ବେପରୁଆ ଗାଡି ଚାଳନା; ଜଣେ ମୃତ, ୩ ଗୁରୁତର

ଓଡ଼ିଆ ବାର୍ତ୍ତା/ ଜୟପାଟଣା (ଧନେଶ୍ଵର ପୁଞ୍ଜି): କଳାହାଣ୍ଡି ଜିଲ୍ଲା ଜୟପାଟଣା ଠାରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟି ଯାଇଅଛି।ପିକ୍ ଅପ୍ ଭ୍ୟାନ ଡ୍ରାଇଭର ର ବେପରୁଆ ଗାଡି ଚାଳନା ଯୋଗୁଁ ଜଣକର ମୃତ୍ୟୁ ଘଟିଥିବା ବେଳେ ତିନି ଜଣ ଗୁରୁତର ଆହତ ହୋଇଛନ୍ତି। ପ୍ରାପ୍ତ ସୁଚନା ଅନୁଯାୟୀ ଜୟପାଟଣା ରାଜ୍ କମ୍ପ୍ଲେକ୍ସ ମାଳିକ ର ପିକ୍ ଅପ୍ ଗାଡି ଜୟପାଟଣା ରୁ ବାନେର ଆଡକୁ ଆସୁଥିବା ବେଳେ ସଦ୍ ଗୁରୁ ପେଟ୍ରୋଲ ପମ୍ପ ନିକଟରେ ଜଣେ ଶିକ୍ଷକକୁ ଧକ୍କା ଦେଇ ପୁନର୍ବାର ଗୀତା ଭବନ ନିକଟରେ ସିନ୍ଦକାଗୁଡାରୁ ଲାଖବେହେଲି ଯାଉଥିବା ମୋଟର ସାଇକେଲକୁ ଧକ୍କା ଦେଇ ଥିଲା। ଏଥିରେ ସିନ୍ଦକାଗୁଡାର ରଞ୍ଜନ ପ୍ରଭା ମାଝୀ ଓ ତାଙ୍କ ଶିଶୁ ପୁତ୍ର ଗୁରୁତର ଆହତ ହୋଇଥିବା ବେଳେ ତାଙ୍କ ଦିଅର କୁମୁଦ ମାଝୀଙ୍କ ମୃତ୍ୟୁ ହୋଇଯାଇଥିବା ସୁଚନା ମିଳିଛି । ଆହତ ମାନଙ୍କୁ ଜୟପାଟଣା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ପ୍ରାଥମିକ ଚିକିତ୍ସା ପରେ ଭବାନୀପାଟଣା ମୁଖ୍ୟ ଚିକିତ୍ସାଳୟ ସ୍ଥାନାନ୍ତରିତ କରାଯାଇଛି। ଜୟପାଟଣା ପୋଲିସ ଘଟଣାସ୍ଥଳରେ ପହଂଚି ଗାଡିକୁ ଜବତ କରିଥିବା ବେଳେ ଘଟଣାର ତଦନ୍ତ ଆରମ୍ଭ କରିଥିବା ସୂଚନା ମିଳିଛି। ଏ ନେଇ ମୃତକ ପରିବାର ପକ୍ଷରୁ କ୍ଷତିପୂରଣ ଦାବି କରିଥିବା ଜଣାପଡିଛି ‌।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.