କଲମପୁର ବ୍ଲକସ୍ତରୀୟ କଳାହାଣ୍ଡି ଉତ୍ସବ ଘୁମୁରା: ରୁକୁ ସୁନାଙ୍କ ଗୀତରେ ଝୁମିଲେ ଦର୍ଶକ

ଓଡ଼ିଆ ବାର୍ତ୍ତା/ କଲମପୁର (ଭୋଜରାଜ ଛତ୍ରିଆ): କଲମପୁର ମିନି ଷ୍ଟାଡିୟମରେ ତିନି ଦିନ ଧରି ଚାଲିଥିବା ବ୍ଲକ ସ୍ତରୀୟ କଳାହାଣ୍ଡି ଉତ୍ସବ ଘୁମୁରା-୨୦୨୬ ଉଦଯାପିତ ହୋଇଯାଇଛି। ଉଦଯାପନୀ ସନ୍ଧ୍ୟାରେ ବ୍ଲକ ଅଧ୍ୟକ୍ଷା ଜ୍ୟୋତି ନାଏକ ଅଧ୍ୟକ୍ଷତା କରିଥିଲେ। ଏଥିରେ ମୁଖ୍ୟଅତିଥି ଭାବେ ଧର୍ମଗଡ଼ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଶୀ, ମୁଖ୍ୟବକ୍ତା ଭାବେ ଶିକ୍ଷାବିତ୍ ଡଃ ଉମେଶ ଚନ୍ଦ୍ର ଶତପଥୀ, ସମ୍ମାନୀତ ଅତିଥି ଭାବେ ବିଡ଼ିଓ ବିଜୟ କୁମାର ମାଣ୍ଡାଙ୍ଗୀ, ତହସିଲଦାର ସ୍ମରଣିକା ତୁଲ, ଉପାଧ୍ଯକ୍ଷ ଚିନ୍ତାମଣି ବେହେରା, ଜିଲ୍ଲା ପରିଷଦ ଜୋନ ୧ ସଭ୍ୟା ଦୁହିତା ମାଝୀ, ଜିଲ୍ଲା ପରିଷଦ ଜୋନ ୨ ସଭ୍ୟା ନିବେଦିତା ହଂସ, ବଡକୁଟ୍ରୁ ସରପଞ୍ଚ ଗଣେଶ ପଣ୍ଡା, ଯୁବ ସମାଜସେବୀ ଘନଶ୍ୟାମ ନାଏକ ପ୍ରମୁଖ ମଞ୍ଚାସିନ ରହିଥିଲେ। କଳା ସଂସ୍କୃତି ଐତିହ୍ୟ, ପରମ୍ପରା ଲୋକବାଦ୍ୟ ଓ ସଙ୍ଗୀତର ସମାବେଶକୁ ନେଇ ବକ୍ତାମାନେ ନିଜ ନିଜ ଅଭିଭାଷଣ ରଖିଥିଲେ। ଏହି ଅବସରରେ ଗଣମାଧ୍ୟମ ପ୍ରତିନିଧି, ସମାଜସେବୀ, କର୍ମଚାରୀ, ଜନ ପ୍ରତିନିଧି, ସଫଳ ଚାଷୀ, ସଫଳ ବ୍ୟବସାୟୀ ମାନଙ୍କୁ ଅତିଥି ମାନଙ୍କ ଦ୍ଵାରା ପୁଷ୍ପଗୁଚ୍ଛ, ଉପଢୋକନ୍ ଓ ମାନପତ୍ର ଦେଇ ସମ୍ବର୍ଦ୍ଧନା କରାଯାଇଥିଲା। ସାଂସ୍କୃତିକ ସନ୍ଧ୍ୟାରେ କେନ୍ଦ୍ରାପଡ଼ା ସାଂସ୍କୃତିକ ଦଳ ଦ୍ଵାରା ଲବଣୀ ନୃତ୍ୟ, ଶିବ ତାଣ୍ଡବ, ମହିଷା ମର୍ଦିନୀ, ଜୟ ଶ୍ରୀ ରାମ ଭଳି ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷିତ ହୋଇଥିଲା। ରୁକୁ ସୁନାଙ୍କ ଷ୍ଟାର ନାଇଟ ପ୍ରୋଗ୍ରାମ ଦେଖିବା ପାଇଁ ପ୍ରବଳ ଶୀତ ହେବା ସ୍ଵତେ ହଜାର ହଜାର ଦର୍ଶକଙ୍କ ସମାଗମ ଦେଖିବାକୁ ମିଳିଥିଲା। ପ୍ରଶାନ୍ତ ମାଝୀ, ଅନିଲ ମାଝୀ, ରଞ୍ଜନ କୁମାର ସାହୁ, ଚକ୍ରଧର ନାଏକ, ମନ୍ମଥ ମିଶ୍ର ମଞ୍ଚ ପରିଚାଳନା କରିଥିଲେ। କଳାହାଣ୍ଡି ଉତ୍ସବ କମିଟିର ସମସ୍ତ ସଦସ୍ୟ, ଦାୟିତ୍ଵରେ ଥିବା ସମସ୍ତ କର୍ମଚାରୀ କାର୍ଯ୍ୟକ୍ରମର ପରିଚାଳନାରେ ସମ୍ପୂର୍ଣ୍ଣ ସହଯୋଗ କରିଥିଲେ। ଥାନା ଅଧିକାରୀ ବିଶ୍ବମ୍ବର କହଁର ଓ ଏସଆଇ ଶିବ ଶଙ୍କର ମହାନ୍ତିଙ୍କ ନେତୃତ୍ବରେ ସମସ୍ତ ପୋଲିସ କର୍ମଚାରୀ ଶାନ୍ତି ଶୃଙ୍ଖଳା ରକ୍ଷା କରିଥିଲେ। ଶେଷରେ କଲମପୁର ଗୋଷ୍ଠୀ ଉନ୍ନୟନ ଅଧିକାରୀ ବିଜୟ କୁମାର ମାଣ୍ଡାଙ୍ଗୀ ଧନ୍ୟବାଦ ଅର୍ପଣ କରିଥିଲେ

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.