ବୁଢ଼ାରଜା ମନ୍ଦିରରୁ ମଶାଲ ଯାତ୍ରା ସହ ନର୍ଲାରେ ଆରମ୍ଭ ହେଲା କଳାହାଣ୍ଡି ଉତ୍ସବ ଘୁମୁରା ୨୦୨୬

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ବ୍ଲକ ସ୍ତରୀୟ କଳାହାଣ୍ଡି ଉତ୍ସବ ଘୁମୁରା ୨୦୨୬ ରବିବାର ଦିନ ମଶାଲ ଯାତ୍ରା ସହ ଆରମ୍ଭ ହୋଇଛି। କଳାହାଣ୍ଡି କଳା, ସଂସ୍କୃତି, ଐତିହ୍ୟ, ପରମ୍ପରାର ମହାକୁମ୍ଭ କଳାହାଣ୍ଡି ଉତ୍ସବକୁ ନେଇ ନର୍ଲାରେ ପ୍ରବଳ ଉତ୍ସାହ ଉଦ୍ଦୀପନା ଦେଖିବାକୁ ମିଳିଛି। ସ୍ଥାନୀୟ ବୁଢ଼ାରଜା ମନ୍ଦିରରେ ପୂଜାର୍ଚ୍ଚନା ପରେ ନର୍ଲା ବିଧାୟିକା ମନୋରମା ମହାନ୍ତି, ବ୍ଲକ ଅଧ୍ୟକ୍ଷ ଦୁର୍ଗାପ୍ରସାଦ ମହାନ୍ତି, ବିଡ଼ିଓ ବିପିନ ବିହାରୀ ଦୀପ, ଜିଲ୍ଲା ପରିଷଦ ସଦସ୍ୟ ହରିଶଙ୍କର ମାଝୀ, ନର୍ଲା ବ୍ଳକ୍ ସରପଞ୍ଚ ସଂଘ ସଭାପତି ଅନ୍ତରାମ ମାଝୀ, ସମିତି ସଭ୍ୟ ସଂଘ ସଭାପତି ଜୟ ମେହେରଙ୍କ ସମେତ ଅନେକ ଜନପ୍ରତିନିଧି, ପ୍ରଶାସନିକ ଅଧିକାରୀ ମଶାଲ ନେଇ ବ୍ଲକର କଲାପାର ମଞ୍ଚରେ ସ୍ଥାପନ କରିଥିଲେ। କଳାହାଣ୍ଡିର ବୀରବାଦ୍ୟ ଘୁମୁରା ସହ ଆଦିବାସୀ ନୃତ୍ୟ, ଭାଲୁ ନୃତ୍ୟ ଆଦି ମଶାଲ ଶୋଭାଯାତ୍ରାର ଶୋଭା ବର୍ଦ୍ଧନ କରିଥିଲେ। ଏଥିରେ ଶହଶ୍ରାଧିକ ଜନତା ସାମିଲ ହୋଇଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.