ଆଜିଠୁ ଗୋକୁଲେଶ୍ବର-କେରୋକୁଡା କୁମୁଡି ଡଙ୍ଗରରେ ମକରମେଳା ମହୋତ୍ସବ 

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି: କେସିଙ୍ଗା ବ୍ଲକର ଗୋକୁଲେଶ୍ବର ଓ କେରୋକୁଡା ମଧ୍ୟସ୍ଥ କୁମୁଡି ଡଙ୍ଗରରେ ଆଜି (ଜାନୁଆରୀ ୧୧ ରବିବାର) ଠାରୁ ଆରମ୍ଭ ହେବ ମକରମେଳା ମହୋତ୍ସବ-୨୦୨୬। ଏଥିପାଇଁ ପ୍ରସ୍ତୁତି ଚୁଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଥିବା ଆୟୋଜକ ମକରମେଳା ପରିଚାଳନା କମିଟି ଗୋକୁଲେଶ୍ବର କେରୋକୁଡା କୁମୁଡି ଡଙ୍ଗର ପକ୍ଷରୁ ସୂଚନା ରହିଛି। ଜାନୁୟାରୀ ୧୧ ତାରିଖ ରବିବାର ଅପରାହ୍ନରେ କଳସ ଯାତ୍ରା ଓ ଅଧିବାସ ଆୟୋଜିତ ହେବ। ଜାନୁୟାରୀ ୧୨ ସୋମବାର ସକ୍ରିୟ ସଦସ୍ୟ/ସଦସ୍ୟାଙ୍କୁ ସମ୍ବର୍ଦ୍ଧନା, ରାତିରେ ଏଲ୍ ଏକ୍ସ ମ୍ୟୁଜିକ୍ସ ବଲାଙ୍ଗୀର ପକ୍ଷରୁ ଅକ୍ରେଷ୍ଟା ପ୍ରଦର୍ଶିତ ହେବ, ଏଥିରେ ବିଶିଷ୍ଟ କଣ୍ଠଶିଳ୍ପୀ ଅମର ଦାସ, ଚୁମକି ପାଢ଼ୀ, କାଜୁ ଓ ବିଟୁ ତାଙ୍କର କଳା ପ୍ରଦର୍ଶନ କରିବେ। ଜାନୁୟାରୀ ୧୩ ମଙ୍ଗଳବାର ଦିନ ଗୋକୁଲେଶ୍ବର ସ୍ଥିତ ଗୌରୀଶଙ୍କର ହାଇସ୍କୁଲ ପରିସରରେ ରକ୍ତଦାନ ଶିବିର ଆୟୋଜିତ ହେବ। ଏହିଦିନ ଅପରାହ୍ନରେ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ମଧ୍ୟ ରହିଛି। ୧୩ ତାରିଖ ରାତିରେ ଯଶୋବନ୍ତ ସାଗର, ସାସ୍ବତ ତ୍ରିପାଠୀ, ପଦ୍ମିନୀ ଦୋରା ଓ ଆରତି କୁମ୍ଭାରଙ୍କ ସଙ୍ଗୀତ ସରଗମ ଅକ୍ରେଷ୍ଟା ପ୍ରଦର୍ଶିତ ହେବ। ଜାନୁୟାରୀ ୧୪ ମକର ସଂକ୍ରାନ୍ତି ଦିନ ସକାଳୁ ଷୋହଳ ପ୍ରହର ନାମଯଜ୍ଞ ଆରମ୍ଭ ହୋଇ ୧୬ ତାରିଖ ଶୁକ୍ରବାର ପୂର୍ଣ୍ଣାହୁତି ଓ ପ୍ରସାଦ ସେବନ ସହ ସମାପନ ହେବ। ଏହି ମକରମେଳାରେ ମିନାବଜାର ଲାଗିଥିବାବେଳେ ଦର୍ଶକମାନଙ୍କ ପାଇଁ ଭରପୁର ମନୋରଞ୍ଜନ କାର୍ଯ୍ୟକ୍ରମ ରହିଛି। ତେଣୁ ଏଥିରେ ସମସ୍ତେ ସାମିଲ ହେବାକୁ ଆୟୋଜକ କମିଟି ପକ୍ଷରୁ ନିବେଦନ କରାଯାଇଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.