ଲାଞ୍ଜିଗଡ ବ୍ଲକସ୍ତରୀୟ କଳାହାଣ୍ଡି ଉତ୍ସବ ଘୁମୁରା-୨୦୨୬ ଉଦଯାପିତ

ସର୍ବେଶ୍ୱର ଭୋଇଙ୍କ ମେଲୋଡିରେ ଦୁଲୁକିଲା ମଞ୍ଚ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ଦୁଇଦିନ ବ୍ୟାପି ଚାଲିଥିବା ଲାଞ୍ଜିଗଡ଼ ବ୍ଲକସ୍ତରୀୟ କଳାହାଣ୍ଡି ଉତ୍ସବ ଘୁମୁରା-୨୦୨୬ ଉଦଯାପିତ ହୋଇଯାଇଛି। ବିଶ୍ୱନାଥପୁରସ୍ଥିତ ଗୋପବନ୍ଧୁ ହାଇସ୍କୁଲ ଖେଳ ପଡିଆ ଜଳପୁରୁଷ କାର୍ଜୀ ମାଝୀ ମଞ୍ଚରେ ଅନୁଷ୍ଠିତ ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ମନ୍ତ୍ରୀ ଡ. ବଳଭଦ୍ର ମାଝୀ, ସମ୍ମାନିତ ଅତିଥି ଭାବେ ଲାଞ୍ଜିଗଡ ତହସିଲଦାର ଡ଼.ବନମାଳୀ ମେହେର, ବ୍ଲକ ଉପାଧ୍ୟକ୍ଷ ସଞ୍ଜୀବ କୁମାର ନାୟକ ପ୍ରମୁଖ ଯୋଗ ଦେଇଥିଲେ। ବ୍ଲକ ଅଧ୍ୟକ୍ଷା କମଳା ପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ଲାଞ୍ଜିଗଡ଼ ବିଡିଓ ଶଶାଙ୍କ ପାତ୍ର ସ୍ଵାଗତ ଅଭିଭାଷଣ ଓ ଧନ୍ୟବାଦ ଅର୍ପଣ କରିଥିଲେ। ତପନ କୁମାର ଭୋଇ ଓ ସୁଶୀଲ କୁମାର ବାଗ ସଭା ପରିଚାଳନା କରିଥିଲେ। ସୂର୍ଯ୍ୟକାନ୍ତ ଭୁଏ ଓ ଗୋପାଳଦାସ ମହାନନ୍ଦ ସାଂସ୍କୃତିକ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଦିନତମାମ ବିଭିନ୍ନ କାର୍ଯ୍ୟକ୍ରମ ସହିତ ଭଲିବଲ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଏହି ଅବସରରେ ଆକାଶବାଣୀ ସ୍ୱୀକୃତି ପ୍ରାପ୍ତ କଣ୍ଠଶିଳ୍ପୀ ପ୍ରମୋଦ କୁମାର ପରିଡ଼ା ଓ ସର୍ବ ଭାରତୀୟ କରାଟେ ପ୍ରତିଯୋଗିତାରେ ୩ ଟି ସ୍ୱର୍ଣ୍ଣ ପଦକ ହାସଲ କରିଥିବା କରାଟେ ଛାତ୍ର ହିତେଶ କୁମାର ମହାଖୁଡଙ୍କୁ ଉପଢୌକନ ଓ ମାନପତ୍ର ସହିତ ସମ୍ମାନିତ କରାଯାଇଥିଲା। ଉତ୍ସବରେ ଶିକ୍ଷା ବିଭାଗ, ସ୍ୱାସ୍ଥ୍ୟ ବିଭାଗ, ସମ୍ମନ୍ବିତ ଶିଶୁ ବିଭାଗ, ମିଶନ ଶକ୍ତି ବିଭାଗ, କୃଷି ବିଭାଗ ତଥା ବିଭିନ୍ନ ସ୍ବେଛାସେବୀ ସଂସ୍ଥା ପକ୍ଷରୁ ଆକର୍ଷଣୀୟ ଷ୍ଟଲ ମାନ କରାଯାଇଥିଲା। ଷ୍ଟାର ନାଇଟ କାର୍ଯ୍ୟକ୍ରମରେ ଲୋକଗାୟକ ସର୍ବେଶ୍ୱର ଭୋଇଙ୍କ ମେଲୋଡି କାର୍ଯ୍ୟକ୍ରମକୁ ବିଳମ୍ବିତ ରାତିଯାଏଁ ଲୋକେ ଉପଭୋଗ କରିଥିଲେ। ବିଶ୍ୱନାଥପୁର ପୋଲିସ ଏବଂ ଲାଞ୍ଜିଗଡ ଅଗ୍ନିଶମ ବିଭାଗ ପକ୍ଷରୁ ଉତ୍ସବସ୍ଥଳରେ ଆଇନଶୃଙ୍ଖଳା ଓ ଆପାତକାଳୀନ ପରିସ୍ଥିତି ଉପରେ କଡ଼ା ନଜର ରଖାଯାଇଥିଲା।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.