ୟାପିକା ଅଧ୍ୟାପକ ଓ ଅଣଶିକ୍ଷକ କର୍ମଚାରୀଙ୍କ ଗହଣରେ ବେଶ୍ ଲୋକପ୍ରିୟ ହୋଇଥିଲେ। ତାଙ୍କର ଅବର୍ତ୍ତମାନରେ କଲେଜର ସମସ୍ତ କର୍ମଚାରୀ ତାଙ୍କର ଅମର ଆତ୍ମାର ସଦଗତି କାମନା କରି ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.